• padmabati kund

ଡିସେମ୍ବରରୁ ଡ୍ରୋନ ଉଡାଣକୁ ଅନୁମତି


ଭାରତ ସରକାରଙ୍କ ତରଫରୁ ଡ୍ରୋନ ଉଡେଇବାକୁ ନେଇ ଏକ ନୂତନ ନିୟମ ପ୍ରଣୟନ କରାଯାଇଛି। ଏହି ନିୟମ ଅନୁଯାୟୀ ଭାରତୀୟ ଆକାଶରେ ଆସନ୍ତା ଡିସେମ୍ବର 1 ତାରିଖ ଠାରୁ ଡ୍ରୋନ ଉଡାଇବା ବୈଧ ଭାବେ ଗ୍ରହଣ କରାଯିବ। ଏହା ସାହାଯ୍ୟରେ ପରବର୍ତ୍ତୀ ସମୟରେ ଅନଲାଇନରେ ଅର୍ଡର କରୁଥିବା ସାମଗ୍ରୀ ଗୁଡିକ ମଧ୍ୟ ଆପଣଙ୍କ ଘର ଦୁଆର ମୁହଁରେ ପହଞ୍ଚା ଯାଇପାରିବ।

ଏନେଇ ସୋମବାର ଦିନ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରଫରୁ ନିୟମ ଜାରି କରାଯାଇଛି। ଏହାକୁ ଡ୍ରୋନ ରେଗୁଲେଶନ 1.0 ବୋଲି କୁହାଯାଉଛି। ଏହା କେବଳ ଭାରତୀୟ ଆକାଶରେ ଡ୍ରୋନ ଉଡାଇବା ପାଇଁ ଅନୁମତି ଦେଉଛି ବୋଲି ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯିବ।

ଏହି ଡ୍ରୋନକୁ ଉଡାଇବା ପାଇଁ ଗାଡି ରେଜିଷ୍ଟ୍ରେଶନ କରିବା ପରି ଡ୍ରୋନକୁ ମଧ୍ୟ ସରକାରଙ୍କ ପାଖରେ ରେଜିଷ୍ଟ୍ରେଶନ କରିବାକୁ ପଡିବ ଓ ସରକାରଙ୍କ ତରଫରୁ ଆପଣଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପତ୍ର ମଧ୍ୟ ଦିଆଯିବ।

ଏହାସହିତ ସରକାରୀ ସ୍ଵୀକୃତୀପ୍ରାପ୍ତ ଲାଇସେନ୍ସ ମଧ୍ୟ କରିବାକୁ ପଡିବ।

ଆପଣ ବ୍ୟବହାର କରୁଥିବା ସାଇକେଲ ପରି, 2କିଗ୍ରା ରୁ କମ ଓଜନର ନାନୋ ଡ୍ରୋନ ପାଇଁ ଏହି ସବୁ ନିୟମ ଲାଗୁ ହେବ ନାହିଁ।

ତେବେ ଏହି ଡ୍ରୋନ ଉଡାଇବା ପାଇଁ ତିନୋଟି ଅଞ୍ଚଳ ଚିହ୍ନଟ କରାଯାଇଛି । ଏୟାରପୋର୍ଟ ନିକଟବର୍ତ୍ତୀ ସ୍ଥାନ, ଆନ୍ତର୍ଜାତୀୟ ସୀମାରେଖା ଅଞ୍ଚଳକୁ ଲାଲ ଅଞ୍ଚଳ (ରେଡ ଜୋନ) ଶ୍ରେଣୀଭୁକ୍ତ କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ ଉଡାଯାଇ ପାରିବ ନାହିଁ। ଏହାସହିତ ଦେଶର ରାଜଧାନୀରେ ଥିବା ବିଜୟ ଚୌକ ଏବଂ ସଚିବାଳୟ ପାଖ ଅଞ୍ଚଳରେ ଡ୍ରୋନ ଉଡାଯାଇ ପାରିବ ନାହିଁ।

ହଳଦିଆ ଅଞ୍ଚଳ (ୟେଲୋ ଜୋନ)ରେ ଡ୍ରୋନ ଉଡାଇବା ପାଇଁ ବାୟୁ ସେନା ଅଧିକାରୀଙ୍କ ଠାରୁ ସାର୍ଟିଫିକେଟ ଆଣିବାକୁ ପଡିବ। ସେହିପରି ସବୁଜ (ଗ୍ରୀନ ଜୋନ) ଅଞ୍ଚଳ ଗୁଡିକରେ ଡ୍ରୋନ ଉଡାଯାଇ ପାରିବ।

ସେହିପରି ଡ୍ରୋନ ଗୁଡିକୁ ରାତିରେ ଉଡାଇବାକୁ ଅନୁମତି ଦିଆଯାଇ ନାହିଁ ଓ ଏହାକୁ କେବଳ 400ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡାଇ ପାରିବେ।       

#currentnews #drone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon