• ବେତାର ବ୍ୟୁରୋ

ଲଞ୍ଚ ହେଲା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ : ଜାଣନ୍ତୁ ଏହା ବିଷୟରେ 5ଟି କଥା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇ.ପି.ପି.ବି) ଲଞ୍ଚ କରିଛନ୍ତି। ଏହି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ 1ଲକ୍ଷ 55 ହଜାର ଡାକଘର ଶାଖାରେ ପହଞ୍ଚି ଗ୍ରାମବାସୀମାନଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବ।

ଆଜି ଏହି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲଞ୍ଚ ହେବା ସହିତ ସମଗ୍ର ଦେଶରେ 650ଟି ଶାଖାରେ ଏହା ଲଞ୍ଚ ହୋଇଛି ଓ ଏଥିପାଇଁ 3,250ଟି ଆକ୍ସେସ ପଏଣ୍ଟ ମଧ୍ୟ ଖୋଲା ଯାଇଛି। ତେବେ ଆସନ୍ତା ଡିସେମ୍ବର 31 ତାରିଖ ମଧ୍ୟରେ ସମସ୍ତ 1ଲକ୍ଷ 55 ହଜାର ଡାକଘରରେ ଏହି ସୁବିଧା ଯୋଗାଇବାକୁ ସରକାରଙ୍କ ତରଫରୁ ଲକ୍ଷ୍ୟ ରଖାଯାଇଛି।

ଜାଣନ୍ତୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବିଷୟରେ ପାଞ୍ଚୋଟି କଥା

.ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଉପଭୋକ୍ତାଙ୍କୁ ସେଭିଙ୍ଗ ଆକାଉଣ୍ଟରେ ୪% ସୁଧ ମିଳିବ।

. ଏହି ପେମେଣ୍ଟ ବ୍ୟାଙ୍କ ପ୍ରତ୍ୟେକ ଜମାକାରୀ ଓ ଛୋଟ ବ୍ୟବସାୟ ପାଇଁ ଆକାଉଣ୍ଟରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ସ୍ଵୀକାର କରିବ।

. ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଅନ୍ୟ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହିତ ମିଶି ଥାର୍ଡ ପାର୍ଟି ପ୍ରଡ଼କ୍ଟ ଯୋଗାଇଦେବ। ଉଦାହରଣ ସ୍ୱରୂପ, ଲୋନ ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପି.ଏନ.ବି) ଏଜେଣ୍ଟ ପରି କାମ କରିବ।

. ଉପଭୋକ୍ତା ମାନଙ୍କୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ସେଭିଙ୍ଗ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ମନି ଟ୍ରାନ୍ସପର, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ବିଲ ଓ ଉପଯୋଗୀତା ପେମେଣ୍ଟ ଏବଂ ଉଦ୍ୟମ ଓ ବ୍ୟାପାରୀ ପେମେଣ୍ଟ ପରି ସୁବିଧା ଯୋଗାଇ ଦିଆଯିବ।

. ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରି ଏହାର ସେବା ଗୁଡିକୁ ବିଭିନ୍ନ ଚ୍ୟାନେଲ ଯଥା କାଉଣ୍ଟର ସର୍ଭିସେସ, ମାଇକ୍ରୋ-ଏଟିଏମ, ମୋବାଇଲ ବ୍ୟାଙ୍କିଙ୍ଗ ଆପ, ଏସ.ଏମ.ଏସ ଓ ଆଇ.ବି.ଆର ମାଧ୍ୟମରେ ଯୋଗାଇ ଦିଆଯିବ।

#indiapost #paymentbank

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon