• padmabati kund

ଯାତ୍ରୀଙ୍କୁ ମୂଷା କାମୁଡିବାରୁ ରେଳବିଭାଗ ଦେବ ଟ.25,000 କ୍ଷତିପୂରଣ


ରେଳଗାଡିରେ ଜଣେ ଯାତ୍ରୀଙ୍କୁ ମୂଷା କାମୁଡିବାରୁ ସେହି ଯାତ୍ରୀଙ୍କୁ ରେଳବିଭାଗ 25ହଜାର ଟଙ୍କା କ୍ଷତିପୂରଣ ଦେବ ବୋଲି ତାମିଲନାଡୁର ଉପଭୋକ୍ତା ଫୋରମ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯାତ୍ରୀ ଜଣକ ଚିକିତ୍ସା ପାଇଁ ଖର୍ଚ୍ଚ କରିଥିବା ଟ.2,000 ଓ କେସ ପାଇଁ ଖର୍ଚ୍ଚ ବାବଦକୁ ଟ.5,000 ମଧ୍ୟ ରେଳବିଭାଗକୁ ଦେବାକୁ ପଡିବ।

ତିନିମାସ ମଧ୍ୟରେ ଯାତ୍ରୀଙ୍କୁ ଏହି କ୍ଷତିପୂରଣ ଦେବା ପାଇଁ ରେଳବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଯାତ୍ରୀଙ୍କୁ ଏହି କ୍ଷତି ପୂରଣ ତିନି ମାସ ମଧ୍ୟରେ ଦିଆନଯାଏ ତେବେ କ୍ଷତିପୂରଣ ସହିତ 9 ପ୍ରତିଶତ ସୁଧ ମଧ୍ୟ ଦେବାକୁ ପଡିବ ବୋଲି ତାମିଲନାଡୁ ଉପଭୋକ୍ତା ଫୋରମ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ତାମିଲନାଡୁ ଉପଭୋକ୍ତା ଫୋରମର ଅଧ୍ୟକ୍ଷ ଆରବୀ ଦିନଦୟାଲନ ଓ ସଦସ୍ୟା ଏସ ରାଜଲକ୍ଷ୍ମୀ ଉକ୍ତ ଯାତ୍ରୀ ବେଙ୍କଟଚଲମଙ୍କ ସପକ୍ଷରେ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି ଓ ଯାତ୍ରୀଙ୍କୁ ହୋଇଥିବା ଶାରିରୀକ ଓ ମାନସିକ ପୀଡା ପାଇଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚେନ୍ନାଇ ଯାତ୍ରା କରିବା ସମୟରେ ଅଗଷ୍ଟ 8 ତାରିଖ 2014 ମସିହାରେ ଯାତ୍ରୀଙ୍କ ସହ ଏହି ଘଟଣାଟି ଘଟିଥିଲା। ଯାତ୍ରୀଙ୍କ କହିବା ଅନୁସାରେ ମୂଷା କାମୁଡିବା ପରେ ସେ କ୍ଷତ ସ୍ଥାନକୁ ଟି.ଟି ଙ୍କୁ ଦେଖାଇଥିଲେ, କିନ୍ତୁ ଟି.ଟି କିଛି ବି କହିନଥିଲେ। ଟ୍ରେନରେ ପ୍ରାଥମିକ ଚିକିତ୍ସା ଉପଲବ୍ଧ ନାହିଁ ଓ ଆସନ୍ତା ଷ୍ଟେସନରେ ହିଁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଯାତ୍ରୀଙ୍କୁ କହିଥିଲେ।

ଯାତ୍ରୀଜଣକ ଚେନ୍ନାଇର ଏଗ୍ମୋର ଷ୍ଟେସନରେ ରହି ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ସେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଓ ଖାଉଟି ଅଦାଲତରେ ଏନେଇ ଅଭିଯୋଗ କରିଥିଲେ।

ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ମୂଷାଙ୍କ ପାଇଁ ରେଳବିଭାଗକୁ ଯାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ପଡିଛି। 2015 ମସିହା ଡିସେମ୍ବର ମାସରେ ଦିଲ୍ଲୀର ପୁରୁଣା ଷ୍ଟେସନ, ନୂଆ ଷ୍ଟେସନ, ସରାୟ ରୋହିଲ୍ଲା ଷ୍ଟେସନ, ଆନନ୍ଦ ବିହାର ଷ୍ଟେସନରୁ ମୂଷା ନିରାକରଣ ପାଇଁ ରେଳ ବିଭାଗ ତରଫରୁ 10କୋଟି ଟଙ୍କା ଖର୍ଚ୍ଚ କରଯାଇଥିଲା।

#train #rat

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon