• padmabati kund

ଡେରିମିଲ୍କ ଚକୋଲେଟରେ ମିଳୁଛି 1GB ଜିଓ ଡାଟା


(ବେତାର ବ୍ୟୁରୋ) ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ମାଗଣା ଡାଟାର ଅଫର ଆଣିଛି। ଏଥିପାଇଁ ଗ୍ରାହକମାନେ ପାଞ୍ଚ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଡେରିମିଲ୍କ ଚକୋଲେଟ କିଣି 1ଜିବି ମାଗଣା 4ଜି ଡାଟା ପାଇପାରିବେ।

ଏହି ମାଗଣା ଡାଟା ପାଇବା ପାଇଁ ଗ୍ରାହକଙ୍କ ପାଖରେ ଅତିକମରେ ପାଞ୍ଚ ଟଙ୍କାର ରେଗୁଲାର ଡେରିମିଲ୍କ ଚକୋଲେଟ ବା ଡେରିମିଲ୍କ କ୍ରେକର, ଡେରିମିଲ୍କ ରୋଷ୍ଟ ଆଲମଣ୍ଡ, ଡେରିମିଲ୍କ ଫ୍ରୁଟ୍ସ ଆଣ୍ଡ ନଟ୍ସ ଓ ଡେରିମିଲ୍କ ଲିକେବଲ୍ସର ଖୋଳ ଥିବା ଜରୁରୀ।

ଯେଉଁ ଜିଓ ବ୍ୟବହାରକାରୀଙ୍କ ମୋବଇଲରେ MY JIO APP ଥିବା ସେମାନେ ହିଁ ଏହି ମାଗଣା ଡାଟା ପାଇପାରିବେ। ଏହି ଡାଟାକୁ ଆପଣ ଅନ୍ୟ ଜିଓ ବ୍ୟବହାରକାରୀଙ୍କୁ ମଧ୍ୟ ପଠାଇ ପାରିବେ। ଏହି ଅଫର ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ରହିଛି।

କିପରି ପାଇବେ ମାଗଣା ଡାଟା

ଜିଓ ବ୍ୟବହାରକାରୀ ମାନେ ନିଜ ମୋବାଇଲରେ MY JIO APPର ହୋମସ୍କ୍ରିନରେ ଏହି ମାଗଣା ଡାଟାର ବ୍ୟାନର ଦେଖିପାରିବେ। ପ୍ରଥମେ ଏହି ବ୍ୟାନରକୁ କ୍ଲିକ କରିବାକୁ ପଡିବ,ଏହାପରେ participate nowର ବଟନ ଆସିବ। ଏହାପରେ ଡେରିମିଲ୍କ ଚକୋଲେଟର ଖାଲି ଜରିର ବାରକୋଡକୁ ସ୍କାନ କରିବାକୁ ପଡିବ।

ଏହି ମାଗଣା ଡାଟା ସାତରୁ ଆଠ ଦିନ ମଧ୍ୟରେ my jio ଆକାଉଣ୍ଟରେ ମିଳିଯିବ। ପ୍ରତି ଜିଓ ଆକାଉଣ୍ଟରେ ଗୋଟିଏ ଚକୋଲେଟ ଜରି ସାହାଯ୍ୟରେ ଏହି ମାଗଣା ଡାଟା ପାଇପାରିବେ।

ତେବେ ଭାରତରେ ଜିଓ ଆସିବା ପରେ ମାତ୍ର ଦୁଇ ବର୍ଷ ମଧ୍ୟରେ ମୋବାଇଲ ଡାଟା ବ୍ୟବହାର ଆଧାରରେ ଭାରତ ବ୍ରଡବ୍ୟାଣ୍ଡ ସେବା କ୍ଷେତ୍ରରେ ସମଗ୍ର ବିଶ୍ଵରେ 155ସ୍ଥାନରୁ ଆସି ପ୍ରଥମ ସ୍ଥାନରେ ପହଞ୍ଚି ପାରିଛି। ଜିଓ ଆରମ୍ଭ ହେବାର ମାତ୍ର 170 ଦିନ ମଧ୍ୟରେ 10କୋଟି ଉପଭୋକ୍ତା ହାସଲ କରିଥିଲା ଓ ଜୁନ 30 ତାରିଖ 2018 ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା 21କୋଟି 5 ନିୟୁତରେ ପହଞ୍ଚିଛି।

ଜିଓ ଆସିବା ପରେ ଡାଟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଜିଓ ପୂର୍ବରୁ ବଜାରରେ 22000ରୁ ଉର୍ଦ୍ଧ୍ଵ ତାରିଫପ୍ଳାନ ରହିଥିବା ବେଳେ ଜିଓ ଆସିବା ପରେ ସବୁ ଅପରେଟର ନିଜର ତାରିଫ ପ୍ଳାନ ସଂଖ୍ୟାରେ ହ୍ରାସ କରାଇଛନ୍ତି। ଏହାଦ୍ୱାରା କମ୍ ସଂଖ୍ୟକ ଟାରିଫ୍ ପ୍ଲାନ୍ ରହିବା ସହ ଉପଭୋକ୍ତାଙ୍କ ପାଇଁ ବାଛିବା ସରଳ ହୋଇପାରିଛି ।

#mobile #jio #dairymilk #freedata

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon