• ବେତାର ବ୍ୟୁରୋ

ଭୋଡଫୋନ ୩ଟି ଅନଲିମିଟେଡ଼ କଲ ପ୍ଲାନର ଦର ବୃଦ୍ଧି : କୋଉ ପ୍ଲାନ କେତେ


ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଭୋଡଫୋନ ତରଫରୁ ନୂଆ ପ୍ରିପେଡ ରିଚାର୍ଜ ପ୍ୟାକ ଲଞ୍ଚ କରାଯାଇଛି। ଏହି ପ୍ୟାକରେ ଗ୍ରାହକ ମାନଙ୍କୁ ପ୍ରତିଦିନ 1.5ଜିବି ଡାଟା ମିଳିବ।

ଭୋଡାଫୋନ ତରଫରୁ ଲଞ୍ଚ କରାଯାଇଥିବା ଏହି ନୂଆ ପ୍ରିପେଡ ରିଚାର୍ଜ ପ୍ୟାକ ଗୁଡିକ ହେଉଛି ଟ.209, ଟ.479 ଓ ଟ.529। ଏଥିରେ ଗ୍ରାହକମାନଙ୍କୁ 1.5ଜିବି ଡାଟା ସହିତ ଅନଲିମିଟେଡ କଲ ଓ ପ୍ରତିଦିନ 100ଟି ଏସଏମଏସ ମଧ୍ୟ ମିଳିବ। ଏହି ପ୍ୟାକ ଗୁଡିକ ବର୍ତ୍ତମାନ କିଛି ବଛା ଯାଇଥିବା ସର୍କଲରେ ଲଞ୍ଚ କରାଯାଇଛି।

ଭୋଡଫୋନର ଗ୍ରାହକ ମାନଙ୍କୁ ଟ.209ରେ ପ୍ରତିଦିନ 1.5ଜିବି ଡାଟା ସହିତ ଅନଲିମିଟେଡ ଲୋକାଲ,ଏସଟିଡି ଓ ରୋମିଙ୍ଗ କଲର ସୁବିଧା ମିଳିବ,ଏହାସହିତ ପ୍ରତ୍ୟେକଦିନ 100ଟି ଏସଏମଏସ ମଧ୍ୟ କରିପାରିବେ। ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ।

ସେହିପରି ଟ.479 ପ୍ୟାକରେ ଅନଲିମିଟେଡ କଲ, 100ଟି ଏସଏମଏସ ସହିତ 1.5ଜିବି ଡାଟା ପ୍ରତ୍ୟେକ ଦିନ ମିଳିବ ଓ ଏହି ପ୍ୟାକର ବୈଧତା 84ଦିନ ପର୍ଯ୍ୟନ୍ତ ରହିବ। ଏହାବ୍ୟତୀତ ଟ.529 ପ୍ୟାକରେ ମଧ୍ୟ ପ୍ରତିଦିନ 1.5ଜିବି ଡାଟା, ଅନଲିମିଟେଡ କଲ ସହିତ ପ୍ରତିଦିନ 100ଟି ଏସଏମଏସ କରିପାରିବେ ଓ ଏହି ପ୍ୟାକର ବୈଧତା 90ଦିନ ପର୍ଯ୍ୟନ୍ତ ରହିବ।

ଏହି ତିନୋଟି ଯାକ ପ୍ୟାକରେ ଅନଲିମିଟେଡ କଲର ଏକ ସୀମା ରହିବ। ପ୍ରତ୍ୟେକଦିନ ଆପଣ 250 ମିନିଟ ଓ ସପ୍ତାହକୁ 1000ମିନିଟ ହିସାବରେ କଥା ହୋଇପାରିବେ।

ପୂର୍ବରୁ ଭୋଡଫୋନରେ ଏହି ସବୁ ପ୍ୟାକର ଦର ଟ.199, ଟ.448 ଓ ଟ.509 ରହିଥିଲା, ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲ, ଏସଏମଏସ ସହିତ ପ୍ରତ୍ୟେକ ଦିନ 1.4ଜିବି ଡାଟା ମିଳୁଛି।

#mobile #recharge #vodafone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon