• padmabati kund

ଦେଖନ୍ତୁ : ପ୍ରିୟଙ୍କାଙ୍କ ନିର୍ବନ୍ଧ ପାର୍ଟିରେ କିଏ ଯୋଗ ଦେଇଥିଲେ, କିପରି ହେଲା ନାଚ


ନିଜ ପ୍ରେମ ସଂପର୍କକୁ ବେଶ୍ କିଛି ଦିନ ଚର୍ଚ୍ଚାରେ ରହିବା ପରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ ଜୋନାସ ନିର୍ବନ୍ଧ କରିଛନ୍ତି। 

ଗତ ଶନିବାର ସକାଳେ ଭାରତୀୟ ପୂଜାବିଧି ଅନୁସାରେ ନିର୍ବନ୍ଧ ସାରିବା ପରେ ସନ୍ଧ୍ୟା ସମୟରେ ଜୁହୁ ସ୍ଥିତ ପଞ୍ଚତାରକା ହୋଟେଲ JW Marriot ହୋଟେଲରେ ନିର୍ବନ୍ଧ ପାର୍ଟି ରଖାଯାଇଥିଲା। ଏହି ପାର୍ଟିରେ ବଲିଉଡର କଳାକାରଙ୍କ ଠାରୁ ଆରମ୍ଭ କରି ବଡ ବଡ ବିଜନେସମ୍ୟାନ ପହଞ୍ଚିଥିଲେ।

ଏହି ପାର୍ଟିରେ ନିଜ ନିର୍ବନ୍ଧକୁ ନେଇ ଖୁସି ଥିବା ପ୍ରିୟାଙ୍କା ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି। ଏହି ଭିଡିଓଟିକୁ ତାଙ୍କ ଭାବି ସ୍ୱାମୀ ନିକ୍ ରେକଡିଙ୍ଗ କରିଛନ୍ତି ଓ ପ୍ରିୟଙ୍କାଙ୍କ ସହିତ ରେଡ଼ିଓର ଲୋକପ୍ରିୟ କଳାକାର ଅନୁଷାଙ୍କୁ ମଧ୍ୟ ଖୁବ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା।

ଦେଶର ପ୍ରମୁଖ ଉଦ୍ୟୋଗପତି ମୁକେଶ  ଅମ୍ବାନୀ, ତାଙ୍କ ପତ୍ନୀ ନିତା ଅମ୍ବାନୀ, ଝିଅ ଇଶା ଅମ୍ବାନୀଙ୍କ ସହିତ ଏହି ପାର୍ଟିରେ ପହଞ୍ଚିଥିଲେ।

ପ୍ରିୟଙ୍କାଙ୍କ ଭଉଣୀ ପରିଣୀତି ଚୋପ୍ରା ମଧ୍ୟ ଏହି ପାର୍ଟିରେ ଯୋଗଦେଇଥିଲେ।

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ ଓ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଯୋଗଦେଇଥିଲେ।

ଏହାବ୍ୟତୀତ ସଞ୍ଜୟ ଲୀଲା ଭଂଶାଳୀ, ବିଶାଲ ଭାରଦ୍ଵାଜ, ଅର୍ପିତା ଖାନ ଶର୍ମାଙ୍କ ସ୍ଵାମୀ ଆୟୁଷ ଶର୍ମା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ।

ପ୍ରିୟଙ୍କାଙ୍କ ମା’ ଡ. ମଧୁ ଚୋପ୍ରା ଓ ନିକ ଜୋନସଙ୍କ ମା’ ଡେନିସଙ୍କୁ ଆକର୍ଷକ ଷ୍ଟାଇଲରେ ଦେଖିବାକୁ ମିଳିଥିଲା।

ରିପୋର୍ଟ ଅନୁସାରେ, ପ୍ରିୟଙ୍କା-ନିକ ନିର୍ବନ୍ଧ ପରେ ଅଧିକ ସମୟ ଅପେକ୍ଷା ନ କରି ଖୁବ ଶୀଘ୍ର ବିବାହ କରିବେ। ଏକ ଇଂରାଜୀ ମଗାଜିନରେ ପ୍ରକାଶିତ ଖବର ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ବିବାହ ଅନୁଷ୍ଠିତ ହୋଇପାରେ ଓ ପ୍ରିୟଙ୍କା ନିଜ ପରିବାରର ମୂଲ୍ୟବୋଧ ଅନୁସାରେ ପାରମ୍ପରିକ ଭାରତୀୟ ଶୈଳୀରେ ବିବାହ କରିବେ।    

#entertainment #priyankachopra #nickjonas

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon