• ବେତାର ବ୍ୟୁରୋ

ଯୁକ୍ତ ଦୁଇ ପାସଙ୍କ ପାଇଁ ଯାଜପୁର କୋର୍ଟରେ ନିଯୁକ୍ତି ସୁଯୋଗ


ଯାଜପୁର ଜିଲ୍ଲାଜର୍ଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ-କମ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତଦୁଇ ଓ କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ ପାଇଁ ନଅଟି, ଜୁନିୟର ଟାଇପିଷ୍ଟ ପାଇଁ ଚାରିଟି ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପାଇଁ ଦୁଇଟି ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଆସନ୍ତା ସେପ୍ଟେମ୍ବର 5ତାରିଖ ମଧ୍ୟରେ ଆବେଦନ କରିପାରିବେ। ସେପ୍ଟେମ୍ବର 5 ତାରିଖ ପରେ ଏହି ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ।

ଦରମା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900-ଟ.63,200 ମଧ୍ୟରେ ଦରମା ପ୍ରଦାନ କରାଯିବ ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500-ଟ. 81,100 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 1 ଅଗଷ୍ଟ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି , ମହିଳା ପ୍ରାର୍ଥୀ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଏହାକୁ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଓ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଜୁନିୟର ଟାଇପିଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ। ସେହିପରି ଷ୍ଟେନୋଗ୍ରାଫର ଗ୍ରେଡ-3 ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତି ଶର୍ଟହ୍ୟାଣ୍ଡରେ ସର୍ବନିମ୍ନ ସ୍ପିଡ 80 ରହିବା ଦରକାର ଓ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ  "oo7o-Other Administrative Services-orAdministration of Justice-5or-Services and Services fees-g9o465o-Law Department-ggt67}o-Examination fees for Recruitment conducted by orissa District and Subordinate Courts" ଉଦ୍ଦେଶ୍ୟରେ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିଦେବାକୁ ପଡିବ।ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ।

ଚୟନ ପଦ୍ଧତି

ଉପଯୁକ୍ତ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

କିପରି ଆବେଦନ କରିବେ

ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ କେନ୍ଦ୍ରାପଡା ଜିଲ୍ଲା ଜର୍ଜଙ୍କ କାର୍ଯ୍ୟାଳୟରେ ପଇଠ କରିବେ କିମ୍ବା (the District Judge, Jajpur, Office of the District Judge, Jajpur, Near Gandhi Chowk, Jajpur Town, Pin- 755001, Dist- Jajpur ) ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବୌଦ୍ଧ ଜିଲ୍ଲାକୋର୍ଟର ଅଫିସିଆଲ ୱେବସାଇଟ http://districts.ecourts.gov.in/jajpur କିମ୍ବା https://jajpur.nic.inରେ ଲଗଇନ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon