• padmabati kund

ଟେଷ୍ଟ ମ୍ୟାଚ ଶୀଘ୍ର ସରିଯିବାରୁ ଟିକେଟ ପଇସା ଫେରାଗଲା


ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପଞ୍ଚମଦିନ ଖେଳ ମାତ୍ର ତିନି ଓଭରରେ ସରିଯିବାରୁ

ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କୁ ନଟିଙ୍ଗହାମଶାୟର କ୍ରିକେଟ କ୍ଲବ ତରଫରୁ ଟଙ୍କା ଫେରସ୍ତ କରାଯାଇଛି।

ପଞ୍ଚମ ଦିନରେ ଖେଳ ଆରମ୍ଭରୁ ଭାରତକୁ ଜିତିବା ପାଇଁ ମାତ୍ର ଗୋଟିଏ ୱିକେଟର ଆବଶ୍ୟକ ରହିଥିଲା। ଭାରତୀୟ ଦଳ ଅତି ସହଜରେ ମାତ୍ର ୩ଓଭର (୧୭ବଲ) ମଧ୍ୟରେ ଏହି ଗୋଟିଏ ୱିକେଟକୁ ନେଇ ଟେଷ୍ଟ ମ୍ୟାଚକୁ ଜିତିଯାଇଥିଲା।

ପୂର୍ବରୁ ନଟିଙ୍ଗହାମଶାୟର ତରଫରୁ ପଞ୍ଚମ ଦିନର ଖେଳ ପାଇଁ ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମକୁ ଖେଳ ଦେଖିବାକୁ ଆସିଥିବା ଦର୍ଶକ ମାନଙ୍କ ପାଇଁ ଟିକେଟର ମୂଲ୍ୟ ୧୦ ପାଉଣ୍ଡ (ଟ.୯୦୦ ଭାରତୀୟ ମୁଦ୍ରା) ନିର୍ଦ୍ଧାରିତ କରଯାଇଥିଲା। ତେବେ ଖେଳର ପରିସ୍ଥିତିକୁ ଅନୁଧ୍ୟାନ କରାଯାଇବା ପରେ ଏହି ନିଷ୍ପତ୍ତିକୁ ବଦଳା ଯାଇଥିଲା ଓ ପଞ୍ଚମ ଦିନର ଖେଳ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ମାଗଣାରେ ପ୍ରବେଶ କରଯାଇଥିଲା।

କୋହଲିଙ୍କ କମାଲ

ଏହି ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି। ୨୦୩ ତିନି ରନର ବ୍ୟବଧାନରେ ଇଂଲଣ୍ଡକୁ ହରାଇବାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଶତକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ପ୍ରଥମ ଇନିଙ୍ଗ୍ସରେ କୋହଲି ୯୭ ରନ ସଂଗ୍ରହ କରିଥିଲେ ଓ ଦ୍ଵିତୀୟ ଇନିଙ୍ଗ୍ସରେ ୧୦୩ରନ କରିଥିଲେ।

ତେବେ ବିରାଟ କୋହଲି ଏହି ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ସହିତ, ଇଂଲଣ୍ଡରେ ଟେଷ୍ଟ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ହେବାରେ ଦ୍ଵିତୀୟ ଭାରତୀୟ ଅଧିନାୟକ ହୋଇପାରିଛନ୍ତି। ପୂର୍ବରୁ କପିଲ ଦେବ ଭାରତୀୟ ଅଧିନାୟକ ଭାବେ ଇଂଲଣ୍ଡରେ ମ୍ୟାନ ଅଫ ଦ ମ୍ୟାଚ ହୋଇପାରିଥିଲେ।

କେବଳ ବ୍ୟାଟିଙ୍ଗରେ ନୁହେଁ ଭାରତୀୟ ଦଳ ବୋଲିଙ୍ଗରେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛି। ପ୍ରଥମ ଇନିଙ୍ଗ୍ସରେ ହାର୍ଦିକ ପାଣ୍ଡ୍ୟା ୫ଟି ୱିକେଟ ନେଇଥିଲେ ଓ ଦ୍ଵିତୀୟ ଇନିଙ୍ଗ୍ସରେ ଯଶପ୍ରୀତ ବୁମରା ୫ଟି ୱିକେଟ ନେଇଥିଲେ। ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ରିଷଭ ପନ୍ତ ପ୍ରଥମ ଇନିଙ୍ଗ୍ସରେ ୱିକେଟକିପର ଭାବରେ ୫ଟି କ୍ୟାଚ ଧରିଛନ୍ତି।

#cricket #testmatch

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon