• padmabati kund

ହାବାର୍ଡ ପ୍ରଫେସରଙ୍କ ମତ : ଅତ୍ୟଧିକ ଚର୍ବି ଥିବାରୁ ନଡିଆ ତେଲ ବିଷ ସଦୃଶ


ପ୍ରତ୍ୟେକ ଭାରତୀୟଙ୍କ ଘରେ ନଡିଆ ତେଲର ବ୍ୟବହାର ମୁଣ୍ଡରେ ଲଗାଇବା ପାଇଁ ବ୍ୟବହାର ହୋଇଥାଏ।ଦକ୍ଷିଣ ଭାରତରେ, ବିଶେଷ କରି କେରଳରେ ଏହାକୁ ରୋଷେଇ ତେଲ ହିସାବରେ ବ୍ୟବହାର କରାଯାଇଥାଏ କାରଣ ଏଥିରେ ଅଧିକ ମାତ୍ରାରେ ସାଚ୍ୟୁରେଟେଡ ଫ୍ୟାଟ ରହିଥାଏ, ଯାହାକି ଆମ ଶରୀର ପାଇଁ ସ୍ଵାସ୍ଥ୍ୟକର ହୋଇଥାଏ। କିନ୍ତୁ ହାବାର୍ଡର ଏକ ପ୍ରଫେସର ଏହି ସମସ୍ତ ତଥ୍ୟକୁ ଖଣ୍ଡନ କରି ନଡିଆ ତେଲ ସଂପୂର୍ଣ୍ଣ ଭାବରେ ଏକ ବିଷ ବୋଲି ମତ ପୋଷଣ କରିଛନ୍ତି।

ହାବାର୍ଡର ଟି.ଏଚ ଚ୍ୟାନ ସ୍କୁଲ ଅଫ ପବ୍ଲିକ ହେଲଥ ପ୍ରଫେସର କାରିନ ମିଚେଲଙ୍କ ମତରେ, ନଡିଆ ତେଲକୁ ଖାଇବା ତେଲ ଭାବରେ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହି ନଡିଆ ତେଲରେ ଅଧିକ ପରିମାଣରେ କୋଲେଷ୍ଟ୍ରାଲ ଓ ଫ୍ୟାଟ ରହିଥିବାରୁ ଏହା ହୃଦରୋଗ ସୃଷ୍ଟି କରିବାର ମୁଖ୍ୟ କାରଣ ହୋଇଥାଏ।

କାରିନଙ୍କ ମତରେ ନଡିଆ ତେଲରେ ସାଚ୍ୟୁରେଟେଡ ଫ୍ୟାଟର ମାତ୍ର ଅଧିକ ରହିଥାଏ ଯାହାକି ମନୁଷ୍ୟ ଶରୀରରେ LDL କୋଲେଷ୍ଟ୍ରାଲ ବଢାଇବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ମନୁଷ୍ୟ ଶରୀରରେ ହୃଦଘାତ ଜନିତ ରୋଗ ଦେଖାଯିବାର ଆଶଙ୍କା ବଢିଯାଇଥାଏ।

ବ୍ରିଟିଶ ନ୍ୟୁଟ୍ରିସନ ଫାଉଣ୍ଡେସନ ତରଫରୁ ନଡିଆ ତେଲକୁ ଖାଇବାରେ ବ୍ୟବହାର ନ କରିବା ପାଇଁ ସଚେତନ କରି କୁହାଯାଇଛି ଯେ, “ନଡିଆ ତେଲକୁ ଖାଇବାରେ ବ୍ୟବହାର କରିବା ଦ୍ଵାରା ଶରୀରକୁ କିଛି ଲାଭ ମିଳିଥାଏ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।“

ଘୁଷୁରୀ ମାଂସରେ ୩୯ ପ୍ରତିଶତ, ଗୋରୁ ମାଂସରେ ୫୦ ପ୍ରତିଶତ ଓ ଘିଅରେ ୬୩ ପ୍ରତିଶତ ଫ୍ୟାଟ ରହିଥିବା ବେଳେ ନଡିଆ ତେଲରେ ଏହାର ମାତ୍ରା ସର୍ବାଧିକ ୮୦ ପ୍ରତିଶତ ଅଟେ।

ଅବଶ୍ୟ ମୁଣ୍ଡରେ ଲଗାଯାଉଥିବା ନଡିଆ ତେଲରେ କିଛି ପରିମାଣର ଅନ୍ୟ ତେଲ ମଧ୍ୟ ମିଶି ରହିଥାଏ । ତେବେ ମୁଣ୍ଡରେ ବ୍ୟବହାର କଲେ ଏହାର କୌଣସି ଖରାପ ପ୍ରଭାବ ପଡି ନ ଥାଏ । କିନ୍ତୁ ରନ୍ଧା ଯାଉଥିବା ନଡିଆ ତେଲରେ 100 ପ୍ରତିଶତ ନଡିଆ ତେଲ ହିଁ ଥାଏ, ଯେଉଁଥିରେ ଅତ୍ୟଧିକ ଚର୍ବି ରହିଥାଏ ।

#currentnews #cocunutoil

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon