• padmabati kund

ଜାଣନ୍ତୁ : ମୁହଁରେ ବ୍ରଣ ହୋଇଥିବା ସମୟରେ କିପରି ଖିଅର ହେବେ


ପୁରୁଷମାନଙ୍କ ପାଇଁ ଖିଅର ହେବା ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ। ଅଧିକାଂଶ ପୁରୁଷ ପ୍ରତିଦିନ ଖିଅର ହେବାକୁ ପସନ୍ଦ କରିଥାନ୍ତି, ଏହା ସେମାନଙ୍କ ନିୟମିତ କାର୍ଯ୍ୟସୂଚୀର ଏକ ଅଙ୍ଗ ହୋଇଥାଏ। କିନ୍ତୁ ଯେତେବେଳେ ପୁରୁଷଙ୍କ ମୁହଁରେ ବ୍ରଣ ହୋଇଥାଏ ତେବେ ଖିଅର ହେବା ବହୁତ କଷ୍ଟକର ହୋଇଥାଏ। କାରଣ ରାସାୟନିକ ପଦାର୍ଥ ମିଶିଥିବା ସେଭିଙ୍ଗ କ୍ରିମ ଓ ତୀକ୍ଷଣ ଧାର ଥିବା ରେଜର ବ୍ୟବହାର କରିବା ଫଳରେ ଏହା ଆପଣଙ୍କ ତ୍ଵଚ୍ଚା ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥାଏ।

ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ କିଛି ସହଜ ଉପାୟ ଅପଣାନ୍ତୁ।

୧.ପ୍ରଥମେ ମୁହଁକୁ ଭଲ ଭାବରେ ସଫା କରନ୍ତୁ: ଖିଅର ହେବା ଆଗରୁ ମୁହଁକୁ ଭଲଭାବରେ ସଫା କରିବା ଉଚିତ। ଏଥିପାଇଁ ଗରମପାଣିରେ ଏକ ଟାୱେଲକୁ ବୁଡାଇ ଆଣି ଅଳ୍ପ ସମୟ ପାଇଁ ମୁହଁରେ ଲଗାଇ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ନରମ ହୋଇଥାଏ।

୨.ସେଭିଙ୍ଗ ତେଲ ଲଗାନ୍ତୁ: ଖିଅର ହେବା ଆଗରୁ ମୁହଁରେ ସେଭିଙ୍ଗ ତେଲର ପ୍ରୟୋଗ କରନ୍ତୁ, ଏହାଦ୍ୱାରା ଆପଣା ଆରାମରେ ସେବିଙ୍ଗ କରିପାରିବେ। ଚେହେରା ନରମ ହୋଇଯିବା କାରଣରୁ କଟିବାର ମଧ୍ୟ ପ୍ରଶ୍ନ ଉଠିବ ନାହିଁ।

୩.ଆଲକୋହଲ ଫ୍ରୀ ଖିଅର ହୁଅନ୍ତୁ: ଯଦି ଆପଣଙ୍କ ଚେହେରାରେ ଅଧିକ ମାତ୍ରାରେ ବ୍ରଣ ହୋଇଥାଏ ତେବେ ସୁଗନ୍ଧ ନଥିବା ଓ ଆଲକୋହଲ ରହିତ ସେଭିଙ୍ଗ କ୍ରିମର ବ୍ୟବହାର କରନ୍ତୁ। କାରଣ ଏହାଦ୍ୱାରା ଆପଣଙ୍କ ତ୍ଵଚାରେ ଜଳାପୋଡା ହୋଇଥାଏ। ଯେଉଁ ସେଭିଙ୍ଗ କ୍ରିମରେ ପ୍ରାକୃତିକ ତେଲ ରହିଥାଏ ସେହିପରି ସେଭିଙ୍ଗ କ୍ରିମ ବ୍ୟବହାର କରନ୍ତୁ।

୪.ସଠିକ ରେଜର ବାଛନ୍ତୁ: ସଂବେଦନଶୀଳ ତ୍ଵଚା ପାଇଁ ସବୁବେଳେ ଗୋଟିଏ ବ୍ଲେଡ ଥିବା ରେଜରର ବ୍ୟବହାର କରନ୍ତୁ। ଏକରୁ ଅଧିକ ବ୍ଲେଡ ଥିବା ରେଜରର ବ୍ୟବହାରରେ ମୁହଁରେ ହୋଇଥିବା ବ୍ରଣ ଖଣ୍ଡିଆ ହୋଇପାରେ ଏବଂ ପ୍ରତିଥର ଖିଅର ହେବା ପୂର୍ବରୁ ଓ ପରେ ଆଣ୍ଟି ବ୍ୟାକ୍ଟେରିଆଲ ଲୋଶନ ସାହାଯ୍ୟରେ ଧୁଅନ୍ତୁ। ଖିଅର ହେଉଥିବା ସମୟରେ ସବୁବେଳେ ଧ୍ୟାନ ରଖନ୍ତୁ ଯେପରି ରେଜର ବ୍ରଣ ସଂସ୍ପର୍ଶରେ ନଆସୁ, କାରଣ ଏହାଦ୍ୱାରା ଚେହେରାରେ ଗଭୀର କ୍ଷତ ହୋଇପାରେ।

୫.ଖିଅର ପରେ ମୁହଁକୁ ଧୁଅନ୍ତୁ: ଖିଅର ହୋଇସାରିବା ପରେ ମୁହଁକୁ ଭଲ ଭାବରେ ଧୁଅନ୍ତୁ। ଏଥିପାଇଁ ଅଳ୍ପ ଉଷୁମପାଣିର ବ୍ୟବହାର କରନ୍ତୁ। କିମ୍ବା ଆପଣା କ୍ଳିନଜର ମଧ୍ୟ ବ୍ୟବହାର କରିପାରିବେ। ଖିଅର ହୋଇସାରିବା ପରେ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ଵଚାକୁ ପୋଷଣ ମିଳିଥାଏ।

#lifestyle #menfashion #grooming #menfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon