• padmabati kund

ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ନ ପହଞ୍ଚିଲେ ଆଉ ପରୀକ୍ଷା ଦେଇ ପାରିବେନି ସିବିଏସଇ ଛାତ୍ରଛାତ୍ରୀ


ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବା ଓ ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଆସନ୍ତା ବର୍ଷଠାରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ତାଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ ବୋଲି CBSE ତରଫରୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟ ସମସ୍ତ ପ୍ରତିଯୋଗୀତା ମୂଳକ ପରୀକ୍ଷା ଯଥା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (JEE), ନ୍ୟାସନାଲ ଇଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ (NEET) ଓ କମନ ଆଡମିଶନ ଟେଷ୍ଟ (CAT) ପରି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ବିଳମ୍ବରେ ଆସିଲେ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନ ଥାଏ। ସେହିପରି 2019ର ଦଶମ ଓ ଦ୍ଵାଦଶ ପରୀକ୍ଷାରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ 10.15am ମଧ୍ୟରେ ପରୀକ୍ଷା ହଲରେ ପହଞ୍ଚିବାକୁ ପଡିବ।

ଗତବର୍ଷ ପରୀକ୍ଷାରେ ପରୀକ୍ଷାର୍ଥୀ ବିଳମ୍ବରେ ପହଞ୍ଚିବା ଓ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ CBSE ତରଫରୁ ଏହି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଗୁଡିକରେ କୌଣସି ବିଶୃଙ୍ଖଳା ନହେବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ CBSE ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ନିଷ୍ପତ୍ତିରେ ମନ୍ତ୍ରଣାଳୟ ତରଫରୁ ସମ୍ମତି ମିଳିଛି।

କଣ ପାଇଁ ପରିବର୍ତ୍ତନ

ବର୍ତ୍ତମାନ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ 9.30amରେ ପ୍ରବେଶ କରାଯାଉଥିଲା ଓ 10.15amରେ ପ୍ରଶ୍ନପତ୍ର ଦିଆଯାଉଥିଲା। ଏହାପରେ 15ମିନିଟ ପାଇଁ ପରୀକ୍ଷାର୍ଥୀ ମାନଙ୍କୁ ପ୍ରଶ୍ନପତ୍ର ପଢିବା ପାଇଁ ଦିଆଯାଉଥିଲା। କିନ୍ତୁ ଚଳିତ ବର୍ଷ (୨୦୧୮) ବୋର୍ଡ ପରୀକ୍ଷାରେ ବିଳମ୍ବରେ ଆସିଥିବା ଛାତ୍ରଛାତ୍ରୀଙ୍କୁ 11.00am ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ଓ ଅତି ଜରୁରୀ ପରିସ୍ଥିତିରେ 11.15am ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, “JEE, NEET ଓ CAT ପରୀକ୍ଷା ଗୁଡିକ ଅନେକ କାରଣ ପାଇଁ ସୁରକ୍ଷିତ, ସେଥିମଧ୍ୟରୁ ଗୋଟିଏ କାରଣ ହେଉଛି ବିଳମ୍ବରେ ଆସିଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ନଦେବା। “

CBSE ତରଫରୁ ଏହି ନିୟମକୁ ନେଇ ଏକ ନିର୍ଦ୍ଦେଶାନାମା ଜାରି କରିଯିବ ଓ ଏହି ନିୟମର ସଠିକ କାର୍ଯ୍ୟକାରୀ ହେଉଛି କି ନାହିଁ ଏହାର ଯାଞ୍ଚ ପରୀକ୍ଷା କେନ୍ଦ୍ରର ନିରୀକ୍ଷକ କରିବେ।

#govtrule #CBSEexam #lateentry

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon