- padmabati kund
ବିଗ ବସ 12ର ଲଞ୍ଚିଙ୍ଗ ଇଭେଣ୍ଟରେ ସଲମାନଙ୍କ ଧମାକା,କହିଲେ 'ଶାହରୁଖ ଙ୍କୁ ମିଳିଥିଲା ଆଙ୍କର ଅଫର'

ବହୁଦିନର ଅପେକ୍ଷା ପରେ ଛୋଟ ପରଦାରେ ପୁଣି ଥରେ ଲୋକପ୍ରିୟ ରିଆଲିଟି ଶୋ ‘ବିଗ ବସ’ ଆରମ୍ଭ ହେବାକୁ ଯାଉଛି।ମଙ୍ଗଳବାର ଗୋଆ ଏହି ଶୋ ର ଲଞ୍ଚିଙ୍ଗ ଇଭେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଇଭେଣ୍ଟରେ ‘ବିଗ ବସ’ର ହୋଷ୍ଟ ସଲମାନ ଖାନ ଏକ ଜାହାଜରେ ଜବରଦସ୍ତ ଏଣ୍ଟ୍ରୀ କରିଥିଲେ।
ଏହି ଲଞ୍ଚିଙ୍ଗ ଇଭେଣ୍ଟରେ ସଲମାନ ନିଜର ଲୋକପ୍ରିୟ ଟାୱେଲ ଡ୍ୟାନ୍ସ କରିବା ସହିତ ବିଗ ବସ ସିଜିନ 12 ବିଷୟରେ ମଧ୍ୟ ସାମ୍ବାଦିକଙ୍କ ଆଗରେ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାସହିତ ବିଗ ବସ12 ର ଥିମ “ବିଚିତ୍ର ଯୋଡି’ ବିଷୟରେ ମଧ୍ୟ କହିଥିଲେ ଏବଂ ପ୍ରଥମ ଯୋଡି ଭାବରେ ହାସ୍ୟକଳାକାର ଭାରତୀ ସିଂ ଓ ତାଙ୍କ ପତି ହର୍ଷ ଲିମ୍ବାଚିୟା ବିଗ ବସ ଘର ମଧ୍ୟରେ ପ୍ରବେଶ କରିବେ ବୋଲି ଘୋଷଣା କରିଥିଲେ।
ଚଳିତ ସିଜିନରେ ପ୍ରତିଯୋଗୀମାନେ କେବଳ ଯୋଡି ଆକାରରେ ପ୍ରବେଶ କରିବେ। ଏହି ଯୋଡି ଭାଇ-ଭଉଣୀ, ସ୍ଵାମୀ-ସ୍ତ୍ରୀ, ଦୁଇ ସାଙ୍ଗ କିମ୍ବା ଯେ କୌଣସି ପ୍ରକାରର ହୋଇପାରେ, କିନ୍ତୁ ଯୋଡି ନିହାତି ଭାବରେ ବିଚିତ୍ର ବୋଲି ସଲମାନ ଖାନ କହିଛନ୍ତି।
ଏହା ସହିତ ବିଗ ବସ ହୋଷ୍ଟ କରିବା ପାଇଁ ଶାହରୁଖ ଖାନ ପ୍ରଥମ ପସନ୍ଦ ଥିଲେ ବୋଲି ସଲମାନ ଖାନ ଲଞ୍ଚିଙ୍ଗ ଇଭେଣ୍ଟରେ କହିଛନ୍ତି। ପ୍ରଥମରୁ ତିନୋଟି ସିଜିନ ଅମିତାଭ ବଚ୍ଚନ ହୋଷ୍ଟ କରିବା ପରେ ଚତୁର୍ଥ ସିଜିନକୁ ହୋଷ୍ଟ କରିବା ପାଇଁ ଶାହରୁଖ ଖାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେହି ସମୟରେ ଶାହରୁଖ ନିଜର ଶୁଟିଙ୍ଗରେ ବ୍ୟସ୍ତ ଥିବାରୁ ଏହା କରିପାରିନଥିଲେ ଓ ପରବର୍ତ୍ତୀ ସମୟରେ ସଲମାନଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଥିଲା ବୋଲି ସେ ନିଜେ କହିଛନ୍ତି।
ବିଗ ବସର ଆଠଟି ସିଜିନ ସଲମାନ ଖାନ ହୋଷ୍ଟ କରିସାରିଛନ୍ତି ଓ ଏହି ସିଜିନରେ ସେ ନବମ ଥର ପାଇଁ ହୋଷ୍ଟ କରିବେ। ତେବେ ବିଗ ବସରେ ପ୍ରତିଯୋଗୀଙ୍କ କଳି ଝଗଡା ସହିତ ଦର୍ଶକମାନେ ସଲମାନଙ୍କ ହୋଷ୍ଟ କରିବାର ଶୈଳୀକୁ ମଧ୍ୟ ଖୁବ ପସନ୍ଦ କରିଥାଆନ୍ତି।
ବିଗ ବସ ପ୍ରତିବର୍ଷ ଅକ୍ଟୋବର ମାସରେ ଆରମ୍ଭ ହୋଇଥାଏ, କିନ୍ତୁ ଚଳିତ ବର୍ଷ ଏହା ସେପ୍ଟେମ୍ବର ମାସରୁ ଆରମ୍ଭ କରାଯାଉଛି। ସେପ୍ଟେମ୍ବର 16 ତାରିଖରେ ଏହାର ପ୍ରିମିୟର ହେବ ଓ ସୋମବାରରୁ ଶୁକ୍ରବାର ରାତି 10.30 ଏବଂ ଶନିବାର,ରବିବାର ରାତି 9ଟାରେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ।