• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ:କେଉଁ ରାଶିର ଆସିବ ଅର୍ଥ ଉପାର୍ଜନ ସୁଯୋଗ


ମେଷ: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ, ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ କିନ୍ତୁ କୌଣସି ବ୍ୟକ୍ତିଙ୍କ ସହ ବିବାଦ ହୋଇପାରେ। ଭାଗୀଦାରୀ ବ୍ୟବସାୟରେ ଲାଭ ପାଇବେ।

ବୃଷ: ପରିବାର ସଦସ୍ୟଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ବିଶେଷ କରି ପିତାଙ୍କ ସ୍ୱାସ୍ଥ୍ୟପ୍ରତି ସଜାଗ ରୁହନ୍ତୁ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ ଓ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ପାଠ ପଢାରେ ମନଦେବେ।

ମିଥୁନ: ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଯାନବାହାନ ଚଳାଚଳ ସମୟରେ  ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ପରିଶ୍ରମର ସୁଫଳ ପାଇବେ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରନ୍ତୁ।

କର୍କଟ: ଅର୍ଥ ଉପାର୍ଜନର ଏକ  ବଡ ମାଧ୍ୟମ ପାଇପାରିବେ। ବହୁ ଦିନରୁ ଲାଗିରହିଥିବା କାର୍ଯ୍ୟଟି ସଂପୂର୍ଣ୍ଣ ହେବ ଓ ସଫଳତା ପାଇବେ। ଅଧିକ ବ୍ୟୟ କରିପାରନ୍ତି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ନୂତନ ଯାନବାହାନ,ଘର କିମ୍ବା ଜମି  କିଣିବାର ଯୋଜନା କରିପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ଓ ପ୍ରଶଂସା ମଧ୍ୟ ପାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବା କିନ୍ତୁ ଜମିବାଡି ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟୟ ବୃଦ୍ଧି ହୋଇପାରେ। ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କୁ ଶୁଭ ଫଳ ମିଳିବ।

କନ୍ୟା: ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ପରିଶ୍ରମର ସୁଫଳ ପ୍ରାପ୍ତି ହେବ। ପାରିବାରିକ ଜୀବନ’ରେ ସମସ୍ୟା ଦେଖାଦେଇ ପାରେ, ଧୈର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସାମ୍ନା କରନ୍ତୁ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ।

ତୁଳା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ ଓ ସମସ୍ତ କାର୍ଯ୍ୟ ଦାୟିତ୍ଵର ସହ କରିବେ। ଅବିଭାବକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଅଧିକ ପରିଶ୍ରମ କରନ୍ତୁ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

ବିଛା: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବ୍ୟୟ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟ ପାଇଁ ଅଧିକ ଖର୍ଚ୍ଚ କରିବେ। ଆପଣଙ୍କ ସନ୍ତାନ ଅଧିକ ପାଠପଢା ପାଇଁ ବିଦେଶ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।

ଧନୁ: ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖଶାନ୍ତିରେ ଭରିଯିବ। ଅଚାନକ ଦୁରସ୍ଥାନକୁ ଯାତ୍ରା କରିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଯାନବାହାନ ଚଳାଚଳ ସମୟରେ ସଚେତନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ।

ମକର: କୌଣସି  କାରଣ ପାଇଁ ଅଧିକ ଖୁସି ରହିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ବହୁତ ଦିନରୁ ଲୁଚାଇ ରଖିଥିବା କଥା ସମସ୍ତଙ୍କ ସାମ୍ନାକୁ ଆସିପାରେ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

କୁମ୍ଭ: ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଯାନବାହାନ ଚଳାଚଳ ସମୟରେ ମଧ୍ୟ ଧ୍ୟାନ ରଖନ୍ତୁ। ଅଧିକ ବ୍ୟୟ ମଧ୍ୟ ହୋଇପାରେ ତେଣୁ ଖର୍ଚ୍ଚ ସମୟରେ ଭାବିଛିନ୍ତି ନିଷ୍ପତ୍ତି ନିଅନ୍ତୁ।

ମୀନ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ଯୋଜନା କରିବେ। କଠିନ ପରିଶ୍ରମର ସୁଫଳ ମଧ୍ୟ ପାଇବେ। ହଠାତ ଅର୍ଥହାନୀ ହୋଇପାରେ। ଯାନବାହାନ ଚଳାଚଳ ସମୟରେ ସଚେତନ ରୁହନ୍ତୁ, ଦୁର୍ଘଟଣା ଘଟିପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ଧ୍ୟାନ ଦେଇପାରିବେ ନାହିଁ।

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon