• padmabati kund

କାଜଲଙ୍କ ଏହି ଫିଲ୍ମରେ ଅତିଥି କଳାକାର ହେବେ ଅମିତାଭ


ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ହେଲିକପ୍ଟର ଇଲ୍ଲା’କୁ ନେଇ ଦର୍ଶକ ମାନଙ୍କ ମନରେ ବେଶ ଉତ୍କଣ୍ଠା ଭରି ରହିଛି। ଖାସ କରି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଫିଲ୍ମର ରିଲିଜକୁ ଦର୍ଶକମାନେ ଆଗ୍ରହର ସହିତ ଅନାଇବସିଛନ୍ତି। ଏଥିମଧ୍ୟରେ ଏହି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଖବର ମିଳିଛି।

ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଏକ ଅତିଥି ଭୂମିକାରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ନିଜର ଚରିତ୍ରକୁ ପରିବେଷଣ କରିବେ। ଫିଲ୍ମର ନିର୍ଦ୍ଦେଶକ ପ୍ରଦୀପ ସରକାର କହିଛନ୍ତି ଯେ, “ଫିଲ୍ମରେ ଏକ ନିର୍ଦ୍ଧିଷ୍ଟ ଦୃଶ୍ୟ ପାଇଁ ଅମିତାଭ ବଚ୍ଚନଙ୍କ ଆବଶ୍ୟକତା ରହିଥିଲା। ତେଣୁ ଏଥିପାଇଁ ଆମେ ତାଙ୍କୁ ଅନୁରୋଧ କରିଥିଲୁ। ଏହି ଦୃଶ୍ୟଟି ଫିଲ୍ମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ବିଗ ବି ମଧ୍ୟ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ। ପୂର୍ବରୁ ମଧ୍ୟ ସେ ମୋ ସହିତ କାମ କରିଛନ୍ତି ଓ କାଜୋଲ-ଅଜୟଙ୍କ ସହିତ ମଧ୍ୟ ସେ ବହୁତ ଅନ୍ତରଙ୍ଗ ଅଟନ୍ତି।“

ଫିଲ୍ମର ଟ୍ରେଲର କାଜୋଲଙ୍କ ୪୪ତମ ଜନ୍ମଦିନ ଅବସରରେ ରିଲିଜ ହୋଇଯାଇଛି। ଦର୍ଶକମାନେ ଏହାର ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି। ମା ଓ ପୁଅର ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ଗୁଜୁରାଟୀ ନାଟକ ‘ବେଟା କାଗଡୁ’ ଉପରେ ଆଧାରିତ ଓ ଏହାକୁ ‘ଶିପ ଅଫ ଥିଓସ’ ଲେଖିଥିବା ଲେଖକ ଆନନ୍ଦ ଗାନ୍ଧୀ ଲେଖିଛନ୍ତି।

ଫିଲ୍ମରେ କାଜୋଲ ଜଣେ ଅବିବାହିତ ମା' ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ପୁଅକୁ ଭଲଭାବରେ ଲାଳନ ପାଳନ କରି ବଡ କରିବା ପାଇଁ ନିଜର ସବୁ ସ୍ଵପ୍ନକୁ ପଛରେ ପକାଇ ଦେଇଛନ୍ତି। କାଜୋଲଙ୍କ ପୁଅ ଭୂମିକାରେ ଜାତୀୟ ପୁରସ୍କାର ବିଜେତା ରିଦ୍ଧି ସେନ ଅଭିନୟ କରିଛନ୍ତି। ପୁଅ ଚାହୁଁନାହିଁ ଯେ ମା’ ସବୁ ସମୟରେ ତାର ଆଖପାଖରେ ରହୁ ବୋଲି କିନ୍ତୁ ମା’ ପୁଅ ସହିତ ସବୁ ସମୟରେ ରହିବାକୁ ଚାହୁଁଛି। ଏପରିକି ମା’ ପୁଅର କଲେଜରେ ମଧ୍ୟ ନାମ ଲେଖାଉଛି।

ରିଲିଜରେ ହୋଇପାରେ ବିଳମ୍ବ

ତେବେ ଏହି ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଥିଲା ମାତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ କାରଣରୁ ଏହାର ରିଲିଜ ତାରିଖକୁ ଅକ୍ଟୋବର ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ନିର୍ଦ୍ଦେଶକ ଡେଙ୍ଗୁ ଜ୍ଵରରେ ପିଡୀତ ଅଛନ୍ତି।

ଫିଲ୍ମରେ କାଜୋଲ ଓ ରିଦ୍ଧି ସେନଙ୍କ ବ୍ୟତୀତ ନେହା ଧୂପିଆ ଓ ତୋତା ରୟ ଚୌଧୁରୀ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ ଓ ଜୟନ୍ତଲାଲ ଗଡା।

#entertainment #bollywood #amitabhbacchan #helicoptereela

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon