• ବେତାର ବ୍ୟୁରୋ

ବ୍ୟାଙ୍କ ଅଫ ଇଣ୍ଡିଆ ଓ ଫେଡେରାଲ ବ୍ୟାଙ୍କରେ ବାହାରିଲା 100ରୁ ଉର୍ଦ୍ଧ୍ବ ପଦବୀ :କିପରି କରିବେ ଆବେଦନ


ବ୍ୟାଙ୍କ ଅଫ ଇଣ୍ଡିଆ ଓ ଫେଡେରାଲ ବ୍ୟାଙ୍କ ତରଫରୁ ସଫାଇ କର୍ମଚାରୀ,କ୍ଳର୍କ ଓ ଅଫିସର (ସ୍କେଲ-1)ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ବ୍ୟାଙ୍କ ଅଫ ଇଣ୍ଡିଆରେ ସଫେଇ କର୍ମଚାରୀ ପାଇଁ ମୋଟ 99ଟି ପଦବୀ ପ୍ରକାଶ ପାଇଥିବାବେଳେ ଫେଡେରାଲ ବ୍ୟାଙ୍କରେ କ୍ଳର୍କ ଓ ଅଫିସର (ସ୍କେଲ-1)ପାଇଁ ପଦବୀ ସଂଖ୍ୟା ପ୍ରକାଶ କରାଯାଇନାହିଁ।

ଆବେଦନ ତାରିଖ

ସଫେଇ କର୍ମଚାରୀ ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅଗଷ୍ଟ 29 ତାରିଖ ମଧ୍ୟରେ ଆବେଦନ କରିପାରିବେ ଓ କ୍ଳର୍କ, ଅଫିସର (ସ୍କେଲ-1) ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଗଷ୍ଟ 27 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଅଫିସର (ସ୍କେଲ-1) ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.23,700 ଦରମା ପ୍ରଦାନ କରାଯିବ ଓ କ୍ଳର୍କ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.13,075 ଦରମା ପ୍ରଦାନ କରାଯିବ।

ବୟସସୀମା

ସଫେଇ କର୍ମଚାରୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 08.05.2012 ସୁଦ୍ଧା 18 ବର୍ଷରୁ 26 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ବୟସସୀମା 10ବର୍ଷ କୋହଳ କରାଯାଇଛି।

ଅଫିସର (ସ୍କେଲ-1) ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 01.07.2018 ସୁଦ୍ଧା 26ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ କ୍ଳର୍କ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 01.07.2018 ସୁଦ୍ଧା 24ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ସଫେଇ କର୍ମଚାରୀ ପାଇଁ ଇଚ୍ଛୁକ ପ୍ରାର୍ଥୀ 08.05.2012 ସୁଦ୍ଧା ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ପାଇଁ ଅଫିସର (ସ୍କେଲ-1) ପଦ ପାଇଁ ପ୍ରାର୍ଥୀ ପି.ଜି ରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ କ୍ଳର୍କ ପଦ ପାଇଁ ଗ୍ରାଜୁଏସନରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଅଫିସର (ସ୍କେଲ-1) ପଦରେ ଆବେଦନ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ ଟ.350 ଏବଂ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟ.700 ଆବେଦନ ଫି ଦେବାକୁ ପଡିବ। କ୍ଳର୍କ ପଦ ପାଇଁ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ ଟ.250 ଏବଂ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟ.500 ଆବେଦନ ଫି ଦେବାକୁ ପଡିବ।

କିପରି ଆବେଦନ କରିବେ

ସଫେଇ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ (BANK OF INDIA,POST BOX NO.238,MUMBAI GPO,Mumbai-40001) ଠିକଣାରେ ପୋଷ୍ଟ କରିବାକୁ ପଡିବ ଓ ଲଫାପା ଉପରେ ବଡ  ଅକ୍ଷରରେ APPLICATION FOR THE POST OF SAPHAI KARMACHAREE-CUM-SEPOY AND NAME OF THE ZONE APPLIED FOR ଲେଖିବାକୁ ପଡିବ।

ସେହିପରି କ୍ଳର୍କ ଓ ଅଫିସର (ସ୍କେଲ-1)ପଦରେ ଆବେଦନ କରିବା ପାଇଁ www.federalbank.co.in ଲଗଇନ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ

www.bankofindia.co.in  ଓ ଫେଡେରାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟ www.federalbank.co.inରେ ଲଗଇନ କରନ୍ତୁ।

#jobs #bankjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon