- ବେତାର ବ୍ୟୁରୋ
ଯଦି ଏମିତି କରୁଥାନ୍ତି ତେବେ ଆପଣଙ୍କର କେଶ ଧୋଇବା ପ୍ରଣାଳୀ ଭୁଲ

କେଶକୁ ସଫା କରିବା ଏକ ଅତ୍ୟାବଶ୍ୟକ କାମ ଅଟେ। କେଶକୁ ସୁସ୍ଥ ସୁନ୍ଦର ଓ ମଜଭୁତ ରଖିବା ପାଇଁ ଏହାକୁ ନିୟମିତ ଭାବରେ ସଫା କରିବା ଜରୁରୀ। ଏଥିପାଇଁ ସାଧାରଣତଃ ଅଧିକାଂଶ ଲୋକ ହାତରେ ଶାମ୍ପୂ ନେଇ, ଏହାକୁ ଦୁଇ ହାତ ପାପୁଲିରେ ଘଷିଥାନ୍ତି ଓ କେଶମୂଳରେ ଲଗାଇ ଧୋଇ ଦେଇଥାନ୍ତି ଏବଂ ଭାବିଥାଆନ୍ତି ଯେ କେଶ ସଂପୂର୍ଣ୍ଣ ଭାବରେ ସଫା ହୋଇଗଲା। କିନ୍ତୁ କେଶକୁ ଧୋଇବାର ଏହି ପ୍ରଣାଳୀ ଭୁଲ ଅଟେ।
ଏହାବ୍ୟତୀତ ଅନ୍ୟକେତେକ ଲୋକ କେଶକୁ ଧୋଇବା ଆଗରୁ କେଶରେ ଗରମ ତେଲ ମାଲିସ କରିଥାନ୍ତି, କେଶକୁ ଧୋଇସାରିବା ପରେ କଣ୍ଡିଶନର ମଧ୍ୟ ବ୍ୟବହାର କରିଥାନ୍ତି। ଏତେ ସବୁ ଉପାୟ ଆପଣେଇବା ପରେ ମଧ୍ୟ କେଶ ଜନିତ ସମସ୍ୟା ଦୂର ହୋଇନଥାଏ। ଏହାର କାରଣ ହେଉଛି ଆପଣଙ୍କର କେଶ ଧୋଇବା ପ୍ରଣାଳୀ ଭୁଲ ଅଟେ।
ତେବେ ବିଶେଷଜ୍ଞଙ୍କ ମତରେ ସଠିକ ଭାବରେ କେଶ ଧୋଇବା ପ୍ରଣାଳୀ କିପରି ହୋଇଥାଏ ଜାଣିରଖନ୍ତୁ।
୧. ଅଳ୍ପ ଅଳ୍ପ ଶାମ୍ପୂ ଦୁଇ ଥର ବ୍ୟବହାର କରନ୍ତୁ: ପ୍ରାୟ ଲୋକ କେଶରେ ଶାମ୍ପୂ ଲଗାଇବା ସମୟରେ ଅଧିକ ଶାମ୍ପୂର ବ୍ୟବହାର କରିଥାନ୍ତି ଓ ସମସ୍ତ ଶାମ୍ପୂକୁ ଗୋଟିଏ ଥରରେ ଲଗାଇଥାନ୍ତି। ଅଧିକ ଶାମ୍ପୂ ବ୍ୟବହାର କରିବା ଦ୍ଵାରା କେଶ ଭଲ ଭାବରେ ସଫା ବୋଲି ଧାରଣା ରହିଥାଏ। କିନ୍ତୁ ଏହା ଭୁଲ ଅଟେ। କେଶକୁ ଭଲ ଭାବରେ ସଫା କରିବା ପାଇଁ ଅଳ୍ପ ଅଳ୍ପ ଶାମ୍ପୂ ନେଇ ଦୁଇ ଥର କେଶରେ ବ୍ୟବହାର କରନ୍ତୁ।
୨.କେଶକୁ ଅଧିକ ଧୁଅନ୍ତୁ ନାହିଁ: କେଶରେ ଶାମ୍ପୂର ବ୍ୟବହାର କେଶରୁ ଅଳିଆ ଦୂର କରିବା ପାଇଁ ବ୍ୟବହାର କରନ୍ତୁ। ତେଣୁ ଅଧିକ ଶାମ୍ପୂ ଲଗାଇବା କିଛି ଆବଶ୍ୟକ ନାହିଁ ବା କେଶକୁ ଅଧିକ ଧୋଇବା କିଛି ଆବଶ୍ୟକ ନାହିଁ।
୩.କେଶ ସଫା କରିବା ପାଇଁ ନଖର ବ୍ୟବହାର କରନ୍ତୁ ନାହିଁ : ଅଧିକାଂଶ ଲୋକ କେଶରେ ଶାମ୍ପୂ ଲଗାଇବା ବେଳେ ନଖ ମାଧ୍ୟମରେ ରଗଡି କେଶମୂଳକୁ ସଫା କରିଥାଆନ୍ତି। ଏହି ପ୍ରଣାଳୀ ଭୁଲ ହୋଇଥାଏ। କେଶମୂଳକୁ ନଖରେ ରଗଡନ୍ତୁ ନାହିଁ, ଧୀରେ ଧୀରେ ଏହାକୁ ସଫା କରନ୍ତୁ।
୪.କେଶ ଧୋଇବା ପରେ ଟାୱେଲରେ ଚିପୁଡନ୍ତୁ ନାହିଁ : କେଶକୁ ଧୋଇ ସାରିବା ପରେ ତାୱେଲ ମାଧ୍ୟମରେ ଚିପୁଡିବା କେଶ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ କେଶକୁ ଧୋଇସାରିବା ପରେ ଟାୱେଲ ସାହାଯ୍ୟରେ ଧୀରେ ଧୀରେ କେଶକୁ ପୋଛନ୍ତୁ ଓ ପ୍ରାକୃତିକ ଭାବରେ କେଶକୁ ଶୁଖିବାକୁ ଦିଅନ୍ତୁ।