- padmabati kund
ଅଧିକ ପାଣି ପିଇବା ହୋଇଥାଏ କ୍ଷତିକାରକ

ପାଣି ଆମ ଶରୀର ପାଇଁ ନିହାତି ଜରୁରୀ ଓ ଲାଭଦାୟକ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ମାତ୍ରାଧିକ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ। ବହୁତ ଲୋକଙ୍କ ଧାରଣା ଥାଏ ଯେ, ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଶରୀରକୁ ଫାଇଦା ମିଳିଥାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଧାରଣା।
ତେବେ ଜାଣିରଖନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ଵାରା କଣ ହୋଇଥାଏ।
୧.ପାଣି ସଂକ୍ରମଣ : ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଶରୀରରେ ପାଣି ସଂକ୍ରମଣ ହୋଇଥାଏ। ଶରୀରକୁ ଆବଶ୍ୟକୀୟ ପରିମାଣର ସୋଡିୟମ ମିଳିନଥାଏ। ଏହାଦ୍ୱାରା ଆପଣଙ୍କ ଚିନ୍ତା କରିବାର ଶକ୍ତି ଉପରେ ପ୍ରଭାବ ପଡିଥାଏ ଓ ଆପଣ ନିଜ ଉପରେ ନିୟନ୍ତ୍ରଣ ରଖିପାରିନଥାନ୍ତି।
୨. ପାଚନ ସମସ୍ୟା ଦେଖାଦେଇଥାଏ: ଆବଶ୍ୟକଠାରୁ ଅଧିକ ପାଣି ପିଇବା ଦ୍ଵାରା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରୁଥିବା ପାଚକ ରସ କାମ କରିବା ବନ୍ଦ କରିଦେଇଥାଏ। ଏହା ଫଳରେ ଖାଦ୍ୟ ହଜମ ହେବାରେ ସମସ୍ୟା ଦେଖାଦେଇଥାଏ।
୩. ହୃଦଘାତର ଆଶଙ୍କା ବଢିଥାଏ: ଅଧିକ ମାତ୍ରାରେ ପାଣିପିଇବା ଦ୍ଵାରା ହୃଦଘାତ ହେବାର ଆଶଙ୍କା ବଢିଯାଇଥାଏ। ଏହାସହିତ କିଡନୀ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। କାରଣ ଅଧିକ ପାଣି ପିଇବା ଦ୍ଵାରା କିଡନୀକୁ ଅଧିକ କାମ କରିବାକୁ ପଡିଥାଏ।
୪.ମୁଣ୍ଡବିନ୍ଧା ହୋଇଥାଏ: ଶରୀରରେ ପାଣିର ମାତ୍ରା ବଢିବା ଦ୍ଵାରା ଲୁଣର ମାତ୍ରା କମ ହୋଇଯାଇଥାଏ। ଏହି ଅବସ୍ଥାକୁ ହଏପୋନାଟ୍ରିମିୟା କୁହାଯାଇଥାଏ। ଏହା ଫଳରେ ବାରମ୍ବାର ବାନ୍ତି ଲାଗିଥାଏ, ମୁଣ୍ଡବିନ୍ଧା ହୋଇଥାଏ ଓ ବାରମ୍ବାର ପରିସ୍ରା ମଧ୍ୟ ଲାଗିଥାଏ ଏବଂ ମୃତ୍ୟୁର ମଧ୍ୟ ଆଶଙ୍କା ରହିଥାଏ।
୫. ନିଦ ପୁରା ହୋଇନଥାଏ: ଯଦି ଆପଣ ଶୋଷ ଲାଗୁନଥିଲେ ମଧ୍ୟ ପାଣି ପିଉଛନ୍ତି ତେବେ ଏହାଦ୍ଵାରା ଆପଣଙ୍କ ନିଦ ପୁରା ହୋଇନଥାଏ। କାରଣ ରାତିରେ ଆପଣଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ।
୬.ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ: ଖାଇସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ। ଏହାଦ୍ୱାରା ଖାଦ୍ୟକୁ ହଜମ କରିବା ପାଇଁ ଆବଶ୍ୟକ ହେଉଥିବା ଉତ୍ତାପ ଶରୀରକୁ ମିଳିପାରିନଥାଏ।
୭. ଯେତିକି ଶୋଷ ଲାଗୁଛି ସେତିକି ପାଣି ହିଁ ପିଅନ୍ତୁ: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଯେତିକି ଶୋଷ ଲାଗୁଛି ସେହି ଅନୁସାରେ ହିଁ ପାଣି ପିଅନ୍ତୁ। ତେବେ ଦିନକୁ ଅତିକମରେ ଆଠଗ୍ଳାସ ପାଣି ପିଅନ୍ତୁ।