• ବେତାର ବ୍ୟୁରୋ

ଭାରତରେ ବଢୁଛି କରଦାତାଙ୍କ ସଂଖ୍ୟା, ଏ ବର୍ଷ ବଢ଼ିଲା 60%


ଚଳିତବର୍ଷ ଭାରତରେ କରଦାତାଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ଏହାର ସଂଖ୍ୟା ପାଞ୍ଚ କୋଟିରେ ପହଞ୍ଚିଛି। ଗତବର୍ଷ ଅପେକ୍ଷା କରଦାତାଙ୍କ ସଂଖ୍ୟାରେ 60% ବୃଦ୍ଧି ପରିଲକ୍ଷିତ କରାଯାଇଛି। ଏହାର ମୁଖ୍ୟ କାରଣ ନୋଟବନ୍ଦୀ ଓ ଜିଏସଟି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

ସମସ୍ତ ବେତନଭୋଗୀ କର୍ମଚାରୀ ଓ ବ୍ୟବସାୟୀଙ୍କ ପାଇଁ ବିନା ହିସାବରେ ଟ୍ୟାକ୍ସ ପଇଠର ଶେଷ ତାରିଖ ଅଗଷ୍ଟ 31 ତାରିଖ ରହିଛି, ଏହାଦ୍ୱାରା ଶେଷ ମୁହୂର୍ତ୍ତରେ କରଦାତାଙ୍କ ସଂଖ୍ୟାରେ ଆହୁରି ବୃଦ୍ଧି ହୋଇପାରେ। ତେବେ ଗୁରୁବାର ଦିନ ପ୍ରାୟ 20ଲକ୍ଷରୁ ଅଧିକ ରିଟର୍ଣ୍ଣସ ଫାଇଲ କରାଯାଇଛି।

ଯଦିଓ କରଦାତାମାନଙ୍କୁ କର ପ୍ରଦାନର ଉପକାରିତା ସମ୍ପର୍କରେ ବୁଝାଇବା ଏ ଦିଗରେ ସାହାଯ୍ୟ କରିଥିଲା, କିଛି ଅଧିକାରୀମାନଙ୍କ ମତରେ ଟାକ୍ସ ରିଟର୍ଣ୍ଣ ଫାଇଲର ଶେଷ ତାରିଖ ପରେ ଜମା କରୁଥିବା କରଦାତାଙ୍କ ପାଇଁ ଲାଗୁ ହେଇଥବା ଜୋରିମାନା ଯୋଗୁଁ ଅଧିକ ସଂଖ୍ୟାରେ କରଦାତାମାନେ ଟ୍ୟାକ୍ସ ପଇଠ କରିଥିଲେ।

କର ଆଦାୟରେ ହୋଇଥିବା ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, “ 2014 ମସିହା ମାର୍ଚ୍ଚ ମାସରେ 3.8 କୋଟି ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ହୋଇଥିଲା, 2017-18ରେ ଏହାର ସଂଖ୍ୟା ବୃଦ୍ଧି ପାଇ 6.86 କୋଟିରେ ପହଞ୍ଚିଛି। ଗତ ଦୁଇବର୍ଷ ମଧ୍ୟରେ କର ଆଦାୟରେ 19 ଓ 25 ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।“

ନୋଟବନ୍ଦୀ ପରେ ଜୁଲାଇ 1 ତାରିଖ 2017 ରେ ଜିଏସଟି ଲାଗୁହେବା ପରେ ପ୍ରଥମ ବର୍ଷରେ ପଞ୍ଜୀକୃତ କର ନିର୍ଦ୍ଧାରଣରେ 72.5 ପ୍ରତିଶତ ବୃଦ୍ଧି ହୋଇଥିଲା ଓ ଏହାର ସଂଖ୍ୟା 66.17 ରୁ ବୃଦ୍ଧି ପାଇ 114.17 ଲକ୍ଷ କୋଟିରେ ପହଞ୍ଚିଛି।

ଏହାସବୁ ନୋଟବନ୍ଦୀ ଓ ଜିଏସଟିର ସକାରାତ୍ମକ ପ୍ରଭାବ ବୋଲି ଜେଟଲୀ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଯେତେ ଔପଚାରିକ ହେବ ଦେଶର ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛଳ ରହିବ, ଅଧିକ ରାଜସ୍ୱ ଆଦାୟ ହେବ ଓ ଦେଶ ପାଇଁ ଅଧିକ ଖର୍ଚ୍ଚ ହେବା ସହିତ ଦେଶର ଉନ୍ନତି ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି।

#incometax #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon