• padmabati kund

ଆସନ୍ତା ଛଅ ମାସରେ 6,000 ଷ୍ଟେସନ ହେବ ୱାଇ-ଫାଇ


ଦେଶରେ ଆସନ୍ତା ଛଅ ମାସ ମଧ୍ୟରେ ୬,୦୦୦ ରେଲୱେ ଷ୍ଟେସନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହୋଇ ପାରିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟେଲ ‘ସ୍ମାର୍ଟ ରେଲୱେ ସମ୍ମିଳନୀ’ରେ ଯୋଗଦେଇ କହିଛନ୍ତି। ଏହି ସମ୍ମିଳନୀ ଫେଡେରେସନ ଅଫ ଇଣ୍ଡିଆନ ଚ୍ୟାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଦ୍ଵାରା ଆୟୋଜିତ କରଯାଇଥିଲା।

ଏହି ସମ୍ମିଳନୀରେ ପୀୟୂଷ ଗୋୟେଲ କହିଛନ୍ତି ଯେ, “ ଆମର ବିଶ୍ଵାସ  ଯଦି ଆମେ ଡିଜିଟାଲ କୌଶଳର ଅଧିକ ଲାଭ ଉଠେଇବାକୁ ଚାହୁଁଛୁ ତେବେ ଦେଶର ସମସ୍ତ ଦୂରଦୂରାନ୍ତର ଅଞ୍ଚଳରେ ଏହି କୌଶଳକୁ ପହଞ୍ଚାଇବାକୁ ପଡିବ।“ ତେବେ ଆସନ୍ତା ଛଅରୁ ଆଠ ମାସ ମଧ୍ୟରେ ୬,୦୦୦ ରେଲୱେ ଷ୍ଟେସନରେ ୱାଇ-ଫାଇ ଉପଲବ୍ଧ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଭାରତୀୟ ରେଳ ବିଭାଗ ସ୍ମାର୍ଟ ଶୈଳୀରେ ଚିନ୍ତା କରିବା, ଯୋଜନା ପ୍ରସ୍ତୁତ କରିବା ସହିତ ଉନ୍ନତ ଶୈଳୀରେ କାମ କରିବା ମଧ୍ୟ ଆରମ୍ଭ କରିସାରିଲାଣି। ଗତ ଚାରି ବର୍ଷ ମଧ୍ୟରେ ରେଲୱେ ଷ୍ଟେସନ ଗୁଡିକରେ ବ୍ୟାପକ ଉନ୍ନତି ହୋଇଛି ବୋଲି ମଧ୍ୟ ସେ କହିଛନ୍ତି।

ଠିକ ସମୟରେ ରେଳ ଯାତାୟାତକୁ ନେଇ ପୀୟୂଷ ଗୋୟେଲ କହିଛନ୍ତି ଯେ, “ ଅପ୍ରେଲ ୧ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ ସମୟରେ ରେଳ ଯାତାୟତରେ ୭୩-୭୪% ସୁଧାର ଆସିଛି। ଷ୍ଟେସନ ମାଷ୍ଟର ଦ୍ଵାରା ହାତରେ ପୂରଣ କରାଯାଉଥିବା ସମୟ ସାରଣୀ ବ୍ୟବସ୍ଥାକୁ ବନ୍ଦ କରି କମ୍ପ୍ୟୁଟର ମାଧ୍ୟମରେ ଏହି ସମୟ ସାରଣୀକୁ ତିଆରି କରାଯାଉଛି।

ଆଗକୁ ଟ୍ରେନ ଗୁଡିକରେ ଜିପିଏସ ଲଗାଯିବାର ଯୋଜନା ମଧ୍ୟ କରାଯାଉଛି। ଯାହାଦ୍ୱାରା ଟ୍ରେନ କେଉଁ ସ୍ଥାନରେ ଅଛି ଏହା ଯାତ୍ରୀମାନେ ନିଜ ମୋବାଇଲରେ ମଧ୍ୟ ଯାଞ୍ଚ କରିପାରିବେ। ଏହାସହିତ ରେଳବିଭାଗ ତରଫରୁ ପ୍ରତିବର୍ଷ ମେକ ଇନ ଇଣ୍ଡିଆ ମାଧ୍ୟମରେ ଦୁଇ ଆରବ ଡଲାରର ସଞ୍ଚୟ କରିବା ଦିଗରେ ମଧ୍ୟ କାମ କରାଯାଉଛି, ଯାହାକୁ ଯାତ୍ରୀମାନଙ୍କ ସୁବିଧା ପାଇଁ ଉପଲବ୍ଧ କରାଯିବ। ଏଥିପାଇଁ ରେଳବିଭାଗ ସମସ୍ତ କାର୍ଯ୍ୟରେ ଉନ୍ନତି ଆଣୁଛି।

#railway #wifi #piyushgoyel

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon