• padmabati kund

ବିବାହ ପୂର୍ବରୁ ରଣବୀର-ଦୀପିକା କରିବେ ନନ୍ଦୀ ପୂଜା


ବଲିଉଡର ଚର୍ଚ୍ଚିତ ଓ ଲୋକପ୍ରିୟ ଯୋଡି ରଣବୀର-ଦୀପିକା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆସନ୍ତା ନଭେମ୍ବର ମାସ 20 ତାରିଖରେ ବିବାହ କରିବାକୁ ଯାଉଥିବା ଏହି ଯୋଡି ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ ପୂଜା ପାଇଁ ଯୋଜନା କରୁଛନ୍ତି। ଏହି ପୂଜା ପାଇଁ ଦୀପିକାଙ୍କ ମା ଉଜ୍ଜ୍ଵଳା ପାଦୁକୋନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ବୋଲି ଶୁଣିବାକୁ ମିଳୁଛି।

ରଣବୀର – ଦୀପିକାଙ୍କ ବିବାହର ଦଶଦିନ ପୂର୍ବରୁ ଏହି ପୂଜା ହେବ। ଏହି ନନ୍ଦୀ ପୂଜା ଦୀପିକାଙ୍କ ବାଙ୍ଗଲୋରସ୍ଥିତ ବାସଭବନରେ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ଦୀପିକା ଓ ରଣବୀର ନଭେମ୍ବର ପ୍ରଥମ ସପ୍ତାହରେ ବାଙ୍ଗଲୋର ଯିବେ। ସଂପୂର୍ଣ୍ଣ ରୀତିନୀତି ଅନୁସାରେ ନନ୍ଦୀ ପୂଜା ଅନୁଷ୍ଠିତ ହେବ।ତେବେ ଏହି ପୂଜା ସେମାନଙ୍କ ବିବାହର ଦଶ ଦିନ ପୂର୍ବରୁ ଭାରତରେ ହେବ।

ଖବର ମୁତାବକ, ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜ ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିବାକୁ ଚାହୁଞ୍ଛନ୍ତି। ଏଥିପାଇଁ ବିବାହରେ କେବଳ 30ଜଣ ବନ୍ଧୁବାନ୍ଧବ ସାମିଲ ହେବେ। ସେଥିମଧ୍ୟରେ ତାଙ୍କ ପରିବାର ଓ ଅଳ୍ପକିଛି ନିକଟବନ୍ଧୁ ହିଁ ଯୋଗଦାନ ଦେବେ।

ଏହାସହିତ ଏହି ଯୋଡି ବାହାଘରକୁ ଅତ୍ୟନ୍ତ ଖାସ କରିବାକୁ ଚାହୁଁଛନ୍ତି। ଏନେଇ ଡି.ଏନ.ଏ ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦୀପିକା ଓ ରଣବୀର ତାଙ୍କର ବିବାହକୁ କ୍ୟାମେରା କିମ୍ବା ମୋବାଇଲ ନଆଣିବାକୁ ଅତିଥିମାନଙ୍କୁ ଅନୁରୋଧ କରିଛନ୍ତି।

ଫିଲ୍ମଫେୟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ, “ ଦୀପିକା ଓ ରଣବୀର ବିବାହ ପାଇଁ ଇଟାଲୀର ଲେକ କୋମୋକୁ ବିବାହ ସ୍ଥାନ ଭାବରେ ସ୍ଥିର କରିଛନ୍ତି। ଏହି ସ୍ଥାନର ପ୍ରକୃତିକ ସୌନ୍ଦର୍ଯ୍ୟ ଦୀପିକାଙ୍କୁ ବହୁତ ପସନ୍ଦ। ବିବାହ ପରେ ଏହି ଯୋଡି ବାଙ୍ଗଲୋର ଓ ମୁମ୍ବାଇରେ ବାହାଘରର ରେସେପ୍ସନ ରଖିବେ।“

ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକା ଓ ରଣବୀର ନିଜ ପ୍ରେମ ସମ୍ପର୍କ ଓ ବିବାହ ବିଷୟରେ ସର୍ବସାଧାରଣରେ ଘୋଷଣା କରିନାହାନ୍ତି, କିନ୍ତୁ 2013ରୁ ପରସ୍ପରକୁ ଡେଟିଙ୍ଗ କରୁଛନ୍ତି। ଏହି ଯୋଡିକୁ ବଲିଉଡ ଫିଲ୍ମ ‘ରାମଳୀଳା’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ’ରେ ଏକାଠି ଅଭିନୟ କରିବାର ଦେଖିବାକୁ ମିଳିଥିଲା। ତେବେ ସୋସିଆଲ ମିଡିଆରେ ଉଭୟ ଫଟୋରେ କମେଣ୍ଟ ମାଧ୍ୟମରେ ପରସ୍ପର ପ୍ରତି ଥିବା ଭଲପାଇବାକୁ ଦର୍ଶାଉଥିବାର ଦେଖିବାକୁ ମିଳିଥାଏ।

#entertainment #bollywood #deepikapadukon #ranbeersingh

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon