• ବେତାର ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ବାହାରିଲା ଏହି ସବୁ ଚାକିରୀ :କିପରି କରିବେ ଆବେଦନ


ଗଞ୍ଜାମ ଜିଲ୍ଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ମହିଳା ହଷ୍ଟେଲରେ ମହିଳା ୱାର୍ଡନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ, ଜୁନିୟର କ୍ଳର୍କ-କମ-ଆକାଉଣ୍ଟାଟ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଓ ପିଅନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ।

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀ ସେପ୍ଟେମ୍ବର 17 ତାରିଖ ମଧ୍ୟରେ ଏହି ପଦ ଗୁଡିକରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ମହିଳା ୱାର୍ଡନ ପାଇଁ ମୋଟ 11ଟି ପଦବୀ ପ୍ରକାଶ ପାଇଥିବା ବେଳେ, ଚୁକ୍ତିଭିତ୍ତିକ ଶିକ୍ଷକ ପାଇଁ 14ଟି ଏବଂ, ଜୁନିୟର କ୍ଳର୍କ-କମ-ଆକାଉଣ୍ଟାଟ ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ପିଅନ ପାଇଁ ମୋଟ 6ଟି ପଦବୀ ପ୍ରକାଶ ପାଇଛି।

ବୟସସୀମା

ମହିଳା ୱାର୍ଡନ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 01.01.2018 ସୁଦ୍ଧା 35 ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବା ଆବଶ୍ୟକ। ସେହିପରି ଚୁକ୍ତିଭିତ୍ତିକ ଶିକ୍ଷକ, ଜୁନିୟର କ୍ଳର୍କ-କମ-ଆକାଉଣ୍ଟାଟ ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ପିଅନ ପଦ ପାଇଁ ପ୍ରାର୍ଥୀଙ୍କ ବୟସ 21ରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଦରମା

ମହିଳା ୱାର୍ଡନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.7,500 ଦରମା ଦିଆଯିବ ଓ ଜୁନିୟର ମହିଳା ୱାର୍ଡନ ପଦ ପାଇଁ ଟ.6,500 ଦରମା ଦିଆଯିବ। ଚୁକ୍ତିଭିତ୍ତିକ ଶିକ୍ଷକ ପଦ ପାଇଁ ଟ.16,880, ଜୁନିୟର କ୍ଳର୍କ-କମ-ଆସିଷ୍ଟାଣ୍ଟ ପଦ ପାଇଁ ଟ.8.880, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ପଦ ପାଇଁ ଟ.8,880 ଓ ପିଅନ ପଦ ପାଇଁ ଟ.8,070 ଦରମା ଦିଆଯିବ।

ଶିକ୍ଷାଗତ ଯୋଗ୍ୟତା

ମହିଳା ୱାର୍ଡନ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଗ୍ରାଜୁଏସନ ପାସକରିଥିବା ଆବଶ୍ୟକ ଓ ଜୁନିୟର ମହିଳା ୱାର୍ଡନ ପଦ ପାଇଁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀ NCERT ଦ୍ଵାରା ପରିଚାଳିତ କୌଣସି ଆଞ୍ଚଳିକ କଲେଜରୁ 4ବର୍ଷର ଡିଗ୍ରୀ କୋର୍ସ କରିଥିବା ଆବଶ୍ୟକ।

ଜୁନିୟର କ୍ଳର୍କ-କମ-ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ସହିତ କମ୍ପ୍ୟୁଟର ଶିଖିଥିବା ଆବଶ୍ୟକ। ଆସିଷ୍ଟାଣ୍ଟ ଲାଇବ୍ରେରିଆନ ପଦ ପାଇଁ ପ୍ରାର୍ଥୀ ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସରେ ଡିଗ୍ରୀ କୋର୍ସ କରିଥିବା ଆବଶ୍ୟକ। ପିଅନ ପଦ ପାଇଁ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ରର ଜେରକ୍ସ ସହିତ ଆବେଦନ ପତ୍ରକୁ ଜିଲ୍ଲା ଉନ୍ନୟନ ଅଧିକାରୀ ( The District Welfare Officer,At/Po-chatrapur, dist-Ganjam) ଠିକଣାରେ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ। ଏହା ସେପ୍ଟେମ୍ବର 17 ତାରିଖ ମଧ୍ୟରେ ପହଞ୍ଚିବା ଆବଶ୍ୟକ।

ଉକ୍ତ ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲାର ୱେବସାଇଟ www.ganjam.nic.in

ରେ ଲଗଇନ କରି ଯାଞ୍ଚ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon