• ବେତାର ବ୍ୟୁରୋ

ଓଏଏସ,ଓପିଏସ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି


ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ଓଡିଶା ସିଭିଲ ସର୍ଭିସେସ ପ୍ରିଲିମିନାରି ପରୀକ୍ଷା ଦେବାକୁ ଆଗ୍ରହୀ ଥିବା ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି। ଗ୍ରାଜୁଏସନ ପାସ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଓଡିଶା ସିଭିଲ ସର୍ଭିସେସର ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର 28ରେ ହେବ ବୋଲି ସୂଚନା ପ୍ରକାଶ ପାଇଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 218ଟି  ପଦବୀ ପ୍ରକାଶ ପାଇଛି। ଗ୍ରୁପ-Aରେ ଓଡିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (ଓଏଏସ) ପାଇଁ 60ଟି, ଓଡିଶା ପୋଲିସ ସର୍ଭିସ (ଓପିଏସ) ପାଇଁ 15ଟି ଓ ଓଡିଶା ଫାଇନାନ୍ସ ସର୍ଭିସ (ଓଏଫସ) ପାଇଁ 21ଟି ପଦବୀ ପ୍ରକାଶ ପାଇଥିବା ବେଳେ ଗ୍ରୁପ-Bରେ ଓଡିଶା କୋ-ଅପରେଟିଭ ସର୍ଭିସ ପାଇଁ 6ଟି, ଓଡିଶା ରେଭିନ୍ୟୁ ସର୍ଭିସ ପାଇଁ 61ଟି, ଓଡିଶା ଟାକ୍ସେସନ ଏବଂ ଆକାଉଣ୍ଟ ସର୍ଭିସ ପାଇଁ 39ଟି ଓ ଓଡିଶା ଏମ୍ପ୍ଲୟମେଣ୍ଟ ସର୍ଭିସ ପାଇଁ 16ଟି ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ପରୀକ୍ଷା ଦେବାକୁ ଆଗ୍ରହୀ ଥିବା ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର 3 ତାରିଖରୁ ଅକ୍ଟୋବର 3 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଅକ୍ଟୋବର 5 ତାରିଖ ମଧ୍ୟରେ ପରୀକ୍ଷା ଫି ପଇଠ କରିବାକୁ ପଡିବ। ଏହି ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ମାସ 28 ତାରିଖରେ ହେବ।

ଦରମା

ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.44,900 – ଟ.56,100 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପ୍ରାର୍ଥୀଙ୍କ ବୟସ 1 ଜାନୁୟାରୀ, 1028 ସୁଦ୍ଧା 21-32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଏହି ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବେ। ଏଥିପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନର ୱେବସାଇଟ www.opsconline.gov.in ରେ ଲଗଇନ କରିବାକୁ ପଡିବ। ତେବେ ଅନଲାଇନରେ ଆବେଦନ କରିବା ଆଗରୁ ସମସ୍ତ ତଥ୍ୟ ଓ ବିବରଣୀକୁ ଧ୍ୟାନଦେଇ ପଢିବେ। ଏହାସହିତ ପାସପୋର୍ଟ ସାଇଜ ଫଟୋ, ସଂପୂର୍ଣ୍ଣ ଦସ୍ତଖତର ଫଟୋ ଓ ବାମ ହାତ ବୁଢାଆଙ୍ଗୁଳି ଛାପକୁ ସ୍କାନ କରି ଦେବାକୁ ପଡିବ।

ଅନଲାଇନ ଆପ୍ଲିକେସନ ସଫଳ ଭାବରେ ପଇଠ ହୋଇଯିବ ପରେ ଏକ ସ୍ଵତନ୍ତ୍ର ରେଜିଷ୍ଟ୍ରେଶନ ଆଇ.ଡି ଆସିବ।

ଆବେଦନ ଫି

ପରୀକ୍ଷା ଫି ବାବଦରେ ପ୍ରାର୍ଥୀଙ୍କୁ ଟ.300 ଦେବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ଏବଂ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ ପରୀକ୍ଷା ଫି ରେ 40% ରିହାତି ମିଳିବ।

ଚୟନ ପଦ୍ଧତି

ଓଡିଶା ପବ୍ଲିକ ସର୍ଭିସ କମିଶନ ମାନଦଣ୍ଡ ଦ୍ଵାରା ନିର୍ଦ୍ଧାରିତ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ www.opsconline.gov.in  ରେ ଲଗଇନ କରନ୍ତୁ।

#jobs #govtjobs #opscrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon