• padmabati kund

ଟ.35ରୁ ଆରମ୍ଭ ହେବ ଏୟାରଟେଲ ପ୍ରିପେଡ ପ୍ୟାକ


(ବେତାର ବ୍ୟୁରୋ) ଏୟାରଟେଲ ତରଫରୁ ଏହାର ପ୍ରିପେଡ ଗ୍ରାହକମାନଙ୍କ ପାଇଁ ତିନୋଟି ନୂଆ ରିଚାର୍ଜ ପ୍ୟାକ ଲଞ୍ଚ କରାଯାଇଛି। ଏହି ନୂଆ ପ୍ୟାକ ଗୁଡିକର ମୂଲ୍ୟ ଟ.୩୫, ଟ.୬୫ ଓ ଟ.୯୫ ରହିଛି। ଏହି ପ୍ୟାକରେ ଗ୍ରାହକଙ୍କୁ ଭଏସ କଲ ଓ ଡାଟା ପ୍ୟାକ ସହିତ ଅଧିକ ଦିନର ବୈଧତା ମଧ୍ୟ ମିଳିବ।

ପ୍ରଥମେ ଏହି ପ୍ୟାକ ଗୁଡିକୁ ପଞ୍ଜାବ, ତାମିଲନାଡୁ ଓ ଉତ୍ତରପ୍ରଦେଶ ସର୍କଲରେ ଲଞ୍ଚ କରାଯାଇଛି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତର ସମଗ୍ର ଭାଗରେ ଏହା ଲଞ୍ଚ ହେବ। ଏହି ପ୍ୟାକ ଗୁଡିକ ଏୟାରଟେଲର ଅନଲିମିଟେଡ ବଣ୍ଡଲ ପ୍ୟାକ ଗୁଡିକର ପରିପୂରକ ହୋଇପାରିବ ବୋଲି ଏୟାରଟେଲ ତରଫରୁ ଏହାର ଲଞ୍ଚ ଅବସରରେ କୁହାଯାଇଛି।

ଲଞ୍ଚ କରାଯାଇଥିବା ଏହି ତିନୋଟି ପ୍ୟାକ ମଧ୍ୟରେ ସବୁଠାରୁ ଶସ୍ତା ପ୍ୟାକ ହେଉଛି ଟ.୩୫ ପ୍ୟାକ। ଏଥିରେ ଗ୍ରାହକଙ୍କୁ ସମୁଦାୟ ୧୦୦MB ୩ଜି/୪ଜି ଡାଟା ମିଳିବ, ଏହା ସହିତ ଟ.୨୬.୬୬ ଟକ ଟାଇମ ମିଳିବ। ଏହି ପ୍ୟାକରେ ଲୋକାଲ ଓ ଏସଟିଡି କଲ ପାଇଁ ୧p/s ହିସାବରେ ଚାର୍ଜ ଲାଗିବ। ଏହି ପ୍ୟାକର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।

କମ୍ବୋ ରିଚାର୍ଜ ପ୍ୟାକ ଟ.୬୫ରେ ଗ୍ରାହକ ମାନଙ୍କୁ ସମୁଦାୟ ୨୦୦MB ର ୩ଜି/୪ଜି ଡାଟା ମିଳିବ, ଏହାସହିତ ଟ.୬୫ ର ଟକ ଟାଇମ ମଧ୍ୟ ପାଇବେ। ଲୋକାଲ ଓ ଏସଟିଡି କଲ କରିବା ପାଇଁ ୧p/s ହିସାବରେ ଚାର୍ଜ କଟିବ। ଏହି ପ୍ୟାକର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।

ଏହି ଦୁଇ ପ୍ୟାକ ସହିତ ଟ.୯୫ ପ୍ୟାକ ମଧ୍ୟ ଲଞ୍ଚ କରାଯାଇଛି। ଏହି ପ୍ୟାକରେ ଗ୍ରାହକମାନେ ପାଇଁ ଅଧିକ ଡାଟା ପ୍ୟାକ ସହିତ କମ ଦରରେ ଲୋକାଲ ଓ ଏସଟିଡି କଲ ମଧ୍ୟ କରିପାରିବେ। ଗ୍ରାହକଙ୍କୁ ମୋଟ ୫୦୦MB ର ୩ଜି/୪ଜି ଡାଟା ପ୍ୟାକ ଓ ଟ.୯୫ ଟକ ଟାଇମ ମଧ୍ୟ ମିଳିବ। ସମସ୍ତ ଲୋକାଲ ଏସଟିଡି କଲ ୧p/୨s ହିସାବରେ କଟିବ, ଅର୍ଥାତ ଗୋଟିଏ ମିନିଟ କଥା ହେଲେ ୩୦p କଟିବ। ଏହି ପ୍ୟାକର ବୈଧତା ମଧ୍ୟ ୨୮ଦିନ ପର୍ଯ୍ୟନ୍ତ ରହିବ।

#mobile #airtel #recharge

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon