• ବେତାର ବ୍ୟୁରୋ

ସରକାରଙ୍କ ହ୍ଵାଟସଅପକୁ କଡା ନିର୍ଦ୍ଦେଶ : ନିଜର ସର୍ଭର ଅଫିସ ଭାରତରେ ଖୋଲ ନଚେତ ସେବା ବନ୍ଦ କର


ଭାରତରେ ହ୍ଵାଟସଅପର ଏକ ସ୍ଥାନୀୟ ଅଫିସ ଖୋଲିବାକୁ ଏହି କମ୍ପାନୀକୁ ମଙ୍ଗଳବାର ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି , ଖବର ସଂସ୍ଥା ପିଟିଆଇ ସୂତ୍ରରୁ ଜଣାପଡିଛି । ଏହି ଅଫିସ ଗୁଜବ ରୋକିବାରେ ସରକାରଙ୍କୁ ସାହାଯ୍ୟ କରିବା ବୋଲି ଜଣାପଡିଛି ।

ଏବେ ଭାରତ ଗସ୍ତରେ ଥିବା ହ୍ଵାଟସଅପର ମୁଖ୍ୟ କ୍ରିଶ ଡାନିଏଲଙ୍କ ସହିତ ସାକ୍ଷାତ ପରେ ଭାରତର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି,” ଭାରତକୁ ଡିଜିଟାଲ ଇଣ୍ଡିଆରେ ପରିଣତ କରିବାରେ ହ୍ଵାଟସଅପର ଅବଦାନ ଅତୁଳନୀୟ । ତେବେ ଏକଥା ମଧ୍ୟ ସତ ଯେ ଅନେକ ସମୟରେ ଏହାକୁ ଦଙ୍ଗା କରିବା ଓ ଅଶ୍ଳୀଳ ଦୃଶ୍ୟ ପ୍ରସାରଣ କରିବାକୁ ବ୍ୟବହାର କରାଯାଉଛି , ଯାହା ଏକ ବଡ ସମସ୍ୟା । ଏହାର ସମାଧାନ ବାହାର କରିବା ପାଇଁ ମୁଁ କହିଛି।”

ବିଭିନ୍ନ ଖବର ସୂତ୍ରରୁ ପ୍ରକାଶ ଯେ, ହ୍ଵାଟସଅପରେ ଛଡା ଯାଉଥିବା ମୂଳ ସନ୍ଦେଶ କେଉଁ ମୋବାଇଲରୁ ଆସିଛି, ସେ ବିଷୟରେ ସରକାରଙ୍କୁ ଜଣାଇବା ପାଇଁ ହ୍ଵାଟସଅପକୁ ଭାରତରେ ଏକ ଅଫିସ ଓ ସର୍ଭର ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ କୁହାଯାଇଛି ।

ବର୍ତ୍ତମାନ ହ୍ଵାଟସଅପରେ ସର୍ଭର ଭାରତରେ ନାହିଁ ଏଥିରେ ପଠାଯାଉଥିବା ସନ୍ଦେଶକୁ ଟ୍ରାକ କରିବା ବ୍ୟବସ୍ଥା ମଧ୍ୟ ଏଥିରେ ନାହିଁ ।

ଫୋଟୋ ପଠାଇବା ପାଇଁ ହେଉ କିମ୍ବା କୁନି ଶିଶୁ ଦୂରରେ ଥିବା ନିଜ ପିତାଙ୍କୁ ଦେଖିବାକୁ ଚାହୁଁ, ଆଜିର ଯୁଗରେ ହ୍ଵାଟସଅପର ବ୍ୟବହାର ଊଣାଅଧିକେ ସମସ୍ତେ କରୁଛନ୍ତି । ତେବେ ଏହାମଧ୍ୟ ସତ ଯେ ଏଥିରେ ଅନେକ ସମୟରେ ମିଛ ଖବର ଘୁରି ବୁଲୁଛି , ଯାହାଫଳରେ ଅନେକ ସମୟରେ ଲୋକମାନେ ଉତେଜିତ ହେଇ ଦଙ୍ଗା କରୁଛନ୍ତି । ଗତବର୍ଷ ରାମନବମୀ ବେଳେ ଭଦ୍ରକ ସହର କିପରି ଅଶାନ୍ତ ହେଇଥିଲା ସମସ୍ତଙ୍କର ମନେଥିବ।

ତେବେ ଏସବୁ ରୋକିବା ପାଇଁ ହ୍ଵାଟସଅପ ତରଫରୁ ଏକ ନୂତନ ଫିଚର ଲଞ୍ଚ ହେବାକୁ ଯାଉଛି ଯାହାଦ୍ୱାରା ଆପଣଙ୍କ ଗ୍ରୁପରେ ଆସୁଥିବା ଖବର ସତ ବା ମିଥ୍ୟା ଆପଣଙ୍କୁ ସଚେତନ କରାଯିବ। ପୂର୍ବରୁ ବେତାରରେ ଏହା ବିଷୟରେ ଖବର ପ୍ରକାଶ ପାଇଥିଲା ।

ଏହି ନୂଆ ଫିଚରରେ ହ୍ଵାଟସଅପ ଏହାର ବ୍ୟବହାରକାରୀଙ୍କୁ ଜଣାଇଦେବ ଯେ କେଉଁ ଖବର ମିଥ୍ୟା କିମ୍ବା ସନ୍ଦେହଜନକ ଖବର ହୋଇପାରେ। ଏହି ନୂଆ ଫିଚର ନାମ ହେଉଛି “ସସ୍ପିସିୟସ ଲିଙ୍କ ଡିଟେକ୍ସନ” (ସନ୍ଦେହଜନକ ଲିଙ୍କ ଚିହ୍ନଟ)। ବର୍ତ୍ତମାନ କମ୍ପାନୀ ତରଫରୁ ଏହି ଫିଚର ଉପରେ ପରୀକ୍ଷାନିରୀକ୍ଷା କରାଯାଉଛି।

ଏହି ଫିଚର ଲଞ୍ଚ ହେବା ପରେ, ଯେଉଁ ମୁହୂର୍ତ୍ତରେ ଆପଣଙ୍କୁ କୌଣସି ୱେବସାଇଟର କିଛି ଲିଙ୍କ ଆସିବ ସେହି ସମୟରେ ହ୍ଵାଟସଅପର ଏହି ନୂଆ ଫିଚର ଉକ୍ତ ଲିଙ୍କର ପୁଷ୍ଠଭୂମୀ ଯାଞ୍ଚ କରିବ ଓ ଲିଙ୍କଟି ସତ କି ମିଥ୍ୟା ଆପଣଙ୍କୁ ସଚେତନ କରାଇବ।ଯଦି ଖବର ମିଥ୍ୟା କିମ୍ବା ଗୁଜବ ହୋଇଥିବା ତେବେ ଲାଲ ରଙ୍ଗରେ “ସସ୍ପିସିୟସ ଲିଙ୍କ” ବୋଲି ଲେଖାହୋଇଯିବ।

ଏହି ଫିଚର କେବଳ ହ୍ଵାଟସଅପର ବେଟା ଭର୍ସନ (2.18.2040)ରେ ହିଁ ଉପଲବ୍ଧ ହେବ ଓ ଏହା ବହୁତ ଜଲଦି ଲଞ୍ଚ କରିବାକୁ ହ୍ଵାଟସଅପ ଲକ୍ଷ ରଖିଛି।

#whatsapp #currentnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon