- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ ନିଷ୍ପତ୍ତି ନେବା ମନା

ମେଷ: ପରିବାର ମଧ୍ୟରେ ଅଶାନ୍ତି ଦେଖାଯିବ। ମନ ଉଦାସ ରହିବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ, କିନ୍ତୁ ବିନା କାରଣରେ କାହାରି ସହିତ ଝଗଡା କରନ୍ତୁ ନାହିଁ। ଆୟ ମଧ୍ୟମ ଧରଣର ରହିବ।
ବୃଷ: ଭାଗୀଦାରୀ ବାଣିଜ୍ୟରେ ଲାଭ ପାଇବେ। ଅଫିସ କାମ ପାଇଁ ବାହାରକୁ ଯାତ୍ରା କରିବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ସୁଫଳ ନପାଇବାରୁ ଉଦାସ ହୋଇପାରନ୍ତି। ସମାଜରେ ମାନ ସମ୍ମାନ ବଢିବ।
ମିଥୁନ: କୌଣସି କାରଣ ପାଇଁ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ରହିବେ, ଯାହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସମାଜରେ ସମ୍ମାନ ବଢିବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ପରିଶ୍ରମ କରିବାକୁ ପଡିବ।
କର୍କଟ: ଏହି ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ଵ ତୁଲାଇବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନ ରୁହନ୍ତୁ। ବ୍ୟୟରେ ବୃଦ୍ଧି ଘଟିପାରେ। ଅନ୍ୟମାନଙ୍କ ସହ କଥାବାର୍ତ୍ତା ସମୟରେ ନିଜ କଥା କହିବାର ଶୈଳୀଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
ସିଂହ: ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ବିବାଦୀୟ ମାମଲାରେ ଜୟଯୁକ୍ତ ହେବେ। ଭାଇଭଉଣୀ ସହଯୋଗର ହାତ ବଢାଇବେ। ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।
କନ୍ୟା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କାଟିବ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ପାରିବାରିକ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଏଥିପାଇଁ ମନ ଉଦାସ ରହିପାରେ।
ତୁଳା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରକୁ ସମାନ ସମୟ ଦେବାକୁ ପଡିବ। ଅବିଭାବକଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀ ଓ ସିନିୟର ଅଧିକାରୀ ସହଯୋଗର ହାତ ବଢାଇବେ। ବହୁ ଦିନରୁ ଅଟକି ରହିଥିବା କାମକୁ ସଂପୂର୍ଣ୍ଣ କରିବେ।
ବିଛା: ଅଯଥା କଥାରେ ବିବାଦରେ ଫସିବେ। ସେଥିଲାଗି ସଚେତନ ରୁହନ୍ତୁ। ସପ୍ତାହର ଶେଷଭାଗରେ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ପାଇବେ ଅନ୍ୟମାନଙ୍କ ଦ୍ଵାରା ପ୍ରଶଂସିତ ହେବେ। ଅଧିକ ବ୍ୟୟ କରିବେ। ଛାତ୍ରଛାତ୍ରୀମାନେ ପାଠପଢାରେ ଅଧିକ ମନଯୋଗ ଦେବେ।
ଧନୁ: ବ୍ୟୟ ଅଧିକ ରହିବ, ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଉପୁଜିବ, ଧୈର୍ଯ୍ୟର ସହିତ ଏହାର ସାମ୍ନା କରନ୍ତୁ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ତାନଙ୍କ ପାଇଁ ଆପଣ ଗର୍ବ ଅନୁଭବ କରିବେ। ଛାତ୍ରଛାତ୍ରୀଙ୍କ ପରିଶ୍ରମର ସୁଫଳ ମିଳିବ।
ମକର: ପରିବାର ଲୋକଙ୍କ ସହିତ ଭଲ ସମୟ ବିତାଇବେ। ଚାକିରୀ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ ଓ ଏଥିରେ ସଫଳ ମଧ୍ୟ ହେବେ। ଆୟ ଓ ବ୍ୟୟ ଉଭୟ ବୃଦ୍ଧି ପାଇବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ।
କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ଅବିଭାବକଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହିତ ବିଦେଶ ଯାତ୍ରା କରିବେ। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।
ମୀନ: ଦୁରସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ଉତ୍ତମ ସମ୍ପର୍କ ରଖନ୍ତୁ, ନଚେତ ଅସୁବିଧା ଭୋଗ କରିପାରନ୍ତି। ଅଧିକ କାର୍ଯ୍ୟଭାର ପାଇଁ କ୍ଳାନ୍ତ ଅନୁଭବ କରିପାରନ୍ତି। ମାଲିମକୋଦ୍ଦମା କେସରେ ବିଜୟୀ ହେବେ।