• padmabati kund

ବର୍ଷାଦିନିଆ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ପ୍ରତିକାର


ବର୍ଷାଦିନ ଆସିବା ସହିତ ନିଜ ସାଙ୍ଗରେ ଅନେକ ପ୍ରକାର ସମସ୍ୟା ଆଣିଥାଏ। ଯେପରି ବାହାରକୁ ଯିବା ସମୟରେ ଓଦା ହୋଇଯାଇଥାନ୍ତି ଓ ବିଭିନ୍ନ ରୋଗ ସଂକ୍ରମଣ ହୋଇଥାଏ। ଏହାସହିତ ବର୍ଷାଦିନରେ ଛୋଟ ପିଲାମାନଙ୍କର ଯତ୍ନ ନେବା ମଧ୍ୟ ଅଧିକ ଜରୁରୀ ହୋଇଯାଇଥାଏ।

ତେବେ ଜାଣିରଖନ୍ତୁ ବର୍ଷାଦିନରେ ଆପଣ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ କିପରି ଦୂର କରିବେ ଓ ସୁସ୍ଥ ଜୀବନଯାପନ କରିପାରିବେ।

୧.ଅଧିକ ପୋଷାକ ସାଙ୍ଗରେ ରଖନ୍ତୁ: ବର୍ଷାଦିନେ ଆପଣା ବାରମ୍ବାର ଓଦା ହୋଇଯାଇଥାନ୍ତି ଏବଂ ଏହି ଓଦା ପୋଷାକକୁ ପିନ୍ଧିବା ଦ୍ଵାରା ଥଣ୍ଡା ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ସାଙ୍ଗରେ କିଛି ପୋଷାକ ଅଧିକ ନେଇଥାନ୍ତୁ। ବର୍ଷାରେ ଯଦି ଓଦା ହେଇ ଯାଉଛନ୍ତି ତେବେ ସେହି ପୋଷାକକୁ ବଦଳାଇ ଦିଅନ୍ତୁ।

୨.ହାତକୁ ଭଲ ଭାବରେ ଧୁଅନ୍ତୁ: ବର୍ଷାଦିନରେ ହାତକୁ ନିୟମିତ ଭାବରେ ଧୋଇବା ଆବଶ୍ୟକ।କାରଣ ଏହି ଦିନରେ ରୋଗ ସଂକ୍ରମଣର ଆଶଙ୍କା ଅଧିକ। ସବୁଦିନ ବହୁତ ଲୋକଙ୍କ ସହିତ ମିଳାମିଶା ହୋଇଥାଏ ଓ ବହୁତ ପ୍ରକାର ଜିନିଷକୁ ଆପଣ ଛୁଇଁଥାନ୍ତି, ଯେଉଁଥିରୁ ଆପଣଙ୍କୁ ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ। ତେଣୁ ନିୟମିତ ଭାବରେ ଗରମପାଣି ଓ ହ୍ୟାଣ୍ଡୱାସ ରେ ହାତ ଧୁଅନ୍ତୁ।

୩.ଚେହେରାକୁ ବାରମ୍ବାର ଛୁଅନ୍ତୁ ନାହିଁ: ସାଧାରଣତଃ ଅଧିକାଂଶ ବ୍ୟାକ୍ଟେରିଆ ଓ ଭାଇରସ ଆମ ଶରୀରର ନାକ ଓ ଆଖି ମାଧ୍ୟମରେ ଶରୀରରେ ପ୍ରବେଶ କରିଥାନ୍ତି ତେଣୁ ଏହି ବର୍ଷାଦିନରେ ଆପଣଙ୍କର ମୁହଁକୁ ବାରମ୍ବାର ଛୁଅନ୍ତୁ ନାହିଁ।

୪.ରାସ୍ତାକଡ ଦୋକାନରୁ ଖାଦ୍ୟ ଖାଆନ୍ତୁ ନାହିଁ: ଏହି ଦିନରେ ରାସ୍ତାକଡ ଦୋକାନ ମାନଙ୍କରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ତେଣୁ ବର୍ଷାଦିନରେ ଯଥା ସମ୍ଭବ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ।

୫.ଜରୁରୀ ସାମଗ୍ରୀ ସାଙ୍ଗରେ ରଖନ୍ତୁ: ଯଦି ଆପଣ ବର୍ଷାଦିନରେ ବାହାରକୁ ଯାଉଛନ୍ତି ତେବେ ବରଷାରୁ ରକ୍ଷା ପାଇବା ପାଇଁ କିଛି ଆବଶ୍ୟକୀୟ ତଥା ଜରୁରୀ ଜିନିଷ ସାଙ୍ଗରେ ରଖିବାକୁ ଭୁଲନ୍ତୁ ନାହିଁ। ଯେପରି ଛତା, ରେନକୋଟ ବ୍ୟାଗରେ ରଖିଥାନ୍ତୁ।

୬.ମଶାମାଛିକୁ ଦୂରରେ ରଖନ୍ତୁ: ବର୍ଷାଦିନରେ ପାଣି ଜମି ରହିବା କାରଣରୁ ମଶାମାଛିମାନେ ବଂଶବୃଦ୍ଧି କରିଥାନ୍ତି ଓ ମଶା କାମୁଡିବା ଦ୍ଵାରା ରୋଗ ହୋଇଥାଏ। ତେଣୁ ଘର କିମ୍ବା ଘର ବାହାରେ କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।

#halth #rainyseason #tips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon