- ବେତାର ବ୍ୟୁରୋ
ଘରେ ୱିଣ୍ଡ ଚାଇମ ଲଗାଉଥିଲେ ଜାଣନ୍ତୁ ଏହି ବାସ୍ତୁ ନିୟମ

ଘର ସଜାଇବା ପାଇଁ ଲୋକମାନେ ଅନେକ ସାମଗ୍ରୀର ବ୍ୟବହାର କରିଥାନ୍ତି। ସେଥିମଧ୍ୟରୁ ୱିଣ୍ଡ ଚାଇମ ଅନ୍ୟତମ। ପବନର ଗତି ସାହାଯ୍ୟରେ ଏଥିରୁ ଉତ୍ପନ ହେଉଥିବା ଧ୍ୱନି ଆପଣଙ୍କୁ ସକାରାତ୍ମକ ଶକ୍ତି ଯୋଗାଇଥାଏ। ଏହାଦ୍ୱାରା ଘରେ ରହୁଥିବା ଲୋକଙ୍କୁ ମଧ୍ୟ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ଏହି ୱିଣ୍ଡ ଚାଇମ ବ୍ୟବହାର ସହିତ ବାସ୍ତୁର ମଧ୍ୟ ସମ୍ପର୍କ ରହିଛି। ବାସ୍ତୁ ନିୟମ ଅନୁସାରେ ଏହାର ବ୍ୟବହର କରିବା ଦ୍ଵାରା ଜୀବନରେ ସୁଖଶାନ୍ତି ଭରିଯାଇଥାଏ।
ଘର ମଧ୍ୟରେ ୱିଣ୍ଡ ଚାଇମ ଲଗାଉଥିଲେ, ଜାଣିରଖନ୍ତୁ କିଛି ବାସ୍ତୁ ଟିପ୍ସ।
୧. ତମ୍ବାରେ ତିଆରି ୱିଣ୍ଡ ଚାଇମ ଘରର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ବ୍ୟବାହର କରିବା ଦ୍ଵାରା ଶୁଭଫଳ
ମିଳିଥାଏ। ଏହାର ପ୍ରଭାବରେ ଘରର ପରିବେଶ ଶାନ୍ତ ରହିଥାଏ। ଛଅଟି ନଳ (ପାଇପ) ଥିବା ତମ୍ବାର ୱିଣ୍ଡ ଚାଇମ ଡ୍ରଇଙ୍ଗ ରୁମର ଉତ୍ତର-ପଶ୍ଚିମ କୋଣରେ ଲଗାନ୍ତୁ। ବାସ୍ତୁ ନିୟମ ଅନୁସାରେ ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ।
୨. କାଠରେ ତିଆରି ୱିଣ୍ଡ ଚାଇମ ପୂର୍ବଦିଗ, ଦକ୍ଷିଣ-ପୂର୍ବ ଦିଗ ଓ ଦକ୍ଷିଣ ଦିଗରେ ଲଗାଇବା ଦ୍ଵାରା ଶୁଭଫଳ ମିଳିଥାଏ। ଘରର ପୂର୍ବ ଦିଗରେ ଏହାକୁ ଟାଙ୍ଗିବା ଦ୍ଵାରା ସମୃଦ୍ଧି ମିଳିଥାଏ, ଦକ୍ଷିଣ-ପୂର୍ବ ଦିଗରେ ଟାଙ୍ଗିବା ଦ୍ଵାରା ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହୋଇଥାଏ ଓ ଦକ୍ଷିଣ ଦିଗରେ ଟାଙ୍ଗିବା ଦ୍ଵାରା ସମ୍ମାନ ବଢିଥାଏ।

୩.ପୋଡାମାଟିରେ ତିଆରି ୱିଣ୍ଡ ଚାଇମ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଟାଙ୍ଗନ୍ତୁ, ଏହାଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ। ଟଏଲେଟ କିମ୍ବା ଷ୍ଟୋର ରୁମରେ ୱିଣ୍ଡ ଚାଇମ ଟାଙ୍ଗନ୍ତୁ ନାହିଁ, ଏହାଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।
୪. ୱିଣ୍ଡ ଚାଇମ କିଣିବା ସମୟରେ ସବୁବେଳେ ଧ୍ୟାନ ଦିଅନ୍ତୁ ଯେ ଯେପରି ଏହାର ଧ୍ୱନି ଶୁଣିବାକୁ ମଧୁର ହୋଇଥିବ। ଯଦି ଏହାର ସ୍ଵର ମଧୁର ନହୋଇଥାଏ ତେବେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ। ଘର ମଧ୍ୟରେ ଅଶାନ୍ତି ଓ କଳହ ଦୂର କରିବା ପାଇଁ ୨-୩ଟି ନାଳ ଥିବା ୱିଣ୍ଡ ଚାଇମ ଲଗାନ୍ତୁ।
୫.ଯଦି ଆପଣ ୱିଣ୍ଡ ଚାଇମକୁ ଘର ମଧ୍ୟରେ ଲଗାଉଛନ୍ତି ତେବେ ଏହାର ଆକାର ଛୋଟ ରଖନ୍ତୁ ଓ ଘର ବାହାରେ ଲଗାଉଥିଲେ ଏହାର ଆକାର ବଡ ରଖନ୍ତୁ।
(ବି.ଦ୍ର ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )