• padmabati kund

ରିତେଶଙ୍କ ଦୁଇ ବର୍ଷର ପୁଅ ଗ୍ରହଣ କଲେ ଫିଟନେସ ଚ୍ୟାଲେଞ୍ଜ


ବଲିଉଡ ଅଭିନେତା ରିତେଶ ଦେଶମୁଖ ନିଜର ଫିଟନେସକୁ ନେଇ ସବୁବେଳେ ସଜାଗ ରହିଥାନ୍ତି। ଏମିତିରେ ତାଙ୍କ ପୁଅ କେମିତି ପଛରେ ରହିଯିବ। ରିତେଶ ଓ ଜେନିଲିଆଙ୍କ ଦୁଇ ବର୍ଷର ପୁଅ ରାହିଲ ଫିଟନେସ ଚ୍ୟାଲେଞ୍ଜ ସ୍ଵୀକାର କରିଛନ୍ତି ଓ ଏହି ଫିଟନେସ ଚ୍ୟାଲେଞ୍ଜର ଏକ ଭିଡିଓ ଜେନିଲିଆ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ରାହିଲ ହେଉଛନ୍ତି ରିତେଶ ଓ ଜେନିଲିଆଙ୍କ ବଡ ପୁଅ। ରାହିଲ ତାଙ୍କ ବାପାଙ୍କ ଠାରୁ ଏହି ଫିଟନେସ ଚ୍ୟାଲେଞ୍ଜକୁ ସ୍ଵୀକାର କରି ନିଜର ଫିଟନେସ ଓ ଶକ୍ତିର ପ୍ରମାଣ ଦେଇଥିଲେ। ସେ ଏକ କ୍ଲାଇମ୍ବିଙ୍ଗ ୱାଲରେ ଚଢିବାକୁ ଚେଷ୍ଟା କରୁଥିଲେ।

ଜେନିଲିଆ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଓ ଟ୍ଵିଟର ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି ଯେ, “ ରାହିଲ ତାର ବାପାଙ୍କର ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଓ ଏବେ ବଚ୍ଚା ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରୁଛି। “

ରିତେଶ ଓ ଜେନିଲିଆଙ୍କର ଏହି ଦୁଇ ବର୍ଷର ପୁଅ ରାହିଲ, ବଲିଉଡର ଲୋକପ୍ରିୟ କଳାକାରଙ୍କର ପିଲାଙ୍କୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ବାଛିଛନ୍ତି। ସେଥିମଧ୍ୟରେ ସଲମାନ ଖାନଙ୍କ ପୁତୁରା ଆହିଲ, ସୈଫ ଅଲ୍ଲୀ ଖାନ ଓ କରିନାଙ୍କ ପୁଅ ତଇମୁର, କରନ ଜୋହରଙ୍କ ଦୁଇ ସନ୍ତାନ ରୁହି ଓ ୟଶ ଏବଂ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ରହିଛନ୍ତି।

ରିତେଶଙ୍କ ପୁଅ ରାହିଲର ଏହି ଫିଟନେସ ଚ୍ୟାଲେଞ୍ଜ ଭିଡିଓ ଦେଖି କରନ ଜୋହର ଲେଖିଛନ୍ତି , “ ହେ ଭଗବାନ, ରାହିଲ ତ ଜଣେ ରକଷ୍ଟାର, ମୁଁ ନିଜେ ଏହି ଚ୍ୟାଲେଞ୍ଜ କରିବା ପାଇଁ ମଧ୍ୟ ଡର ଲାଗୁଛି।“

ସୋସିଆଲ ମିଡିଆରେ ଏହି ଫିଟନେସ ଚ୍ୟାଲେଞ୍ଜ କେନ୍ଦ୍ରମନ୍ତ୍ରୀ ଡ଼ାଘବେନ୍ଦ୍ର ସିଂ ରାଥୋର ଯୁବଗୋଷ୍ଠୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ କରିଥିଲେ। ଏହାପରେ ଏହି ଚ୍ୟାଲେଞ୍ଜକୁ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସଲମାନ ଖାନ, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ବିରାଟ କୋହଲି, ଅମିତାଭ ବଚ୍ଚନ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ।

#entertainment #bollywood #fitnesschallange

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon