• padmabati kund

ଶ୍ଵେତା ବଚ୍ଚନଙ୍କ ଫ୍ୟାଶନ ବ୍ରାଣ୍ଡ ଉପରେ ନକଲ କରିବାର ଅଭିଯୋଗ


ବଲିଉଡର ବାଦଶାହ ଅମିତାଭ ବଚ୍ଚନଙ୍କ ଝିଅ ଶ୍ଵେତା ବଚ୍ଚନ ନନ୍ଦା, ଡିଜାଇନର ମୋନିଶା ଜୟସିଂହଙ୍କ ସହିତ ମିଶି କିଛିଦିନ ପୂର୍ବେ ନିଜ ଫ୍ୟାଶନ ବ୍ରାଣ୍ଡ mxs ର ଲଞ୍ଚ ମୁମ୍ବାଇରେ କରିଛନ୍ତି। କିନ୍ତୁ ଲଞ୍ଚ ହେବାର ଦୁଇଦିନ ପରେ ଶ୍ଵେତା ବଚ୍ଚନଙ୍କ ଫ୍ୟାଶନ ବ୍ରାଣ୍ଡ ଉପରେ ଚୋରିର ଅଭିଯୋଗ କରାଯାଇଛି। ଇନଷ୍ଟଗ୍ରାମରେ ଡାଏଟ ସବ୍ୟ ନାମରେ ଜଣେ ବ୍ୟବହାରକରୀ , ଯିଏକି କପି କରୁଥିବା ଫ୍ୟାଶନ ବ୍ରାଣ୍ଡ ମାନଙ୍କୁ ଧରା ପକାଇ ଥାନ୍ତି, ସେ କହିଛନ୍ତି  mxs ବ୍ରାଣ୍ଡ ଏକ ଜଣାଶୁଣା ଫ୍ୟାଶନ ବ୍ରାଣ୍ଡର ଡିଜାଇନକୁ ନକଲ କରିଛି ବୋଲି ଅଭିଯୋଗ ଆଣିଛନ୍ତି।

ଡାଏଟ ସବ୍ୟ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଶ୍ଵେତା ବଚ୍ଚନ ନିଜ ବ୍ରାଣ୍ଡର ପୋଷାକ ପିନ୍ଧିଛନ୍ତି।

ଇନଷ୍ଟଗ୍ରାମରେ ନିଜ ପୋଷ୍ଟରେ ଡାଏଟ ସବ୍ୟ ଲେଖିଛନ୍ତି ଯେ,”ଯେତେବେଳେ ଆପଣ "ଏରୋପ୍ଳେନ ମୋଡ ସ୍ବେଟ ଶାର୍ଟ" ପାଇଁ ଗୁଗୁଲରେ ସର୍ଚ୍ଚ କରିବେ, ପ୍ରଥମେ ଜଣାଶୁଣା ବ୍ରାଣ୍ଡ ଲଙ୍ଗୱିୟରର ପୋଷାକ ଦେଖିବାକୁ ମିଳିବ। ରିଟେଲ ବ୍ରାଣ୍ଡ nordstrom NYC ମଧ୍ୟ ମହିଳା ମାନଙ୍କ ପାଇଁ ଆରାମ ଦାୟକ ସ୍ଵେଟ-ଶାର୍ଟ ପ୍ରସ୍ତୁତ କରିଥାଏ। ଏହାପରେ ଶ୍ଵେତା ବଚ୍ଚନ ଓ ମୋନିଶାଙ୍କ ନୂଆ ବ୍ରାଣ୍ଡ mxsର ପୋଷାକ ଆସୁଛି। “

ତେବେ ଶ୍ଵେତା ବଚ୍ଚନ ନନ୍ଦାଙ୍କ ଏହି ନୂଆ ବ୍ରାଣ୍ଡର ପ୍ରମୋଶନକରିବା ପାଇଁ କିଛି ଦିନ ପୂର୍ବରୁ ଶ୍ଵେତା ନିଜ ଝିଅ ନବ୍ୟାଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ। ଶ୍ଵେତାଙ୍କର ସଫଳତାରେ ଗର୍ବିତ ହୋଇ ପିତା ଅମିତାଭ ବଚ୍ଚନ ମଧ୍ୟ ଟ୍ଵିଟରରେ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋ ସହିତ ଅମିତାଭ ଝିଅ ଶ୍ଵେତା ଓ ନାତୁଣୀ ନବ୍ୟାଙ୍କ ପାଇଁ ଏକ କବିତା ମଧ୍ୟ ଲେଖିଥିଲେ।

ଏହି କବିତାରେ ଅମିତାଭ ବଚ୍ଚନ ଲେଖିଥିଲେ ଯେ,” ସନ୍ତାନ ଯେତେବେଳେ ନିଜ ପରିଶ୍ରମରେ କିଛି କରିଥାଏ, ସେତେବେଳେ ବହୁତ ଗର୍ବ ହୋଇଥାଏ।“

ତେବେ ଶ୍ଵେତା ନିଜ ଫ୍ୟାଶନ ବ୍ରାଣ୍ଡ mxsରେ ନିର୍ମିତ ଏକ ହୁଡି ଶାର୍ଟ ଅମିତାଭଙ୍କୁ ଉପହାର ଦେଇଥିଲେ। ‘ଗାର୍ଲ ପାୱାର’ ଲେଖଥିବା ଏହି ହୁଡି ଶାର୍ଟ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।

#entertainment #bollywood #shwetabacchan #amitabhbacchan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon