- ବେତାର ବ୍ୟୁରୋ
କେନ୍ଦ୍ରାପଡା ଜିଲ୍ଲାରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି

କେନ୍ଦ୍ରାପଡା ଜିଲ୍ଲାରେ ଏସ.ଏସ.ଡି ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟ ଗୁଡିକରେ ଚୁକ୍ତିଭିତ୍ତିକ ଶିକ୍ଷକ (ଜୁନିୟର) ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଯୁକ୍ତଦୁଇ ସହିତ ସି.ଟି ପାସ କରିଥିବା ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ଚୁକ୍ତିଭିତ୍ତିକ ଜୁନିୟର ଶିକ୍ଷକ ନିଯୁକ୍ତି ପାଇଁ ମୋଟ 10ଟି ପଦବୀ ପ୍ରକାଶ ପାଇଛି।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବାପାଇଁ ଶେଷ ତାରିଖ ସେପ୍ଟେମ୍ବର 20 ତାରିଖ ସନ୍ଧ୍ୟା 5 ପର୍ଯ୍ୟନ୍ତ ରହିଛି। ଏହା କେବଳ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପୀଡ ପୋଷ୍ଟ ମାଧ୍ୟମରେ ପଠାଇପାରିବେ। ଉକ୍ତ ସମୟ ମଧ୍ୟରେ ଏହା କେନ୍ଦ୍ରାପଡା,ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ।
ଦରମା
ଏହି ପଦବୀ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.7,400 ଦରମା ପ୍ରଦାନ କରାଯିବ।
ବୟସସୀମା
ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ମହିଳା ପ୍ରାର୍ଥୀ , ଓବିସି ପ୍ରାର୍ଥୀଙ୍କ ପାଇଁ ବୟସସୀମା 5ବର୍ଷ କୋହଳ କରାଯାଇଥିବାବେଳେ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ବୟସସୀମା 10ବର୍ଷ କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଏହି ଜୁନିୟର ଶିକ୍ଷକ ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଯୁକ୍ତଦୁଇରେ 50%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ, ଏହାସହିତ ସି.ଟି ପାସ କରିଥିବା ଆବଶ୍ୟକ ଓ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଆବେଦନ କରିବା ପାଇଁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ଉନ୍ନୟନ ଅଧିକାରୀଙ୍କର ଅଫିସିଆଲ ୱେବସାଇଟ www.kendrapada.nic.in ରେ ଲଗଇନ କରନ୍ତୁ ଓ ଜୁନିୟର ଶିକ୍ଷକ ପଦ ପାଇଁ ଆବେଦନ ଫର୍ମକୁ ଡାଉନଲୋଡ କରନ୍ତୁ। ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହିତ ଏହି ଆବେଦନ ଫର୍ମ ପୂରଣ କରି କେନ୍ଦ୍ରାପଡା ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବେ।
ଚୟନ ପଦ୍ଧତି
ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରଥମ ପସନ୍ଦ ରଖାଯିବ ଓ ଏହାପରେ ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ଚୟନ କରାଯିବ। ପ୍ରାର୍ଥୀଙ୍କର ପରୀକ୍ଷା ମାର୍କ ଅନୁଯାୟୀ ଚୟନ କରାଯିବ।
ଏହି ବିଜ୍ଞପ୍ତି ବିଷୟରେ ଅଧିକ ବିବରଣୀ ପାଇଁ କେନ୍ଦ୍ରାପଡା ଜିଲ୍ଲା ଉନ୍ନୟନ ଅଧିକାରୀଙ୍କର ଅଫିସିଆଲ ୱେବସାଇଟ www.kendrapada.nic.in ରେ ଲଗଇନ କରନ୍ତୁ।