• padmabati kund

ପ୍ରଥମ ଦେଖାରେ ପ୍ରେମ, ପ୍ରେମିକାକୁ ଖୋଜିବା ପାଇଁ ଲଗାଇଲେ 4,000 ପୋଷ୍ଟର


ପ୍ରଥମ ଦେଖାରେ ପ୍ରେମ ହେବା କଥା କେବଳ ଫିଲ୍ମରେ ହିଁ ଦେଖିବାକୁ ମିଳିଥାଏ। ଏହି ପ୍ରେମପାଇଁ ପ୍ରେମିକ କେତେକଣ କରିଥାଏ। ଯଦି ସତରେ କାହାକୁ ପ୍ରଥମ ଦେଖରେ ହିଁ ଗୋଟିଏ ଝିଅ ସହିତ ପ୍ରେମ ହୋଇଯାଏ ଓ ଆପଣ ଝିଅ ବିଷୟରେ ଯଦି କିଛି ଜାଣିନଥାନ୍ତି ତେବେ ତାକୁ ଖୋଜିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେବେ। କିନ୍ତୁ କୋଲକାତାର ଜଣେ ବ୍ୟକ୍ତି ଗୋଟିଏ ଝିଅକୁ ପ୍ରଥମ ଦେଖାରେ ପ୍ରେମ କରି ଝିଅକୁ ଖୋଜିବା ପାଇଁ 4000 ପୋଷ୍ଟର ଲଗାଇଛନ୍ତି ଓ ସାତ ମିନିଟର ଏକ ଭିଡିଓ କରି ୟୁଟ୍ୟୁବରେ ମଧ୍ୟ ପୋଷ୍ଟ କରିଛନ୍ତି।

କୋଲକାତାର ବେହଲା ସ୍ଥିତ ଯୋକାରେ ରହୁଥିବା 29ବର୍ଷୀୟ ଯୁବକ ବିଶ୍ଵଜିତ ପୋଦ୍ଦାର ରାଜ୍ୟ ପର୍ଯ୍ୟାବରଣ ବିଭାଗ ଅଧୀନରେ ସଲ୍ଟ ଲେକରେ କାମ କରନ୍ତି। ଅଫିସରୁ ଘରକୁ ଟ୍ରେନରେ ଯିବାସିବା କରିଥାଆନ୍ତି। ଜୁଲାଇ ମାସରେ ଗୋଟିଏ ଦିନ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ସେ ଗୋଟିଏ ଝିଅକୁ ଦେଖିଲେ। ବିଶ୍ଵଜିତ ସେହି ଝିଅକୁ ଦେଖିବା ମାତ୍ରେ ହିଁ ଭଲପାଇ ଯାଇଥିଲେ।

ବିଶ୍ଵଜିତ ସେହି ଝିଅଟିକୁ ଚିହ୍ନି ନଥିଲେ ବା ଜାଣିନଥିଲେ। ଝିଅଟିର ନାମ ମଧ୍ୟ ତାଙ୍କୁ ଜଣାନଥିଲା। ହାୱଡା ଓ କୋନାଗର ଷ୍ଟେସନ ମଧ୍ୟରେ ଦେଖିଥିବା ଏହି ଝିଅଟିକୁ ଖୋଜିବା ପାଇଁ ଏପରି ଉପାୟ ଆପଣେଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ଵଜିତ କହିଛନ୍ତି ଯେ, “ଲୋକମାନେ ମତେ ପାଗଳ ବୋଲି ଭାବୁଛନ୍ତି। କାରଣ ମୁଁ ଯାହା କରୁଛି ଏଇଟା ଲୋକମାନଙ୍କୁ ପାଗଳାମୀ ପରି ଲାଗୁଛି କିନ୍ତୁ ମୁଁ ସେହି ଝିଅକୁ ମୋ ମନ ଭିତରୁ ବାହାର କରିପାରୁ ନାହିଁ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସେହି ଝିଅକୁ କୌଣସି ପ୍ରକାର ଅସୁବିଧାରେ ପକାଇବାକୁ ଚାହୁଁନାହିଁ କିମ୍ବା ତାଙ୍କୁ ବଦନାମ କରିବାକୁ ଚାହୁଁନାହିଁ। ମୁଁ ଏସବୁ କରିବାର କାରଣ ହେଉଛି ସେ ଜାଣିପାରନ୍ତୁ ଯେ ମୁଁ ତାଙ୍କୁ ଖୋଜୁଛି। ଯଦି ସେ ଚାହିଁବେ ତେବେ ମତେ କଣ୍ଟାକ୍ଟ ମଧ୍ୟ କରିପାରିବେ।

ୟୁଟ୍ୟୁବରେ ଭିଡିଓ

ଅନ୍ୟପକ୍ଷରେ ବିଶ୍ଵଜିତଙ୍କ ଦ୍ଵାରା ୟୁଟ୍ୟୁବରେ ଅପଲୋଡ ହୋଇଥିବା ଭିଡିଓକୁ ନେଇ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହା କୌଣସି ପ୍ରକାର ଆଇନର ଉଲଂଘନ କରୁନାହିଁ। ଏହି ଭିଡିଓରେ ଝିଅଟିର ଚରିତ୍ରରେ ବିଶ୍ଵଜିତଙ୍କର ଜଣେ ବନ୍ଧୁ ଅଭିନୟ କରିଛନ୍ତି ଓ ଏହି ଭିଡିଓର ନାମ ‘କୋନ୍ନଗର ର ଦୁଲହନ’ ରଖିଛନ୍ତି।

ପୋଦ୍ଦାର ସେହି ଝିଅ ବିଷୟରେ କହିଛନ୍ତି ଯେ, “ଷ୍ଟେସନରେ ଝିଅଟି ନିଜ ଅବିଭାବକଙ୍କ ସହ ବସିଥିଲା। ସେ ମୋ ସହ କଥା ହେବା ପାଇଁ ଚାହୁଁଥିଲେ କିନ୍ତୁ କଥା ହୋଇପାରିଲେ ନାହିଁ। ସେ ନିଜ ନମ୍ବର ମଧ୍ୟ ମତେ କହିବା ପାଇଁ ଚେଷ୍ଟା କରୁଥିଲେ ହେଲେ ମୁଁ ବୁଝିପାରିନଥିଲି।“

#train #poster #lovestory

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon