• padmabati kund

ପୁସ୍ତକ ପ୍ରମାଦ: ମିଲଖାଙ୍କ ସ୍ଥାନରେ ଫରହାନଙ୍କ ଫଟୋ


ସରକାରୀ ସ୍କୁଲ ବହି ଗୁଡିକରେ ଭୁଲ ବାହାରିବା ଏକ ସାଧାରଣ କଥା ଅଟେ। ଏହିପରି ଏକ ଘଟଣା ପଶ୍ଚିମବଙ୍ଗରେ ଘଟିଛି। ପଶ୍ଚିମବଙ୍ଗର ଏକ ସ୍କୁଲ ବହିରେ ରାଷ୍ଟ୍ରମଣ୍ଡଳ ଖେଳରେ ସ୍ଵର୍ଣ୍ଣ ପଦକ ଜିତି ବିଜୟ ହାସଲ କରିଥିବା ଧାବକ ମିଲଖା ସିଂଙ୍କ ସ୍ଥାନରେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତରଙ୍କ ଫଟୋ ଛପା ଯାଇଥିବାର ଦେଖିବାକୁ ମିଳିଛି।

ଏହାର ଏକ ଫଟୋ ଲାଇଫ ଘୋଷ ନାମକ ଜଣେ ଟ୍ଵିଟର ବ୍ୟବହାରକାରୀ ପୋଷ୍ଟ କରିଥିଲେ। ଧୀରେ ଧୀରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଫଟୋକୁ ପୋଷ୍ଟ କରିଲେଖିଛନ୍ତି ଯେ, “ଫରହାନ ଅଖତରଙ୍କ ଫଟୋକୁ ପଶ୍ଚିମବଙ୍ଗର ଏକ ବହିରେ ମିଲଖା ସିଂ ବୋଲି ଛପା ଯାଇଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ, ଏପରି ଘଟଣା ଏଠାରେ ସାଧାରଣ ଅଟେ।“

ଫରହାନଙ୍କ ପ୍ରତିକ୍ରିୟା

ଯେତେବେଳେ ଏହି ଖବର ବଲିଉଡ ଅଭିନେତା ଫରହାନ ଅଖତର ଜାଣିଥିଲେ ସେ ସଙ୍ଗେ ସଙ୍ଗେ ଶିକ୍ଷାମନ୍ତ୍ରୀଙ୍କୁ ଟ୍ଵିଟ କରିଥିଲେ ଓ ଏହି ଭୁଲକୁ ସଂଶୋଧନ କରିବାକୁ କହିଥିଲେ।

ସେ ଟ୍ଵିଟ କରି ଲେଖିଥିଲେ ଯେ, “ସ୍କୁଲ ବହିରେ ଏକ ବହୁତ ବଡ ଭୁଲ ଖବର ଯାଉଛି। ଏଥିରେ ମିଲଖା ସିଂ ଙ୍କ ପରିବର୍ତ୍ତେ ମୋ ଫଟୋ ଯାଉଛି ଯେଉଁଥିରେ ମୁଁ ‘ଭାଗ ମିଲଖା ଭାଗ’ ଚଳଚ୍ଚିତ୍ରରେ ମୁ ଅଭିନୟ କରିଥିଲି। ଏହି ବହିକୁ ତୁରନ୍ତ ବଦଳାଇବା ପାଇଁ ପ୍ରକାଶକଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

ଏହି ପାଠ୍ୟପୁସ୍ତକଟି କେଉଁ ଶ୍ରେଣୀର କେଉଁ ପ୍ରକାଶନର ଜଣାପଡିବା ପରେ ଏ ବିଷୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି।

‘ଫ୍ଲାଇଙ୍ଗ ଶିଖ’ ନାମରେ ପରିଚିତ ମିଲଖା ସିଂ ରାଷ୍ଟ୍ରମଣ୍ଡଳ ଖେଳ (1958)ରେ ସ୍ଵର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଅଟନ୍ତି। ତାଙ୍କ ଜୀବନୀକୁ ନେଇ ନିର୍ମିତ ବଲିଉଡ ଫିଲ୍ମ “ଭାଗ ମିଲଖା ଭାଗ”ରେ ଫରହାନ ଅଖତର ମିଲଖା ସିଂ ଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ତେବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମୟରେ ଏହି ପ୍ରକାରର ଶିକ୍ଷା ଆମର ଆଗାମୀ ପିଢୀକୁ ଦିଆଯାଉଛି ବୋଲି କହି କ୍ରୋଧ ପ୍ରକାଶ କରିଛନ୍ତି। ଅନ୍ୟଜଣେ କହିଛନ୍ତି ଯେ, “ ପିଲାମାନଙ୍କର ଭବିଷ୍ୟତ ସହ ଖେଳୁଥିବା ଓ ଏପରି ଭୁଲ କରିଥିବା ପ୍ରକାଶନକୁ ବାରଣ କରାଯାଉ।“

#currentnews #farhanakhtar #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon