• ବେତାର ବ୍ୟୁରୋ

ବଦଳିବ ମାଟ୍ରିକ ପରୀକ୍ଷାର ଢାଞ୍ଚା : ହଟିବ ଓ.ଏମ.ଆର ସିଟ


ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତରଫରୁ ୨୦୨୦-୨୧ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ପରୀକ୍ଷା ଢାଞ୍ଚାକୁ ବଦଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଜାହାନ ଆରା ବେଗମ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, “ ୨୦୨୦-୨୧ ଠାରୁ ଓ.ଏମ.ଆର ସିଟ ଓ ମଲ୍ଟିପୁଲ ଚେସ ପ୍ରଶ୍ନପତ୍ରକୁ ସଂପୂର୍ଣ୍ଣ ଭାବରେ ଉଠାଇ ଦିଆଯିବ। ଏହା ପରିବର୍ତ୍ତେ ୫୦ମାର୍କର ସବ୍ଜେକ୍ଟିଭ (5 ,10 ମାର୍କ ବିଶିଷ୍ଟ) ଓ ୫୦ ମାର୍କର ଅବ୍ଜେକ୍ଟିଭ ପ୍ରଶ୍ନ (1 ମାର୍କର ସଂକ୍ଷିପ୍ତ ପ୍ରଶ୍ନ) ଉକ୍ତ ପ୍ରଶ୍ନପତ୍ରରେ ରହିବ। “

ପୂର୍ବରୁ ଯେପରି ଅବ୍ଜେକ୍ଟିଭ ପ୍ରଶ୍ନରେ ଚାରିଟି ବିକଳ୍ପ ଉତ୍ତର ରହୁଥିଲା ଏହା ମଧ୍ୟ ଉଠାଇଦିଆଯାଇଛି। ତେଣୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ପାସ କରିବା ପାଇଁ ଗୋଟିଏ ବିଷୟରେ ଅତି କମରେ ସବ୍ଜେକ୍ଟିଭରେ ୧୫ ମାର୍କ ଓ ଅବ୍ଜେକ୍ଟିଭରେ ୧୫ ମାର୍କ ରଖିବାକୁ ପଡିବ ବୋଲି ଅଧ୍ୟକ୍ଷା ଜାହାନ ଆରା ବେଗମ କହିଛନ୍ତି।

ସେହିପରି ୨୦୧୯ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତରଫରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୨୦୧୯ ଶିକ୍ଷାବର୍ଷରେ ତିନି ସେଟ ପ୍ରଶ୍ନପତ୍ର ପରିବର୍ତ୍ତେ ଚାରି ସେଟ ପ୍ରଶ୍ନପତ୍ର ରହିବ ଓ ସମସ୍ତ ସେଟରେ ପ୍ରଶ୍ନ ଭିନ୍ନ ଭିନ୍ନ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ ପରୀକ୍ଷାରେ କପି ନିୟନ୍ତ୍ରଣ କରାଯାଇ ପାରିବ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇବ।

ନବମ ଶ୍ରେଣୀରୁ ଆରମ୍ଭ

ତେବେ ଚଳିତ ବର୍ଷ ନବମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଏହି ପ୍ରଣାଳୀରେ ପରୀକ୍ଷା ଦେବେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଆସନ୍ତା ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଭଲ ଭାବରେ ପ୍ରସ୍ତୁତ ହୋଇପାରିବେ ବୋଲି ଆଶା କରାଯାଉଛି।

ଶିକ୍ଷା ବିଶେଷଜ୍ଞଙ୍କ ମତରେ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ଅଟେ। ଏହି ପ୍ରଣାଳୀ ଭଲ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଅଟେ।

#BSE #exampattern

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon