• padmabati kund

ଦେଖନ୍ତୁ: ଚିରଞ୍ଜୀବଙ୍କ ଜନ୍ମଦିନରେ ଆସିଲା “ସୟେରା ନରସିଂହ ରେଡ୍ଡୀ” ଟିଜର


ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଚିରଞ୍ଜୀବଙ୍କର 63ତମ ଜନ୍ମଦିବସରେ ତାଙ୍କର ଆଗାମୀ ଫିଲ୍ମ “ସାଏରା ନରସିଂହା ରେଡ୍ଡୀ” ର ଟିଜର ରିଲିଜ କରାଯାଇଛି। ଏହା ହେଉଛି ଅଭିନେତା ଚିରଞ୍ଜୀବଙ୍କର 151ତମ ଫିଲ୍ମ। ଏହି ଫିଲ୍ମରେ ଚିରଞ୍ଜୀବଙ୍କ ବ୍ୟତୀତ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଫିଲ୍ମର ଟିଜରକୁ କୋନିଦେଲା ପ୍ରଡକ୍ସନ କମ୍ପାନୀ ତରଫରୁ ୟୁଟ୍ୟୁବରେ ରିଲିଜ କରାଯାଇଛି। ଏହି ଟିଜର ରିଲିଜ ହେବାର ଗୋଟିଏ ଦିନ ମଧ୍ୟରେ ଏହାକୁ 79ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଟିଜରରେ ଚିରଞ୍ଜୀବଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ମେଗାଷ୍ଟର ଘୋଡାରେ ଚଢି ଏକ ଯୁଦ୍ଧରେ ଇଂରେଜଙ୍କ ସହିତ ଲଢୁଥିବାର ଦେଖିବାକୁ ମିଳିଛି। ଚିରଞ୍ଜୀବଙ୍କର ଏହି ଅବତାରକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

ଏହି “ସାଏରା ନରସିଂହା ରେଡ୍ଡୀ”ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶର ସ୍ଵାଧୀନତା ସଂଗ୍ରାମୀ ଉୟଲ୍ଲାୱାଡା ନରସିଂହା ରେଡ୍ଡୀଙ୍କ ଜୀବନୀ ଉପରେ ଆଧାରିତ। ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଉୟଲ୍ଲାୱାଡା ନରସିଂହା ରେଡ୍ଡୀଙ୍କ ନାମକୁ ଗର୍ବର ସହିତ ମନେ ପକାଯାଇଥାଏ। ତାଙ୍କର ଯୁଦ୍ଧନୀତି ଓ କୌଶଳ ପାଇଁ ଏକ ସମୟରେ ସେ ଇଂରେଜଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିଥିଲେ।

ଏହି ଫିଲ୍ମରେ ଚିରଞ୍ଜୀବଙ୍କ ବ୍ୟତୀତ ବଲିଉଡର ମେଗାଷ୍ଟର ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏ ବିଷୟରେ କିଛିଦିନ ପୂର୍ବରୁ ଅମିତାଭ ବଚ୍ଚନ ଏକ ଫଟୋ ଶେୟାର କରିଥିଲେ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଡେବ୍ୟୁ ବିଷୟରେ ଦର୍ଶକଙ୍କୁ ଜଣାଇଥିଲେ।

ଏହାବ୍ୟତୀତ ନୟନତାରା, ଜଗପତି ବାବୁ, କିଚ୍ଚା ସୁଦୀପ, ବିଜୟ ସେନୁପତି, ତମନ୍ନା ଭାଟିୟା ଓ ବ୍ରହ୍ମାଜୀଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମର ପ୍ରଯୋଜନ ଦେଇଛନ୍ତି ଚିରଞ୍ଜୀବଙ୍କ ପୁଅ ରାମ ଚରଣ ଓ ଏହା ରାମ ଚରଣଙ୍କ ପ୍ରଡକ୍ସନ ବ୍ୟାନର ‘କୋନିଦେଲା ପ୍ରଡ଼କ୍ସନ କମ୍ପାନୀ’ରେ ନିର୍ମିତ ହୋଇଛି। ଏହି ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିପାରେ।

#entertainment #tollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon