• ବେତାର ବ୍ୟୁରୋ

'ପାଟଣାଗଡ' କାହାଣୀକୁ ନେଇ ବିବାଦ, FIR ରୁଜୁ


ଓଡିଶାର ପାଟଣାଗଡ ଠାରେ ହେଇଥିବା ବୋମା ବିସ୍ଫୋରଣ ଘଟଣାକୁ ତିଆରି ହେଉଥିବା ଫିଲ୍ମକୁ ନେଇ ବିବାଦ ଉଠିଛି କାରଣ ଫିଲ୍ମ ନିର୍ମାଣ ଉପରେ କାହାଣୀର ମୁଖ୍ୟ ପରିବାର ପ୍ରଶ୍ନ ଉଠାଇଛନ୍ତି ।

ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତ ସୌମ୍ୟଶେଖରଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କ ବିନା ଅନୁମତିରେ ଫିଲ୍ମ ପ୍ରସ୍ତୁତ ହେଉଛି । ସିନେମାରେ ତାଙ୍କ ପରିବାରର ଚରିତ୍ର କିଭଳି ଦର୍ଶାଯାଇଛି ସେନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ତାଙ୍କୁ କୌଣସି ସମ୍ପର୍କ କରାଯାଇନି । ସେଥିପାଇଁ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ପରିବାର ।

ପଟଣାଗଡ ବୋମା ବିସ୍ଫୋରଣର ଶିକାର ହେଇଥିବା ସୌମ୍ୟଶେଖରଙ୍କ ପତ୍ନୀ ରୀମା ଏ ବିଷୟରେ ଗଣମାଧ୍ୟମ ସହିତ କଥା ହେଇଥିବା ବେଳେ କହିଥିଲେ, "ଫିଲ୍ମଟି ଆମ ସହିତ ଘଟିଥିବା ଘଟଣାକୁ ନେଇ ପ୍ରସ୍ତୁତ ହେଇଛି, ତେବେ ଏହାର କାହାଣୀରେ ଆଉ କଣ ଯୋଡ଼ାଯାଇଛି, ମୋ ଚରିତ୍ରରେ କିଏ ଅଭିନୟ କରୁଛି, ମୋ ଚରିତ୍ରକୁ କିଭଳି ଚିତ୍ରଣ କରାଯାଉଛି,ସେ ବିଷୟରେ କୌଣସି କଥା ମୁଁ ଜାଣିନାହିଁ। ସେଥିପାଇଁ ଏଭଳି ପ୍ରଦକ୍ଷେପ (ଥାନାରେ ମାମଲା ରୁଜୁ) ନିଆଗଲା,"।

ଏହି ଘଟଣାର ପ୍ରକୃତ ଅପରାଧୀ ଧରିବା ପର୍ଯ୍ୟନ୍ତ ରୀମା ଙ୍କ ବିବାହ ପୂର୍ବର ପ୍ରେମିକ ଏ ସବୁ କରିଛି ବୋଲି କୁହାଯାଉଥିଲା। ଏପରିକି ବଲାଙ୍ଗୀର ପୋଲିସ ମଧ୍ୟ ଏହା ପ୍ରେମ ବ୍ୟାପାର ବୋଲି ଗଣମାଧ୍ୟମରେ କହିଥିଲା। ହେଲେ ପରେ କ୍ରାଇମବ୍ରାଞ୍ଚ ପୋଲିସ ଏହାର ତଦନ୍ତ କରି ପ୍ରକୃତ ହତ୍ୟାକାରୀକୁ ଧରିବାରେ ସଫଳ ହେଇଥିଲେ।

ପୂର୍ବରୁ ‘ବୁଲେଟରାଜା’ ନାମରେ ନାମିତ କରାଯାଇଥିବା ଏହି ଫିଲ୍ମଟି ହେଉଛି ଏକ ସାଇକୋ କ୍ରାଇମ ଥ୍ରୀଲର ଫିଲ୍ମ। ଏଥିରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଚଳିତବର୍ଷ ଫେବୃୟାରୀ ମାସ 23 ତାରିଖରେ ଘଟିଥିବା ବୋମା ବିସ୍ଫୋରଣର ଘଟଣାକୁ ଚିତ୍ରିତ କରାଯାଇଛି। ପୁଞ୍ଜିଲାଲ ନାମକ ଜଣେ ଅଧ୍ୟାପକ ଦ୍ଵାରା ଯୋଜନା କରାଯାଇଥିବା ଏହି ଘଟଣାରେ ବରର ମୃତ୍ୟୁ ଘଟିଥିଲା ଓ କନ୍ୟା ଗୁରୁତର ଭାବରେ ଆହତ ହୋଇଥିଲେ। ଯାହାକି ସେହି ସମୟରେ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା।

ପାଟଣାଗଡରେ ଖଳନାୟକ ପୁଂଜିଲାଲ ଭୂମିକାରେ ଅଛନ୍ତି ଓଲିଉଡ୍ ଅଭିନେତା ମନୋଜ ଏବଂ କ୍ରାଇମବ୍ରାଂଚ ଅଧିକାରୀର ଚରିତ୍ର ତୁଲାଉଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି ।

ତେବେ ‘ପାଟଣାଗଡ’ ଫିଲ୍ମଟି ଏହାର ବଜେଟ ପାଇଁ ମଧ୍ୟ ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଓଡିଆ ଫିଲ୍ମ 1କୋଟି ବଜେଟ ଛୁଇଁ ନଥିବା ବେଳେ,ଏହି ଫିଲ୍ମର ବଜେଟ 5କୋଟି ରହିଛି।

#bollywood #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon