• padmabati kund

ମାନସିକ ଚାପରେ ରହୁଥିବା ମହିଳାଙ୍କ ପାଇଁ ଆପ : 'ଭଡାରେ ନିଅନ୍ତୁ ବୟଫ୍ରେଣ୍ଡ'


ଯେଉଁ ମହିଳାମାନେ ଏକୁଟିଆ ଥାଆନ୍ତି କିମ୍ବା କୌଣସି କାରଣରୁ ମାନସିକ ବିଷାଦଗ୍ରସ୍ତ ଥାଆନ୍ତି, ସେମାନଙ୍କ ପାଇଁ ବର୍ତ୍ତମାନ ଏପରି ଏକ ଆପର ଆରମ୍ଭ କରାଯାଇଛି, ଯାହା ମାଧ୍ୟମରେ ସେମାନେ ହ୍ୟାଣ୍ଡସମ ବୟଫ୍ରେଣ୍ଡଙ୍କୁ ଭଡାରେ ନେଇପାରିବେ। ଭଡାରେ ଯାଇଥିବା ଏହି ବୟଫ୍ରେଣ୍ଡ ତାଙ୍କର ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରିବେ।

ଏହି ‘Rent a boyfriend (RABF)’ ନାମକ ଆପକୁ ନିକଟରେ ମୁମ୍ବାଇ ଓ ପୁନେରେ ଲଞ୍ଚ କରାଯାଇଛି। ଏହି ଆପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ବିଷାଦ ଗ୍ରସ୍ତ ଥିବା ବ୍ୟକ୍ତିଙ୍କର ସାହାଯ୍ୟ କରିବା। ଏହି କାମ ପାଇଁ କେବଳ ପୁରୁଷମାନଙ୍କୁ ନିଯୁକ୍ତ କରାଯିବ, ମହିଳାମାନଙ୍କୁ ନୁହେଁ, କାରଣ ଭାରତରେ ଏହାକୁ ଅଧିକାଂଶ ଲୋକ ଗ୍ରହଣ କରିବେ ନାହିଁ। ତେବେ ଏହି ଆପକୁ ପୁରୁଷମାନେ ମଧ୍ୟ ବଏଫ୍ରେଣ୍ଡ ଖୋଜିବା ପାଇଁ ବ୍ୟବହାର କରିପାରିବେ । 

ଏହି ଆପକୁ ପ୍ରସ୍ତୁତ କରିଛନ୍ତି ୨୯ବର୍ଷୀୟ ଇଣ୍ଟିରିୟର ଡେକୋରେଟର କୌଶଳ ପ୍ରକାଶ।  ଏହି ଆପ ବିଷୟରେ କୌଶଳ ପ୍ରକାଶ କହିଛନ୍ତି ଯେ, “ଏହି ଆପ ମଣିଷର ଭାବନା ସହିତ ଜଡିତ। ଏହାର ଉଦ୍ଦେଶ୍ୟ ଦେଶର ଲୋକମାନଙ୍କୁ ମାନସିକ ବିଷାଦରୁ ବାହାରକୁ ଆଣିବା। ଏହାଦ୍ୱାରା କୌଣସି ବ୍ୟକ୍ତିଗତ ଡେଟିଙ୍ଗ କିମ୍ବା ଶାରୀରିକ ସମ୍ବନ୍ଧକୁ ପ୍ରୋତ୍ସାହନ ଦିଆଯିବ ନାହିଁ।“

ବୟଫ୍ରେଣ୍ଡ ପଞ୍ଜୀକରଣ

ଏହି ଆପରେ ବୟଫ୍ରେଣ୍ଡ ଭାବରେ ପଞ୍ଜୀକରଣ ହୋଇଥିବା ଯୁବକମାନଙ୍କ ବିଷୟରେ ସବୁ ପ୍ରକାରର ଯାଞ୍ଚ କରାଯିବ ଓ ସେହି ବ୍ୟକ୍ତିଙ୍କ ନାମରେ ପୂର୍ବରୁ କୌଣସି ଅପରାଧିକ ମାମଲା ଅଛି କି ନାହିଁ ସେ ବିଷୟରେ ମଧ୍ୟ ଯାଞ୍ଚ କରାଯାଇଛି। ଏହି ୱେବସାଇଟରେ ଥିବା ୨୨-୨୫ପୁରୁଷଙ୍କର ପ୍ରୋଫାଇଲ ମଧ୍ୟ ଆପଣ ଯାଞ୍ଚ କରିପାରିବେ।

ଏହି ଆପରୁ ତିନି ପ୍ରକାରର ବୟଫ୍ରେଣ୍ଡ ଭଡା ନେଇପାରିବେ, ଯାହାକୁ RABF ଟିମ ତରଫରୁ ଅନଲାଇନ ଅଡିଶନ ମାଧ୍ୟମରେ ଚୟନ କରାଯାଇଛି। ସେଲିବ୍ରିଟି ବୟଫ୍ରେଣ୍ଡ ପାଇଁ ଟ.୩୦୦୦, ମଡେଲ୍ ବୟଫ୍ରେଣ୍ଡ ପାଇଁ ଟ.୨୦୦୦ ଓ ସାଧାରଣ ବୟଫ୍ରେଣ୍ଡ ପାଇଁ ଟ.୪୦୦ ପ୍ରତିଘଣ୍ଟା ହିସାବରେ ଦେବାକୁ ପଡିବ। ସେଲିବ୍ରିଟି ବୟଫ୍ରେଣ୍ଡ ବିଭାଗରେ ଚଳିତ ବର୍ଷ ରୁବାରୁ ଅଡି ମିଷ୍ଟର ଇଣ୍ଡିଆ ଜିତିଥିବା ସୂରଜ ଦହିୟା ମଧ୍ୟ ଅଛନ୍ତି।

ଫୋନ୍ ଫ୍ରେଣ୍ଡ

ଏହି ଆପ ସହିତ ଏକ ଟୋଲ-ଫ୍ରୀ ନମ୍ବର ମଧ୍ୟ ଦିଆଯାଇଛି ଯାହାଦ୍ୱାରା ମହିଳାମାନେ ମନୋବୈଜ୍ଞାନିକଙ୍କୁ ନିଜର ମନର କଥା କହିପାରିବେ। ଫୋନରେ ୧୫-୨୦ପର୍ଯ୍ୟନ୍ତ କଥା ହେବା ପାଇଁ ଟ.୫୦୦ ଦେବାକୁ ପଡିବ। କୌଶଳ ପ୍ରକାଶ ନିଜେ ମାନସିକ ବିଷାଦ ଗ୍ରସ୍ତ ଥିବା ସମୟରେ ଏପରି ଆପ ତିଆରି କରିବାର ଚିନ୍ତାଧାରା ଆସିଥିଲା ବୋଲି କହିଛନ୍ତି।

ପୂର୍ବରୁ ଚୀନ ଓ ଜାପାନରେ ଏହି ବ୍ୟବସ୍ଥା ବହୁତ ଲୋକପ୍ରିୟ ଅଟେ। ସେଠାରେ ‘ରେଣ୍ଟ ଏ ଫ୍ରେଣ୍ଡ’ ମନରେ ଏକ ବ୍ୟବସ୍ଥା ରହିଛି ଯାହା ମାଧ୍ୟମରେ ଲୋକମାନେ ସିନେମା ଦେଖିବା ପାଇଁ, ମଧ୍ୟାହ୍ନ ଭୋଜନ ପାଇଁ ଓ ରାତ୍ରି ଭୋଜନ ପାଇଁ ଏକ ବନ୍ଧୁଙ୍କୁ ସାଙ୍ଗରେ ଭଡା ନେଇପାରିବେ।

#mobileapp #rentaboyfreind

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon