- ବେତାର ବ୍ୟୁରୋ
ଏହି ତିନି ଜିଲ୍ଲାକୋର୍ଟରେ ବାହାରିଲା 49ଟି ଷ୍ଟେନୋଗ୍ରାଫର, ଟାଇପିଷ୍ଟ ନିଯୁକ୍ତି ସୁଯୋଗ

(ବେତାର ବ୍ୟୁରୋ) ଯୁକ୍ତଦୁଇ ଓ କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନଙ୍କ ପାଇଁ କେନ୍ଦୁଝର, ସମ୍ବଲପୁର ଓ ବାଲେଶ୍ଵର ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ/କପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-3,ଜୁନିୟର ଟାଇପିଷ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଦବୀସଂଖ୍ୟା
କେନ୍ଦୁଝର ଜିଲ୍ଲାରେ ପ୍ରକାଶ ପାଇଥିବା ମୋଟ 16ଟି ପଦବୀ ମଧ୍ୟରୁ ଜୁନିୟର କ୍ଳର୍କ/କପିଷ୍ଟ ପାଇଁ 11ଟି, ଷ୍ଟେନୋଗ୍ରାଫର ଗ୍ରେଡ-3 ପାଇଁ ତିନୋଟି, ଜୁନିୟର ଟାଇପିଷ୍ଟ ପାଇଁ ଦୁଇଟି ପଦବୀ ରହିଛି।
ସମ୍ବଲପୁର ଜିଲ୍ଲାରେ ମୋଟ ସାତଟି ପଦବୀ ମଧ୍ୟରୁ ଜୁନିୟର କ୍ଳର୍କ/କପିଷ୍ଟ ପାଇଁ ଦୁଇଟି ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପାଇଁ ପାଞ୍ଚଟି ପଦବୀ ରହିଛି।
ବାଲେଶ୍ଵର ଜିଲ୍ଲାରେ ମୋଟ 27ଟି ପଦବୀ ମଧ୍ୟରୁ ଜୁନିୟର କ୍ଳର୍କ/କପିଷ୍ଟ ପାଇଁ 18ଟି, ଜୁନିୟର ଷ୍ଟେନୋଗ୍ରାଫର ପାଇଁ ଛଅଟି ଓ ଜୁନିୟର ଗ୍ରେଡ ଟାଇପିଷ୍ଟ ପାଇଁ ତିନୋଟି ପଦବୀ ରହିଛି।
ପରବର୍ତ୍ତୀ ସମୟରେ ଉକ୍ତ ଜିଲ୍ଲାର ଜଜଙ୍କ ନିଷ୍ପତ୍ତି ଅନୁସାରେ ପଦବୀ ସଂଖ୍ୟା ବଢ଼ିପାରେ ବା କମିପାରେ।
ଆବେଦନ ତାରିଖ
କେନ୍ଦୁଝର ଜିଲ୍ଲାରେ ଆବେଦନ କରିବା ପାଇଁ ଶେଷ ତାରିଖ ସେପ୍ଟେମ୍ବର 27 ତାରିଖ ରହିଥିବା ବେଳେ, ସମ୍ବଲପୁର ଜିଲ୍ଲାରେ ଅକ୍ଟୋବର 6 ତାରିଖ ଓ ବାଲେଶ୍ଵର ଜିଲ୍ଲାରେ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ରହିଛି।
ଦରମା
ଜୁନିୟର କ୍ଳର୍କ/କପିଷ୍ଟ ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900-ଟ.63,200 ଦରମା ପ୍ରଦାନ କରାଯିବ। ଷ୍ଟେନୋଗ୍ରାଫର ଗ୍ରେଡ-3 ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500-ଟ.81,100 ମଧ୍ୟରେ ଦରମା ପ୍ରଦାନ କରାଯିବ।
ବୟସସୀମା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଏବଂ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଜୁନିୟର ଟାଇପିଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ।
ଆବେଦନ ଫି
ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିଦେବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ।
କିପରି ଆବେଦନ କରିବେ
ଆବଶ୍ୟକୀୟ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ ଉକ୍ତ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।
ପରୀକ୍ଷାର ବିଷୟବସ୍ତୁ, ଆବେଦନ କରିବାର ଠିକଣା ଓ ଅନ୍ୟାନ୍ୟ ଜରୁରୀ ତଥ୍ୟ ପାଇଁ ଉକ୍ତ ଜିଲ୍ଲା କୋର୍ଟର ଅଫିସିଆଲ ୱେବସାଇଟ କେନ୍ଦୁଝର (https://districts.ecourts.gov.in/keonjhar) , ସମ୍ବଲପୁର (https://districts.ecourts.gov.in/sambalpur) , ବାଲେଶ୍ଵର (https://districts.ecourts.gov.in/balasore) ରେ ଲଗଇନ କରିପାରିବେ।