- padmabati kund
ଶୁକ୍ରବାର ରିଲିଜ : 'ହାପି ଫିର ଭାଗ ଜାୟେଗି'ର କାହାଣୀ ପ୍ରାଣହୀନ

ଆଜି ଶୁକ୍ରବାରରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ବଲିଉଡ ଫିଲ୍ମ ‘ହାପି ଫିର ଭାଗ ଜାୟେଗି’। 2016ରେ ରିଲିଜ ହୋଇଥିବା ଫିଲ୍ମ ‘ହାପି ଭାଗ ଜାୟେଗି’ର ଏହା ହେଉଛି ଦ୍ଵିତୀୟ ଭାଗ। ପ୍ରଥମ ଭାଗରେ ଘରୁ ଲୁଚି ପଳାଇଥିବା ହାପି ଖୋଜା ଯାଉଥିବାର ଦେଖିବାକୁ ମିଳିଥିବା ବେଳେ, ଏହାର ଦ୍ଵିତୀୟ ଭାଗରେ ମଧ୍ୟ ହାପି ଖୋଜା ଯାଉଥିବାର ଦେଖିବାକୁ ମିଳିଛି।
ମୁଦ୍ଦଶର ଅଜିଜଙ୍କ ନିର୍ଦ୍ଦେଶିତ ଏହି କମେଡି ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଡାୟନା ପେଣ୍ଟିଙ୍କ ସମେତ ଜିମ୍ମି ଶେରଗିଲ, ପିୟୁଷ ମିଶ୍ରା,ଅପାରଶକ୍ତି ଖୁରାନା ଓ ଅଲ୍ଲୀ ଫେଜଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି।
ଫିଲ୍ମର କାହାଣୀ ହାପିକୁ ଖୋଜିବାକୁ ନେଇ ଆଗେଇଛି। କିନ୍ତୁ ‘ହାପି ଫିର ଭାଗ ଜାୟେଗି’ ରେ ରହିଛନ୍ତି ଦୁଇ ଦୁଇଟି ହାପି। ପ୍ରଥମ ହାପିକୁ ଖୋଜିବାକୁ ଯାଇ ଭୁଲରେ ଦ୍ଵିତୀୟ ହାପିକୁ ଧରି ନିଆଯାଇଛି। ଏହି ସବୁ ଭିତରେ ପ୍ରଥମ ହାପି ଖସି ପଳାଇବାରେ ସଫଳ ହୋଇଛି। କିନ୍ତୁ ଏଥିର ହାପିକୁ ପାକିସ୍ଥାନରେ ନୁହେଁ ବରଂ ଚୀନରେ ଖୋଜାଯାଉଛି।
ଫିଲ୍ମରେ ଯେଉଁ ହାପିକୁ ଖୋଜା ଯାଉଛି ସେ ହେଉଛନ୍ତି ଡାୟନା ପେଣ୍ଟି ଓ ଯେଉଁ ହାପିକୁ ପୋଲିସ ଧରିଛି ସେ ହେଉଛନ୍ତି ସୋନାକ୍ଷୀ ସିହ୍ନା। ପୋଲିସ ହାତରେ ଧରାପଡିବା ପରେ ହାପି (ସୋନାକ୍ଷୀ ସିହ୍ନା) ମଧ୍ୟ ଖସି ପଳାଇବାରେ ସଫଳ ହୋଇଛନ୍ତି। ତେବେ ସମୟ ସାଙ୍ଗରେ ସୋନକ୍ଷୀ ମଧ୍ୟ ପୋଲିସ ସହ ମିଶି ଅସଲି ହାପିକୁ ଖୋଜିବାକୁ ଲାଗିଛନ୍ତି।
ଫିଲ୍ମର କାହାଣୀକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଫିଲ୍ମରେ ଅନେକ ଡାଇଲଗ ବହୁତ ମଜାଦାର ହୋଇଛି। ଏହାସହିତ କଳାକାର ମାନଙ୍କର ଅଭିନୟ ମଧ୍ୟ ଖୁବ ଚମତ୍କାର ହୋଇଛି। ଖାସ କରି ବହୁ ସମୟ ବ୍ୟବଧାନ ପରେ ସୋନାକ୍ଷୀଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।
ଫିଲ୍ମର ଗୀତ ଗୁଡିକ ଦର୍ଶକ ମାନଙ୍କ ମନରେ ଘର କରିବାରେ ସଫଳ ହୋଇପାରିନାହିଁ। ଫିଲ୍ମ ରିଲିଜ ପୂର୍ବରୁ ମଧ୍ୟ ଏହାର ଗୀତ ଗୁଡିକ କିଛି କମାଲ କରିପାରି ନଥିଲା।
ପାଖାପାଖି 25କୋଟି ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମଟି ଦର୍ଶକ ମାନଙ୍କ ଠାରୁ ମିଶ୍ର ପ୍ରତିକ୍ରିୟା ମିଳୁଛି। ତେବେ ପୂର୍ବରୁ ରିଲିଜ ହୋଇଥିବା ‘ଗୋଲ୍ଡ’ ଓ ‘ସତ୍ୟମେବା ଜୟତେ’ ବର୍ତ୍ତମାନ ମଧ୍ୟ ବକ୍ସଅଫିସରେ ନିଜର ଜାଦୁ ଦେଖାଉଛି। ଏପରି ପରିସ୍ଥିତିରେ ବକ୍ସଅଫିସରେ ହିଟ ହେବା ‘ହାପି ଫିର ଭାଗ ଜାୟେଗି’ ପାଇଁ ବଡ ପରୀକ୍ଷା ହେବ।