- padmabati kund
ସୁନ୍ଦର ଓ ସତେଜ ତ୍ଵଚା ପାଇଁ ଉପକାରୀ ସଜନାଛୁଇଁ

ଅଧିକାଂଶ ଭାରତୀୟଙ୍କ ପାଇଁ ସଜନାଛୁଇଁ ଏକ ପ୍ରିୟ ପରିବା ଅଟେ। ସଜନାଛୁଇଁରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଉପକାରିତା ରହିଥାଏ ଓ ଏହାର ଫଳ, ଫୁଲ,ପତ୍ରକୁ ଖାଦ୍ୟ ଭାବରେ ବ୍ୟବହାର କରିଥାଉ। ତେବେ ସଜନାଛୁଇଁ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବର୍ତ୍ତମାନ ସମୟରେ ଏହା ଅନେକ ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଉଛି।
ତେବେ ଜାଣିରଖନ୍ତୁ ସଜନା ଛୁଇଁ କିପରି ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରେ।
୧.ବ୍ରଣ ଦୂର କରିଥାଏ : ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଥାଏ ତେବେ ଆପଣ ସଜନା ଛୁଇଁର ବ୍ୟବହାର କରିପାରିବେ। ସଜନା ଛୁଇଁର ତେଲ ନେଇ ବ୍ରଣ ହୋଇଥିବା ଜାଗାରେ ଲଗାଇବା ଦ୍ଵାରା ବ୍ରଣ ଦୂର ହୋଇଥାଏ। କିମ୍ବା ସଜନା ପତ୍ରର ଏକ ଫେଷ୍ଟ ତିଆରି କରନ୍ତୁ ଓ ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ସଜନା ଛୁଇଁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଉପାଦାନ ବ୍ରଣ ଦୂର କରିବାରେ ସାହାଯ୍ୟ କରେ।
୨.ତ୍ଵଚାକୁ ଉଜ୍ଜ୍ଵଳ କରେ : ଶ୍ୟାମଳ ତ୍ଵଚାକୁ ଉଜ୍ଜ୍ଵଳ କରିବା ପାଇଁ ସଜନା ଛୁଇଁ ବହୁତ ସାହାଯ୍ୟ କରିଥାଏ। ଏଥିପାଇଁ ସଜନା ପତ୍ରର ଏକ ଫେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେଷ୍ଟକୁ ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ଧୁଅନ୍ତୁ। ସପ୍ତାହକୁ ୨-୩ ଥର ଏପରି ବ୍ୟବହର କରିବା ଦ୍ଵାରା ଫରକ ଜାଣିପାରିବେ।
୩. ତ୍ଵଚାର ବୟସର ପ୍ରଭାବ କମ କରିଥାଏ: ବୟସ ବଢିବା ସହିତ ତ୍ଵଚାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଥାଏ। ଏହାକୁ ଦୂର କରିବା ପାଇଁ ସଜନା ଛୁଇଁ ବ୍ୟବହର କରିପାରିବେ। ସଜନା ଛୁଇଁର ତେଲ ବ୍ୟବହାର କରିବା ଦ୍ଵାରା ଆପଣ ଯୁବ ସୁଲଭ ତ୍ଵଚା ପାଇ ପାରିବେ।
୪. ଓଠକୁ କୋମଳ କରିଥାଏ: ସଜନା ଛୁଇଁ ଓଠକୁ ପୋଷଣ ପ୍ରଦାନ କରିଥାଏ ଓ ଏହାକୁ ମଶ୍ଚୁରାଇଜ କରିଥାଏ। ଓଠ ପାଇଁ ବ୍ୟବାହର କରାଯାଉଥିବା ଅନେକ ପ୍ରସାଧାନ ସାମଗ୍ରୀରେ ମଧ୍ୟ ସଜନା ଛୁଇଁର ବ୍ୟବାହର କରାଯାଇଥାଏ। ପ୍ରତିଦିନ ଶୋଇବା ଆଗରୁ ସଜନା ଛୁଇଁର ତେଲ ଓଠରେ ଲଗାଇବା ଦ୍ଵାରା ଓଠ କୋମଳ ହୋଇଥାଏ।