• padmabati kund

ବେକର କଳା ଦାଗ ଦୂର କରିବା ପାଇଁ କିଛି ଘରୋଇ ଉପଚାର


ନିଜ ଚେହେରାକୁ ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ ଯତ୍ନ ନେଇଥାନ୍ତି। କିନ୍ତୁ ମନୁଷ୍ୟ ଶରୀରରେ ଏମିତି କିଛି ଅଙ୍ଗ ରହିଛି, ଯାହାଉପରେ ଆମର ଧ୍ୟାନ ପଡିନଥାଏ। ସେହି ସବୁ ଅଙ୍ଗ ମଧ୍ୟରୁ ଗୋଟିଏ ହେଉଛି ବେକ। ଆପଣ ନିଜ ଚେହେରା ପରି ବେକର ଯତ୍ନ ରଖିନଥାନ୍ତି, ଫଳସ୍ଵରୂପ ଏହା କଳା ହେବାକୁ ଲାଗିଥାଏ ଓ ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିଥାଏ।

ଯଦି ଆପଣଙ୍କର ମଧ୍ୟ ବେକରେ କଳା ଦାଗ ପଡୁଥାଏ ତେବେ ଏହାକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଉପଚାର।

୧.ଏଲୋଭେରା ଜେଲ : ବେକର କାଳଦାଗ ଦୂର କରିବା ପାଇଁ ଏଲୋଭୋରା ବହୁତ ସାହାଯ୍ୟ କରିଥାଏ। ଏଲୋଭେରା ଆଣି ଏଥିରୁ ଜେଲ ବାହାର କରି ବେକରେ ମସାଜ କରନ୍ତୁ। ଏପରି ଭାବରେ ସପ୍ତାହକୁ ଦୁଇରୁ ତିନି ଥର କରିବା ଦ୍ଵାରା ବେକରେ ଥିବା କଳାଦାଗ ଦୂର ହୋଇଥାଏ।

୨.ଆଳୁ : ଏକଥା ସମସ୍ତେ ଜାଣିଛନ୍ତି ଯେ ଆଖିତଳ କଳା ଦାଗକୁ ଦୂର କରିବା ପାଇଁ ଆଳୁର ବ୍ୟବହାର କରାଯାଇଥାଏ, କିନ୍ତୁ ଏହାକୁ ଆପଣ ବେକର କଳା ଦାଗ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହାକୁ ଦୁଇରୁ ତିନିଥର ବ୍ୟବହାର କରିବା ଦ୍ଵାରା ଏହା କାମ କରିବା ଆରମ୍ଭ କରିଦେଇଥାଏ। ଏଥିପାଇଁ ପ୍ରତିଦିନ ଶୋଇବା ଆଗରୁ ବେକରେ ଆଳୁ ଖଣ୍ଡ ନେଇ ଘଷନ୍ତୁ, ଓ ଦଶ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।

୩.ବେସନ : ତ୍ଵଚାକୁ ଉଜ୍ଜ୍ଵଳ କରିବାରେ ବେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହାକୁ ମଧ୍ୟ ଆପଣ ବେକର କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ। ଏଥିପାଇଁ ବେସନ ସହିତ ହଳଦୀ ଓ ଅଳ୍ପ ସୋରିଷତେଲ ମିଶାଇ ଏକ ଫେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେଷ୍ଟକୁ ବେକରେ ୧୫ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଶୁଖିଗଲା ପରେ ଏହାକୁ ଘଷି ଘଷି ଛଡାନ୍ତୁ। ସପ୍ତାହକୁ ଗୋଟିଏ ଥର ଏହିପରି କରନ୍ତୁ।

୪.ବେକିଙ୍ଗ ସୋଡା : ଦାନ୍ତ ଓ ନଖକୁ ଚମକେଇବା ପାଇଁ ବ୍ୟବହର ହେଉଥିବା ବେକିଙ୍ଗ ସୋଡା ବେକର କଳା ଦାଗ ଦୂର କରିବା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ। ଏଥିପାଇଁ ଅଧଚାମଚ ବେକିଙ୍ଗ ସୋଡାରେ ଏକ ଚାମଚ ଗୋଲାପ ଜଳ ମିଶାଇ ଏକ ଫେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ବେକରେ ମସାଜ କରନ୍ତୁ।

୫.ଭିଟାମିନ –ଇ କ୍ୟାପସୁଲ : ବେକର କଳାଦାଗ ଦୂର କରିବା ପାଇଁ ଭିଟାମିନ-ଇ କ୍ୟାପସୁଲର ବ୍ୟବହାର କରିପାରିବେ। ଏଥିପାଇଁ ଦୁଇ କିମ୍ବା ତିନୋଟି କ୍ୟାପସୁଲ ନେଇ ସେଥିରୁ ତେଲ ବାହାର କରି ବେକରେ ମସାଜ କରନ୍ତୁ। କିଛିଦିନ ମଧ୍ୟରେ ଆପଣଙ୍କୁ ଫରକ ନଜର ଆସିଯିବ।

#lifestyle #bodycare #darknessremoval #neck

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon