• padmabati kund

ସୁରତ-ଭୁବନେଶ୍ଵର ସିଧାସଳଖ ବିମାନ ଚଳାଚଳ ପାଇଁ ନବୀନଙ୍କ ପ୍ରସ୍ତାବ


ସୁରତରେ ରହୁଥିବା ସଂଖ୍ୟାଧିକ ଓଡିଆଙ୍କୁ ଆଖି ଆଗରେ ରଖି ସୁରତ-ଭୁବନେଶ୍ଵର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଲେଖିଛନ୍ତି ଯେ, “ ଆପଣ ଭୁବନେଶ୍ଵରରୁ ସୁରତକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ ଘରୋଇ ବିମାନ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେବାକୁ ମୁଁ ଅନୁରୋଧ କରୁଛି।“

ଓଡିଶାରୁ ଅଧିକାଂଶ ପରିବାର ସୁରତରେ ବସବାସ କରନ୍ତି ଓ ସେଠାରେ ଟେକ୍ସଟାଇଲ (ବୟନଶିଳ୍ପ)ରେ କାମ

କରିଥାନ୍ତି। ବର୍ତ୍ତମାନ ଭୁବନେଶ୍ଵରରୁ ସେହି ସ୍ଥାନକୁ ଯିବା ପାଇଁ କୌଣସି ସିଧାସଳଖ ବିମାନ ସୁବିଧା ଉପଲବ୍ଧ ନାହିଁ। କେବଳ ଟ୍ରେନ ଯୋଗେ ହିଁ ଭୁବନେଶ୍ଵରରୁ ସୁରତକୁ ସିଧାସଳଖ ଚଳାଚଳ ହୋଇପାରୁଛି, ଯାହାକି ଅଧିକ ସମୟ ସାପେକ୍ଷ ଅଟେ।

ତେଣୁ ସୁରତକୁ ବିମାନ ଯୋଗେ ଯିବା ପାଇଁ ଓଡିଶାବାସୀଙ୍କୁ ଅଧିକ ସମୟ ଲାଗିଯାଉଛି। କୌଣସି ଜରୁରୀ ପରିସ୍ଥିତିରେ ସୁରତରେ ରହୁଥିବା ଲୋକମାନେ ଓଡିଶାକୁ ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସଠିକ ସମୟରେ ପହଞ୍ଚି ପାରୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

ସେହିପରି ପ୍ରତିବର୍ଷ ଉଭୟ ସହରରୁ ଅଧିକାଂଶ ଲୋକ ଅନେକ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଯିବା ଆସିବା କରିଥାନ୍ତି। ଉଭୟ ସହରକୁ ସିଧାସଳଖ ବିମାନ ଚଳାଚଳ ସୁବିଧା ଉପଲବ୍ଧ ହେବା ଦ୍ଵାରା ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।

ଏହାପୂର୍ବରୁ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ପୁନେକୁ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଥିଲେ, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଚଳାଚଳ ମନ୍ତ୍ରୀଙ୍କ ଦ୍ଵାରା ବିଚାରଧୀନ ଅଛି ।

ସମ୍ପ୍ରତି ଭୁବନେଶ୍ବରରୁ ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ ତଥା ଚେନ୍ନାଇ ପାଇଁ ସିଧାସଳଖ

ବିମାନ ସେବା ଚାଲୁଅଛି ।

#Surat #Passenger

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon