• ବେତାର ବ୍ୟୁରୋ

ପ୍ରକାଶ ପାଇଲା ଦେବଗଡ ଜିଲ୍ଲା କୋର୍ଟରେ 27 ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି


(ବେତାର ବ୍ୟୁରୋ) ଯୁକ୍ତଦୁଇ ଓ କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଦେବଗଡ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ/କପିଷ୍ଟ,ଷ୍ଟେନୋଗ୍ରାଫର ଗ୍ରେଡ-3,ଜୁନିୟର ଟାଇପିଷ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ବେତନଭୋଗୀ ଅମିନ ପଦରେ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦବୀସଂଖ୍ୟା

ଏହି ବିଜ୍ଞପ୍ତିରେ ଜୁନିୟର କ୍ଳର୍କ/କପିଷ୍ଟ ପାଇଁ 19ଟି, ଷ୍ଟେନୋଗ୍ରାଫର ଗ୍ରେଡ-3 ପାଇଁ ଦୁଇଟି, ଜୁନିୟର ଟାଇପିଷ୍ଟ ପାଇଁ ପାଞ୍ଚଟି ଓ ଅମିନ ପାଇଁ ଗୋଟିଏ ପଦ ଏହିପରି 27ଟି ପଦବୀ ପ୍ରକାଶ ପାଇଛି।

ଆବେଦନ ତାରିଖ

ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସେପ୍ଟେମ୍ବର 22 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଜୁନିୟର କ୍ଳର୍କ/କପିଷ୍ଟ ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900 ଦରମା ପ୍ରଦାନ କରାଯିବ। ଷ୍ଟେନୋଗ୍ରାଫର ଗ୍ରେଡ-3 ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500 ଓ ଅମିନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.21,700 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଏବଂ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଜୁନିୟର ଟାଇପିଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ।

ସେହିପରି  ବେତନ ଭୋଗୀ ଅମିନ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ପାସ କରିବା ସହିତ ରିଭେନ୍ୟୁ ଇନ୍ସପେକ୍ଟର ଟ୍ରେନିଙ୍ଗ ନେଇଥିବା ଆବଶ୍ୟକ। ଏହାସହିତ ସାଇକେଲ ଚଳାଇବା ଓ ପହଁରିବା ଜାଣିଥିବା ଜରୁରୀ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ  “0070-Other Administrative Services-01- administration of justice-501-services and service fees-9904650- Law Department-9916730-examination fees for recruitment conducted by Orissa District & Subordinate Courts” ଉଦ୍ଦେଶ୍ୟରେ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିଦେବାକୁ ପଡିବ।ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବଶ୍ୟକୀୟ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ (Office of the District Judge, Deogarh, At/P.O./District-Deogarh, PIN- 768108) ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ଚୟନ ପଦ୍ଧତି, ପରୀକ୍ଷାର ବିଷୟବସ୍ତୁ ଓ ଅନ୍ୟାନ୍ୟ ବିବରଣୀ ପାଇଁ ଦେବଗଡ ଜିଲ୍ଲା କୋର୍ଟର ଅଫିସିଆଲ ୱେବସାଇଟ https://districts.ecourts.gov.in/deogarh କିମ୍ବା www.deogarh.nic.in ରେ ଲଗଇନ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon