• padmabati kund

ଏବେଠୁ ଇନଷ୍ଟାଗ୍ରାମରେ କରିପାରିବେ ଶପିଙ୍ଗ


(ବେତାର ବ୍ୟୁରୋ) ଇନଷ୍ଟାଗ୍ରାମରେ ଆଗକୁ ସେଲଫି ଓ ଭିଡିଓ ଶେୟାର କରିବା ସହିତ ଏହାର ବ୍ୟବହାରକାରୀ ମାନେ ବିଭିନ୍ନ ପ୍ରଡକ୍ଟ କିଣାକିଣି ବା ଶପିଙ୍ଗ କରିପାରିବେ। ‘ଦ ଭର୍ଜ’ ମାଗାଜିନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫଟୋ ଶେୟାରିଙ୍ଗ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବହୁତ ଜଲଦି ଏକ ନୂଆ ଶପିଙ୍ଗ ଆପ ଲଞ୍ଚ କରିବାକୁ ଯାଉଛି। ଏହି ଆପର ନାମ IG shopping ରହିବ ବୋଲି କୁହାଯାଉଛି।

ଏହି ନୂଆ ଆପଟି ପ୍ରତ୍ୟକ୍ଷ ଭାବରେ ଇନଷ୍ଟାଗ୍ରାମ ସହିତ ଲିଙ୍କ ରହିବ ଓ ଏହା ମାଧ୍ୟମରେ ବ୍ୟବହାରକାରୀ ମାନେ ସିଧା ସଳଖ ଶପିଙ୍ଗ ଆପରେ ପହଞ୍ଚି ପାରିବେ। ଏଥିରେ ଆପଣ ଯେଉଁ ପ୍ରଡ଼କ୍ଟ କିଣିବାକୁ ଚାହୁଁଛନ୍ତି ତାହାର ବିକ୍ରେତାଙ୍କ ଠାରୁ ଉକ୍ତ ପ୍ରଡ଼କ୍ଟ ସିଧାସଳଖ କିଣି ପାରିବେ।

ବର୍ତ୍ତମାନ ଏହି ଆପ ଉପରେ କାମ ଚାଲୁ ରହିଛି ଓ ଏହି ଆପକୁ କେବେ ଲଞ୍ଚ କରାଯିବ ସେ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଏହି ଆପ ଲଞ୍ଚ ହେବା ପରେ ଇନଷ୍ଟାଗ୍ରାମର ରେଭେନ୍ୟୁ ବଢିବ ବୋଲି ଆଶା କରାଯାଉଛି ବୋଲି ଏହାର ମୂଳ କମ୍ପାନୀ ଫେସବୁକ ତରଫରୁ କୁହାଯାଇଛି ।

ଇନଷ୍ଟାଗ୍ରାମରେ ପ୍ରତି ପାଞ୍ଚଜଣ ବ୍ୟବହାରକାରୀଙ୍କ ମଧ୍ୟରୁ ଚାରିଜଣ ଯେ କୌଣସି ବିଜିନେସକୁ ଫଲୋ କରିଥାଆନ୍ତି। ଫେସବୁକର ସି.ଇ.ଓ ଶେରିଲ ସେଣ୍ଡବର୍ଗ କହିଛନ୍ତି ଯେ, ଇନଷ୍ଟାଗ୍ରାମରେ 250ଲକ୍ଷରୁ ଅଧିକ ବିଜିନେସ ଆକାଉଣ୍ଟ ରହିଛି ଓ ସେଥିମଧ୍ୟରୁ 20ଲକ୍ଷ କେବଳ ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ ଅଟେ।

ବର୍ତ୍ତମାନ ଅନେକ ସେଲିବ୍ରିଟି ଇନଷ୍ଟାଗ୍ରାମରେ ବିଭିନ୍ନ ପ୍ରଡ଼କ୍ଟର ବିଜ୍ଞାପନ କରୁଛନ୍ତି ଓ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏଥିରେ ଫଟୋ ଏବଂ ଭିଡିଓ ଉଭୟ ଦେଖି ହେଉଥିବାରୁ ବ୍ୟବହାରକାରୀମାନେ ମଧ୍ୟ ବିଭିନ୍ନ ପ୍ରଡ଼କ୍ଟ ପ୍ରତି ଆକର୍ଷିତ ହୋଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଇନଷ୍ଟାଗ୍ରାମ ଇ-କମର୍ସ ଆଡକୁ ମନ ବଳାଇଛି।

ଏହା ପୂର୍ବରୁ ମଧ୍ୟ ଇନଷ୍ଟାଗ୍ରାମ ତରଫରୁ ‘IG TV’ ନାମରେ ଏକ ଆପ ଲଞ୍ଚ କରାଯାଇଛି। ଇନଷ୍ଟାଗ୍ରାମର ଏହି ଆପରେ ବ୍ୟବହାରକାରୀ ଏକ ଘଣ୍ଟା ପର୍ଯ୍ୟନ୍ତ ଲାଇଭ ଷ୍ଟ୍ରିମିଙ୍ଗ କରିପାରିବେ ଓ ଏହି ଭିଡିଓକୁ ଶେୟାର ମଧ୍ୟ କରିପାରିବେ।

#mobile #app #instagram

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon