• padmabati kund

ଡ୍ୟାନ୍ସିଙ୍ଗ ଅଙ୍କଲଙ୍କ ନୂଆ ଡ୍ୟାନ୍ସ ଭିଡିଓ : ମିଥୁନ ଚକ୍ରବର୍ତ୍ତୀଙ୍କ ଗୀତ 'ଜୁଲି ଜୁଲି'


ଡ୍ୟାନ୍ସିଙ୍ଗ ଅଙ୍କଲ ଭାବରେ ଲୋକପ୍ରିୟ ହୋଇଥିବା ଅଧ୍ୟାପକ ସଂଜୀବ ଶ୍ରୀବାସ୍ତବ ପୁଣି ଥରେ ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସର ଜାଦୁ ଦେଖାଇଛନ୍ତି। ଏଥର ଡ୍ୟାନ୍ସିଙ୍ଗ ଅଙ୍କଲଙ୍କୁ ମିଥୁନ ଚକ୍ରବର୍ତ୍ତୀଙ୍କ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି। ଡ୍ୟାନ୍ସିଙ୍ଗ ଅଙ୍କଲଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଗରୁ ବଲିଉଡ ଷ୍ଟାର ଗୋବିନ୍ଦା ଓ ହ୍ରିତିକ ରୋଶନଙ୍କ ଗୀତରେ ନିଜ ନାଚର ଜାଦୁ ଦେଖାଇ ସାରିଥିବା ଡବୁ ଅଙ୍କଲଙ୍କୁ ଏଥର ମିଥୁନ ଚକ୍ରବର୍ତ୍ତୀଙ୍କ ମସ୍ତି ଭରା ଅନ୍ଦାଜରେ ଦେଖିବାକୁ ମିଳିଛି। ମିଥୁନଙ୍କ ଅଭିନୀତ ବଲିଉଡ ଫିଲ୍ମ “ଜିତେ ହେଁ ହମ ଶାନ ସେ” ର ଗୀତ “ଜୁଲି ଜୁଲି ଜନି କା ଦିଲ ତୁମ ପର ଆୟା ଜୁଲି”ରେ ନାଚିଛନ୍ତି। ଏହି ଭିଡିଓରେ ମଧ୍ୟ ସେ ନିଜ ପତ୍ନୀଙ୍କ ସହ ଡ୍ୟାନ୍ସ କରିଛନ୍ତି।

ଡ୍ୟାନ୍ସିଙ୍ଗ ଅଙ୍କଲଙ୍କର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ 26ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଡ୍ୟାନ୍ସିଙ୍ଗ ଅଙ୍କଲଙ୍କୁ କହିଛନ୍ତି ଯେ, “ଆପଣଙ୍କ ଡ୍ୟାନ୍ସ ଦେଖିଲେ ଲାଗୁଛି ଆପଣ ଦିନକୁ ଦିନକୁ ଅଧିକ ଯବାନ ହେଉଛନ୍ତି ଓ ଆପଣଙ୍କର ଶକ୍ତିକୁ ମାନିବାକୁ ପଡିବ।“

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଫିଲ୍ମ ‘ଖୁଦଗର୍ଜ’ର ଗୀତ “ଆପକେ ଆଜାନେ ସେ” ଗୀତରେ ଏକ ବାହାଘର ପାର୍ଟିରେ ନିଜ ନାଚର କମାଲ ଦେଖାଇ ରାତାରାତି ଲୋକପ୍ରିୟ ହୋଇପାରିଥିଲେ। ଏହାପରେ ‘ଚଢତି ଯବାନୀ” ଗୀତରେ ଡ୍ୟାନ୍ସ କରିଥିଲେ। ସଂଜୀବଙ୍କର ଏହି ଡ୍ୟାନ୍ସକୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସମେତ ଅନେକ କଳାକାର ପ୍ରଶଂସା କରିଥିଲେ।

କଲର୍ସ ଚ୍ୟାନେଲର ଏକ ଡ୍ୟାନ୍ସିଙ୍ଗ ରିଆଲିଟି ଶୋ ‘ଡ୍ୟାନ୍ସ ଦିୱାନେ’ରେ ସଂଜୀବଙ୍କୁ ଗୋବିନ୍ଦାଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ସଂଜୀବ କୁହନ୍ତି ଯେ ସେ ତାଙ୍କ ମା ଙ୍କ ଠାରୁ ନାଚ ଶିଖିଛନ୍ତି। ତାଙ୍କ ମା ଭାରତନାଟ୍ୟମ ନାଚନ୍ତି। ସଂଜୀବ ଗୋବିନ୍ଦା, ମିଥୁନ ଚକ୍ରବର୍ତ୍ତୀ ଓ ଜାବେଦ ଜାଫରୀଙ୍କର ଜାବ୍ରା ଡ୍ୟାନ୍ସର ବହୁତ ବଡ ଫ୍ୟାନ ଅଟନ୍ତି। ସେ 1986, 1987 ଓ 1988 ମସିହାରେ ମଧ୍ୟପ୍ରଦେଶ ଡ୍ୟାନ୍ସ ପ୍ରତିଯୋଗୀତା ଜିତିଥିଲେ।         

#entertainment #dancinguncle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon