• padmabati kund

ରାକ୍ଷୀ ପାଇଁ ବିକ୍ରି ହେଉଛି ସୁନାର ମିଠା, କିଲୋ ଟ.9000


ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରକୁ ଆଖି ଆଗରେ ରଖି ବଜାରରେ ଭିନ୍ନ ଭିନ୍ନ ପ୍ରକାରର ମିଠା ବିକ୍ରି ହେଉଛି। ସେହିପରି ଗୁଜରାଟର ସୁରଟରେ ଏକ ମିଠା ଦୋକାନରେ ଏକ ସ୍ଵତନ୍ତ୍ର ପ୍ରକାରର ମିଠା ବିକ୍ରି କରାଯାଉଛି ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି ଟ.9000 ରହିଛି।

କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଗୁଜୁରାଟର ସୁରଟରେ ଥିବା “24 କ୍ୟାରେଟ ମିଠାଇ ମ୍ୟାଜିକ” ନାମକ ଦୋକାନରେ ଏହି ମିଠା ବିକ୍ରି ହେଉଛି। ମିଠାରେ 24 କ୍ୟାରେଟ ସୁନା ପାତିର ବ୍ୟବହାର କରାଯାଉଛି। ଯେଉଁ କାରଣ ପାଇଁ ଏହାର ମୂଲ୍ୟ ଏତେ ଅଧିକ ଅଟେ।

ଏ.ଏନ.ଆଇ (ANI) ରେ ପ୍ରକାଶିତ ଖବର ଅନୁସାରେ ବର୍ତ୍ତମାନ ସମୟରେ ଏହି ସୁନାପାତି  ଦିଆହୋଇଥିବା ମିଠାର ଚାହିଦା ଖୁବ ବେଶୀ। ସ୍ଥାନୀୟ ଲୋକମାନେ ଏହି ମିଠାକୁ ଖୁବ ପସନ୍ଦ କରରୁଛନ୍ତି ଓ ଆଗ୍ରହର ସହ କିଣୁଛନ୍ତି ବୋଲି ଦୋକାନର ମାଲିକ ବ୍ରିଜ ମିଠାଇୱାଲା କହିଛନ୍ତି ।

ସୁନାର ପାତି ମନୁଷ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଉପଯୋଗୀତା ଜାଣିଥିବା ବ୍ୟକ୍ତିମାନେ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ବୋଲି ବ୍ରିଜ ମିଠାଇୱାଲା କହିଛନ୍ତି।

ଯେଉଁ ବ୍ୟକ୍ତି ମାନଙ୍କୁ ଶ୍ଵାସ ରୋଗ ରହିଥାଏ କିମ୍ବା ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଥାଏ ସେମାନଙ୍କ ପାଇଁ ସୁନା ଖାଇବା ଲାଭଦାୟକ ହୋଇଥାଏ। ଏହାବ୍ୟତୀତ ଫୁସଫୁସ ଜନିତ ରୋଗ, ହୃଦଘାତ ପିଡୀତ ରୋଗୀ ଓ ମସ୍ତିସ୍କ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ମଣିଷର ଶରୀର ଓ ମସ୍ତିଷ୍କକୁ ଆରମ ଦେଇଥାଏ। ଚୀନରେ ଔଷଧ ତିଆରିରେ ମଧ୍ୟ ସୁନା ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ଅନେକ ଔଷଧରେ ସ୍ୱର୍ଣ୍ଣ ଭସ୍ମ ବ୍ୟବହୃତ ହେଇଥାଏ।

ସାଧାରଣତଃ ବଜାରରେ ଚାନ୍ଦୀର ପାତି ବ୍ୟବହାର କରାଯାଇ ମିଠାଇ ବିକ୍ରି କରାଯାଏ। ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ଟ.300 ରୁ ଟ.350 ମଧ୍ୟରେ ହୋଇଥାଏ।

#goldsweet

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon