• ବେତାର ବ୍ୟୁରୋ

ସିଂହ ରାଶିରେ ବୁଧ ଗ୍ରହଙ୍କର ଗୋଚର : କଣ ରହିବ ରାଶି ଉପରେ ପ୍ରଭାବ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି ଓ ବାଣୀର କାରକ ବୋଲି କୁହାଯାଇଅଛି। ନବଗ୍ରହ ମଧ୍ୟରେ ବୁଧ ଗ୍ରହଙ୍କୁ ରାଜକୁମାର ଗ୍ରହର ଉପାଧି ମଧ୍ୟ ଦିଆଯାଇଛି। ବୁଧ ଗ୍ରହର ପ୍ରଭାବରେ ବ୍ୟକ୍ତି ବୁଦ୍ଧିମାନ ଓ ଅଧିକ କଥାକୁହାଳିଆ ହୋଇଥାଆନ୍ତି। ସେପ୍ଟେମ୍ବର 2 ତାରିଖ ରବିବାର ରାତି 9.16ଘଣ୍ଟା ସମୟରେ ବୁଧ ଗ୍ରହ ସିଂହ ରାଶିରେ ଗୋଚର କରିବେ ଓ ସେପ୍ଟେମ୍ବର 19 ତାରିଖ ବୁଧବାର ସକାଳ 4.23ଘଣ୍ଟା ପର୍ଯ୍ୟନ୍ତ ଅବସ୍ଥାନ କରିବେ।

ଏହି ସମୟରେ ବୁଧ ଗ୍ରହଙ୍କର ପ୍ରଭାବ ଅନ୍ୟ ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ। ତେବେ ଜାଣିରଖନ୍ତୁ ଆପଣଙ୍କ ରାଶି ଉପରେ ଏହାର କଣ ପ୍ରଭାବ ପଡିବ।

ମେଷ: ଜ୍ଞାନରେ ବୃଦ୍ଧି ଘଟିବ। ନୂତନ ବନ୍ଧୁତା ସୃଷ୍ଟି ହେବ। ଆପଣଙ୍କ ସନ୍ତାନ ପାଇଁ ଏହି ସମୟ ଶୁଭଫଳ ଦେବ। ମନ୍ତ୍ରବିଦ୍ୟା, ଧର୍ମ ବିଦ୍ୟା ଅଧ୍ୟୟନ, ଲେଖନ, ଅଭିନୟ ଓ ଭାଷଣ ଆଦିରେ ରୁଚି ବଢିବ।

ବୃଷ: ପରିବାର ମଧ୍ୟରେ ସୁଖ ଶାନ୍ତିର ବାତାବରଣ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ନୂତନ ଚାକିରୀ ମିଳିବାର ସମ୍ଭାବନା ମଧ୍ୟ ରହିଛି। ନୂତନ ଘର କିଣିପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବ ଓ ଆପଣଙ୍କ ପ୍ରଦର୍ଶନରେ ବୃଦ୍ଧି ଘଟିବ। ଆପଣଙ୍କ ବିଚାରଶକ୍ତି ଦ୍ଵାରା ଅନ୍ୟକୁ ପ୍ରଭାବିତ କରିପାରିବେ। ଦୁରସ୍ଥାନକୁ ଯାତ୍ରା ଯୋଗ ମଧ୍ୟ ରହିଛି। ଜୀବନସାଥୀଙ୍କର ସମାଜରେ ମାନ ସମ୍ମାନ ବଢିବ।

କର୍କଟ: ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଲାଭବାନ ହୋଇପାରିବେ। ଭାଇ ଭଉଣୀ ଆପଣଙ୍କୁ ଆର୍ଥିକ ସହାୟତାର ହାତ ବଢାଇବେ। ନିଜ କଥାହେବାର ଶୈଳୀ ମାଧ୍ୟମରେ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇ ପାରିବେ।

ସିଂହ: ଆପଣଙ୍କ ବ୍ୟକ୍ତିତ୍ଵରେ ସୁଧାର ଆସିବ ଓ ସମାଜରେ ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆବଶ୍ୟକ ସମୟରେ ବଡ ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ପାଇବେ।

କନ୍ୟା: ବିଦେଶ ଯାତ୍ରା କରିପାରନ୍ତି। ଅଧିକ ଖର୍ଚ୍ଚ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କୌଣସି ବିବାଦ କାରଣରୁ ମାନସିକ ଅଶାନ୍ତି ବଢିବ। ନିଜ ବିବେକ ଓ ଚିନ୍ତାଧାରା ସାହାଯ୍ୟରେ ସମସ୍ୟାର ସମାଧାନ କରିପାରିବେ।

ତୁଳା: ଏହି ସମୟରେ ଆପଣଙ୍କର ଆୟରେ ବୃଦ୍ଧି ଘଟିବ। ବ୍ୟାପାର ବାଣିଜ୍ୟରେ ମଧ୍ୟ ଲାଭବାନ ହେବେ। ନୂତନ ବନ୍ଧୁତ୍ଵ ସୃଷ୍ଟି ହେବ। ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ।

ବିଛା: ଏହି ସମୟରେ ଆପଣ ନିଜର କାମକୁ ଅଧିକ ଭଲ ଭାବରେ କରିବା ପାଇଁ ପ୍ରୟାସ କରିବେ। ହଠାତ କୌଣସି ବିବାଦରେ ପଡ଼ିପାରନ୍ତି, ଏଥିପାଇଁ ସାବଧାନ ରୁହନ୍ତୁ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ।

ଧନୁ: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି ଓ ଏହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ସମାଜରେ ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସମ୍ପର୍କ ବଢିବ। ନୂତନ ଚାକିରୀ ମଧ୍ୟ ମିଳିବାର ସୁଯୋଗ ରହିଛି। ଜୀବନସାଥୀଙ୍କର ସହଯୋଗ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ।

ମକର: ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ପିତାଙ୍କର ସ୍ଵାସ୍ଥ୍ୟରେ ଅବନତି ଦେଖାଦେବ। ଅର୍ଥହାନୀର ମଧ୍ୟ ସମ୍ଭାବନା ରହିଛି। ନିଜ କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ବୈବାହିକ ଜୀବନରେ ଛୋଟ ଛୋଟ ବିବାଦ ଦେଖାଦେବ। ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ। ଭାଗୀଦାରୀ ବ୍ୟାପାର କରୁଥିଲେ ପାର୍ଟନରଙ୍କ ଉପରେ ସଂପୂର୍ଣ୍ଣ ଭରସା ରଖନ୍ତୁ।

ମୀନ: କୌଣସି ବିବାଦର ସାମ୍ନା କରିବାକୁ ପଡିପାରେ। ଜୀବନସାଥୀଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବେ, ଯାହାର ସକାରାତ୍ମକ ପରିଣାମ ଆପଣଙ୍କୁ ମିଳିବ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।          

#mercurytransitinleo #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon