• ବେତାର ବ୍ୟୁରୋ

ମାଟ୍ରିକ ପାସଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ


ଭାରତୀୟ ଡାକ ବିଭାଗ ତରଫରୁ ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କୁ ଷ୍ଟାଫ କାର ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ସେପ୍ଟେମ୍ବର 24 ତାରିଖ ପୂର୍ବରୁ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଷ୍ଟାଫ କାର ଡ୍ରାଇଭର ପାଇଁ ମୋଟ 15ଟି ପଦବୀ ପ୍ରକାଶ ପାଇଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସେପ୍ଟେମ୍ବର ମାସ 24 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଆବେଦନ କରିପାରିବେ।

ଦରମା

ଷ୍ଟାଫ କାର ଡ୍ରାଇଭର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 18ବର୍ଷ ଓ ସର୍ବାଧିକ ବୟସ 27 ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ବୟସସୀମା 5ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ଡ୍ରାଇଭର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡ ଓ ଅନୁଷ୍ଠାନରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହା ସହିତ ଭାରିଯାନ ଚଳାଚଳ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ଆବଶ୍ୟକ। ଏହାବ୍ୟତୀତ ହାଲୁକା ଓ ଭାରିଯାନ ଚଳେଇବାର ତିନି ବର୍ଷର ଅଭିଜ୍ଞତା ସହିତ ମେକନିଜିମ ଜ୍ଞାନ ଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀ ସମସ୍ତ ଅବଶ୍ୟକୀୟ ପ୍ରମାଣପତ୍ର ସହିତ ଆବେଦନ ପତ୍ରକୁ ସଂଲଗ୍ନ କରି (the senior manager , mail motor services, 134-A,        s.k. Ahire  marg, Worli, Mumbai-400018) ଠିକଣାରେ ରେଜିଷ୍ଟର ପୋଷ୍ଟ କରି ପଠାଇବେ। ଏହା ସେପ୍ଟେମ୍ବର 24 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଉକ୍ତ ଠିକଣାରେ ପହଞ୍ଚିବା ଆବଶ୍ୟକ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ଡାକ ବିଭାଗର ଅଫିସିଆଲ ୱେବସାଇଟ www.indianpost.gov.in ରେ ଲଗଇନ କରନ୍ତୁ।

#jobs #govtjob #driver #IndiaPost

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon