• ବେତାର ବ୍ୟୁରୋ

ଜାଣନ୍ତୁ ଘରେ ମନି ପ୍ଳାଣ୍ଟ ଲଗାଇବାର ସଠିକ ଦିଗ


ଆମ ଜୀବନରେ ସବୁ ଗଛ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସେହିପରି ଏକ ଗଛ ହେଉଛି ମନିପ୍ଳାଣ୍ଟ। ଉନ୍ନତି ଓ ସଫଳତା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ କିମ୍ବା ଅଫିସରେ ଏହି ଗଛ ଲଗାଇଥାଆନ୍ତି। ବାସ୍ତୁ ନିୟମ ଅନୁସାରେ ଏହି ଗଛକୁ ସଠିକ ଦିଗରେ ନରଖିବା ଦ୍ଵାରା ଏହାର ଖରାପ ପ୍ରଭାବ ପଡିଥାଏ। ଭୁଲ ଦିଗରେ ରଖିବା ଦ୍ଵାରା ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

ତେବେ ଜାଣନ୍ତୁ ବାସ୍ତୁ ନିୟମ ଅନୁସାରେ ମନି ପ୍ଳାଣ୍ଟକୁ ଘରେ କେଉଁଠି ଲଗାଇବେ ।

.ବାସ୍ତୁ ନିୟମ ଅନୁଯାୟୀ ମନି ପ୍ଳାଣ୍ଟକୁ ଘରର ଉତ୍ତର  କିମ୍ବା ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହାଆ ଦ୍ଵାରା ପରିବାରର ସୁଖଶାନ୍ତି ଦୂର ହୋଇଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।

.ମନି ପ୍ଳାଣ୍ଟର ଶାଖା ପ୍ରଶାଖା ଗୁଡିକ ଆର୍ଥିକ ଉନ୍ନତିର ସଂକେତ ଦେଇଥାଆନ୍ତି। ତେଣୁ ଏହାର ଶାଖାକୁ ଭୁଇଁରେ ଲଟେଇବାକୁ ଦିଅନ୍ତୁ ନାହିଁ, ଏହାର ଶାଖାକୁ ଘରର କାନ୍ଥରେ ଉପରକୁ ଲଟେଇବାକୁ ଦିଅନ୍ତୁ। ଯଦି ମନି ପ୍ଳାଣ୍ଟ ଭୁଇଁରେ ଲଟେଇ ଥାଏ ତେବେ ଏହା ଆର୍ଥିକ କ୍ଷତିର ସଂକେତ ଦେଇଥାଏ।

.ଘରର ଦକ୍ଷିଣ-ପୂର୍ବ କୋଣରେ ମନି ପ୍ଳାଣ୍ଟ ଲଗାଇବା ଦ୍ଵାରା ଶୁଭ ଫଳ ମିଳିଥାଏ। ଏହି କୋଣରେ ପ୍ରଭୁ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ବାସସ୍ଥାନ ହୋଇଥାଏ ଓ ଏହା ଆର୍ଥିକ ଉନ୍ନତିର ସଂକେତ ଦେଇଥାଏ।

.କିଛି ଲୋକ ଏହି ମନି ପ୍ଳାଣ୍ଟକୁ ଘରର ବାହାରେ ଯଥା ବଗିଚା, ବାଲକୋନୀରେ ଲଗାଇଥାଆନ୍ତି। ବାସ୍ତୁ ନିୟମ ଅନୁସାରେ ଏପରି କରିବା ଭୁଲ ହୋଇଥାଏ। ଏହାଦ୍ଵାରା ଅର୍ଥ ଆପଣଙ୍କ ଠାରୁ ଦୂରରେ ରହିଥାଏ। ତେଣୁ ମନି ପ୍ଳାଣ୍ଟକୁ ସବୁବେଳେ ଘର ମଧ୍ୟରେ କାଚ ବୋତଲ କିମ୍ବା ଫୁଲ କୁଣ୍ଡରେ ଲଗାନ୍ତୁ।

.ମନି ପ୍ଲାଣ୍ଟର ପତ୍ରକୁ କେବେବି ଶୁଖିବାକୁ ଦିଅନ୍ତୁ ନାହିଁ। ଏହାର ପତ୍ର ଶୁଖିବା ଦ୍ଵାରା ଅଶୁଭ ଫଳ ମିଳିଥାଏ। ତେଣୁ ସମୟ ସମୟରେ ଗଛରେ ପାଣି ଦେଇ ଏହାର ଯତ୍ନ ନିଅନ୍ତୁ।

(ବି.ଦ୍ର ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastu #vastutips #moneyplant

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon