• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ: କେଉଁ ରାଶିର ହେଇପାରେ ଆର୍ଥିକ ଉନ୍ନତି


ମେଷ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତିର ସାମ୍ନା କରିବେ। ପରିବାରରେ ମଧ୍ୟ ସାମାନ୍ୟ ବୁଝାମଣା ଅଭାବରୁ ଅବିଭାବକଙ୍କ ସହିତ ମତଭେଦ ଦେଖାଦେଇପାରେ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ସନ୍ତାନଙ୍କର ସଫଳତାରେ ଗର୍ବ ଅନୁଭବ କରିବେ।

ବୃଷ: କର୍ମକ୍ଷେତ୍ରରେ ବ୍ୟସ୍ତ ରହିବା କାରଣରୁ ପରିବାର ସଦସ୍ୟ ସହ ସମୟ ବିତାଇ ପାରିବେ ନାହିଁ। ପରିବାରରେ ବିଶୃଙ୍ଖଳା ମଧ୍ୟ ଦେଖାଦେଇପାରେ। ନୂତନ ଜମିବାଡି କିମ୍ବା ଯାନବାହାନ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ପୋଦୋନ୍ନତି ଘଟିବ। ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ।

ମିଥୁନ: ସପ୍ତାହରେ ଆପଣ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଆର୍ଥିକ ଲାଭ ଆଣିଦେବ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ଦେଖା ଦେଇପାରେ। ଅଚାନକ ଅର୍ଥଲାଭର ସୁଯୋଗ ରହିଛି।  ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ।

କର୍କଟ: କୌଣସି କଥାକୁ ନେଇ ମାନସିକ ଦୁଃଶ୍ଚିନ୍ତାଗ୍ରସ୍ତ ରହିବେ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି ଯାହା ଆପଣଙ୍କୁ ଖୁସି ଆଣିଦେବ। କର୍ମକ୍ଷେତ୍ରରେ ଉତ୍ତମ ସମୟ ବିତିବ ଓ ପଦୋନ୍ନତି ନେହାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ କଠିନ ପରିଶ୍ରମର ଫଳ ମିଳିବ।

ସିଂହ: କର୍ମକ୍ଷେତ୍ରରେ ଉନ୍ନତି କରିବେ ଓ ଆର୍ଥିକ ଉନ୍ନତି ଘଟିବ। ଆର୍ଥିକ ସମସ୍ୟାରୁ ଦୂରେଇ ରହିବା ପାଇଁ ପୁଞ୍ଜିଲଗାଣ ସମୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

କନ୍ୟା: ଆଶା କରିଥିବା ଜିନିଷ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପରିବାର ମଧ୍ୟରେ ଝଗଡା ଦେଖାଦେବ। ଯଦି ଆପଣ ବିଦେଶ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଉଚିତ ସମୟ ଅଟେ।

ତୁଳା: ପାରିବାରିକ ଜୀବନ ଓ ପେଶଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହିତ ଝଗଡା ହୋଇପାରେ, ଯାହା ଆପଣଙ୍କ କାମ ଉପରେ ପ୍ରଭାବ ପକାଇବ। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ।

ବିଛା: ସପ୍ତାହଟି ଆପଣଙ୍କ ବହୁତ ଭଲରେ କଟିବ ଓ ଲାଭବାନ ହେବେ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ମନଯୋଗ ଦେଇ ସଂପୂର୍ଣ୍ଣ କରିବେ। ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ଧନୁ: ସପ୍ତାହର ଆରମ୍ଭରୁ ଦୁରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର ବ୍ୟବହାର ସମ୍ପର୍କ ଉପରେ ପ୍ରଭାବ ପକାଇପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଦେବେ।

ମକର: ଅଧିକାଂଶ ସମୟ ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହିତ ବିତାଇବେ। ଆପଣଙ୍କର କଥା କହିବାର ଶୈଳୀକୁ ପରିବର୍ତ୍ତନ କରନ୍ତୁ, ନଚେତ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ନୂତନ ଜମିବାଡି କିଣି ପାରନ୍ତି। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ।

କୁମ୍ଭ: ବହୁତ ଦିନରୁ ଅଟକି ରହିଥିବା କାମଟି ସଂପୂର୍ଣ୍ଣ ହେବ। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ଅଫିସ କାମ ପାଇଁ ଦୁରସ୍ଥାନ’କୁ ଯାତ୍ରା କରିବେ। ମାଲିମକୋଦ୍ଦମା କ୍ଷେତ୍ରରେ ଜୟଯୁକ୍ତ ହେବେ। ଆଖିରେ ସମସ୍ୟା ଦେଖାଦେବ।

ମୀନ: ଏହିସପ୍ତାହରେ ଆପଣଙ୍କର ବ୍ୟୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ମନଯୋଗ ଦେଇପାରିବେ ନାହିଁ। ଆୟରେ ବୃଦ୍ଧି ଘଟିବ। ପାରିବାରିକ ଜୀବନ ସୁଖରେ କଟିବ। ସନ୍ତାନଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀଙ୍କୁ ମନଲଗାଇ ପାଠ ପଢିବାକୁ ପଡିବ।

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon