• padmabati kund

ପ୍ରିୟଙ୍କାଙ୍କ ଶ୍ଵଶୁର ପଲ ଜୋନାସଙ୍କ କମ୍ପାନୀ ଦେବଳିଆ


ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ ଜୋନାସଙ୍କ ସହିତ ନିର୍ବନ୍ଧ ହେବା ପରେ ଉଭୟେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ତେବେ ଦୁହିଁଙ୍କ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କ ଶ୍ଵଶୁରଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳିଛି। ଅଧିକ କରଜ ନେଇଥିବାରୁ ସେ ନିଜର କମ୍ପାନୀକୁ ଦେବାଳିଆ ବୋଲି ଘୋଷଣା କରିଛନ୍ତି।

ସମାଚାର ୱେବସାଇଟ ଟି.ଏମ.ଜେଡରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରିୟଙ୍କାଙ୍କ ଭାବୀ ଶ୍ଵଶୁର ତଥା ଆମେରିକୀୟ ସିଙ୍ଗର ନିକ ଜୋନସଙ୍କ ପିତା ପଲ ଜୋନସଙ୍କ ରିଅଲ ଇଷ୍ଟେଟ କମ୍ପାନୀ ଉପରେ ପ୍ରାୟ 7କୋଟି 10ଲକ୍ଷ ଟଙ୍କାର କରଜ ରହିଛି, ଯାହାକୁ ସେ ବର୍ତ୍ତମାନ ଯାଏ ସୁଝି ପାରି ନାହାନ୍ତି। ଏଥିପାଇଁ ସେ ନିଜର କିଛି ସମ୍ପତ୍ତି ବିକ୍ରି କରିବେ ବୋଲି ମଧ୍ୟ ଜଣାପଡିଛି।

ଏହା ପୂର୍ବରୁ ରକ ବ୍ୟାଣ୍ଡ ‘ଜୋନାସ ବ୍ରଦର୍ସ' 2013 ମସିହାରେ ଭାଙ୍ଗିବା ପୂର୍ବରୁ ସାରା ବିଶ୍ଵରେ ଅନେକ ଗୀତ ବିକ୍ରି କରିଥିଲା ଓ ନିକ ଜୋନାସ ମଧ୍ୟ ଏଥିରେ ଭାଗୀଦାର ଥିଲେ। ତେବେ ‘ଜୋନାସ ବ୍ରଦର୍ସ’ ଭାଙ୍ଗିଯିବା ପରେ ତିନିଜଣ ଯାକ ନିଜ ନିଜ କ୍ଷେତ୍ରରେ ଏକୁଟିଆ କାମ କରିବା ଆରମ୍ଭ କରିଥିଲେ।

ପ୍ରିୟାଙ୍କାଙ୍କ ଭାବୀ ସ୍ଵାମୀ ନିକ ବର୍ତ୍ତମାନ 177କୋଟି ଟଙ୍କା ସମ୍ପତ୍ତିର ମାଲିକ। ଏହି ସମସ୍ତ ସମ୍ପତ୍ତି ସେ ଏକୁଟିଆ ଗୀତିକାର ଭାବରେ ରୋଜଗାର କରିଛନ୍ତି ଓ ନିକଟରେ ସେ ଅଭିନୟରେ ମଧ୍ୟ ପାଦ ଦେଇଛନ୍ତି। ଲୋକପ୍ରିୟ ହଲିଉଡ ସିନେମା ‘ଜୁମାନଜି’ର ରିମେକରେ ନିକଙ୍କୁ ଦେଖିବାକୁ ମିଳିଥିଲା।

ତେବେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବିବାହ କରିବା ପରେ ଖୁବ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ନିଜ ଠାରୁ 11ବର୍ଷ କମ ବୟସ୍କ ନିକଙ୍କୁ ବିବାହ କରିଥିବାରୁ ସବୁ ଲୋକଙ୍କ ମୁହଁରେ ଦୂହିଁଙ୍କର ଚର୍ଚ୍ଚା। କିନ୍ତୁ ବୟସରେ ନିକ ସାନ ହେଲେ ମଧ୍ୟ ତାଙ୍କର ରୋଜଗାର ପ୍ରିୟଙ୍କାଙ୍କ ଠାରୁ ଅଧିକ। ଗତବର୍ଷ ଫୋବର୍ସ ଦ୍ଵାରା ପ୍ରକାଶିତ ତାଲିକା ଅନୁଯାୟୀ ପ୍ରିୟଙ୍କାଙ୍କ ବାର୍ଷିକ ଆୟ ପାଖାପାଖି 64କୋଟି ଅଟେ। କିନ୍ତୁ ଡେଲି ମେଲ ଏଷ୍ଟିମେଟର ରିପୋର୍ଟ ଅନୁଯାୟୀ ନିକ ଜୋନାସଙ୍କ ବାର୍ଷିକ ଆୟ ପ୍ରାୟ 171 କୋଟି ଅଟେ।

#entertainment #bollywood #priyankachopra #nickjonas

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon